ଦେଶ

କେଜ୍ରିୱାଲଙ୍କ ସମସ୍ୟା ବଢ଼ିଲା – Ibnodisha

[ad_1]

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଙ୍କ ନ୍ୟାୟିକ ହେପାଜତରେ ଅଛନ୍ତି। ଫୋନ୍ ପାସୱାର୍ଡକୁ ନେଇ କେଜ୍ରିୱାଲଙ୍କ ସମସ୍ୟା ବଢ଼ିପାରେ ବୋଲି କୁହାଯାଉଛି। ଇଡି ଆପଲରୁ କିଛି ନିର୍ଦ୍ଦିଷ୍ଟ ସୂଚନା ମାଗିଛି। ତାଙ୍କ ବ୍ୟକ୍ତିଗତ କମ୍ପ୍ୟୁଟର କିମ୍ବା ଡେସ୍କଟପ୍କୁ ନେଇ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବିରୋଧରେ ଇଡି ପାଖରେ କୌଣସି ଇଲୋକ୍ଟ୍ରୋନିକ୍ସ ପ୍ରମାଣ ନାହିଁ। କିନ୍ତୁ ତାଙ୍କର ଚାରିଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି।

ମାର୍ଚ୍ଚ ୨୧ ରେ ଗିରଫ ହୋଇଥିବା ରାତିରେ ତାଙ୍କ ବାସଭବନରୁ ପ୍ରାୟ ୭୦,୦୦୦ଟଙ୍କା ମିଳିଥିଲା ​​ଏହାକୁ ଇଡି ପାଖରେ ରଖିଥିଲା। ସୂତ୍ରରୁ ପ୍ରକାଶ ମୁଖ୍ୟମନ୍ତ୍ରୀ ତାଙ୍କ ଆଇଫୋନ୍ ଅଫ୍ କରିଛନ୍ତି ଏବଂ ତାଙ୍କ ପାସୱାର୍ଡ ମଧ୍ୟ ସେୟାର କରିନାହାନ୍ତି। ଏହି ମାମଲା ସହ ଜଡିତ ବରିଷ୍ଠ ଅଧିକାରୀମାନେ ଇଣ୍ଡିଆନ୍ ଏକ୍ସପ୍ରେସକୁ କହିଛନ୍ତି ଯେ ତାଙ୍କ ଟେଲିଫୋନ୍ ତଥ୍ୟ ଏବଂ ଚାଟ୍କୁ ହାତେଇବା ଦ୍ବାରା ଦ୍ବାରା ଆମ୍ ଆଦମୀ ପାର୍ଟି(ଏଏପି)ର ‘ନିର୍ବାଚନୀ ରଣନୀତି’ ଏବଂ ମେଣ୍ଟ ବିଷୟରେ ଇଡି ସୂଚନା ପାଇ ପାରିବ। ‌‌ଏହା ଦ୍ବାରା ଶାସକ ବିଜେପି ଉପକୃତ ହେବ। ତେଣୁ ଫୋନ୍‌ର ପାସୱାର୍ଡ କ୍ରେଜିୱାଲ ଦେବାକୁ ଅମଙ୍ଗ ହେଉଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button