ସକାଳୁ ଉଠି ଅଧୂଆ ମୁହଁରେ କଣ ଦେଖିଲେ ଦିନଟି ଶୁଭ ହୋଇଥାଏ ? ଓ କଣ ଦେଖିଲେ ପୁରା ଦିନ ଅଶାନ୍ତିରେ ବିତେ ?
ଆମ ନୀତିଦିନ ଜୀବନରେ ଶର୍ଯ୍ୟା ତ୍ୟାଗ ପର ଠାରୁ ଶାସ୍ତ୍ର ରେ କିଛି ନିୟମମନ ରହିଅଛି । ଯାହାକୁ କରିବା ନିହାତି ଜରୁରୀ ହୋଇଥାଏ । ଯଦି ଆମେ ଏହାକୁ ପାଳନ କରିଥାଉ ତେବେ ଆମ ଜୀବନରେ ଉନତି ହୋଇଥାଏ । ଆମେ ଯେକୋଣସି କାମ କରିଲେ ମଧ୍ୟ ସଫଳ ହେଇଥାଉ । ଆସନ୍ତୁ ଜାଣିବା ଶର୍ଯ୍ୟା ତ୍ୟାଗ କରିବା ପରେ ଆମ କୁ କ’ଣ କରିବାକୁ ପଡିବ । ଶାସ୍ତ୍ର ଅନୁସାରେ ଶର୍ଯ୍ୟା ତ୍ୟାଗ ପରେ ଆମକୁ ତିନୋଟି କାମ କରିବାକୁ ପଡିଥାଏ ।
ଶାସ୍ତ୍ର ନିୟମ ଅନୁସାରେ ବ୍ରହ୍ମା ମୂହୁର୍ତ୍ତର ଚାରି ଘଣ୍ଟା ପୂର୍ବରୁ ଶର୍ଯ୍ୟା ତ୍ୟାଗ କରିବା ଉଚିତ୍ । ଗଣନା କରାଯାଏ ତେବେ ସୂର୍ଯ୍ୟାଙ୍କର ଆସିବାର ଦୁଇ ଘଣ୍ଟା ପୂର୍ବରୁ ଉଠିବା ଉଚିତ୍ । ଆପଣ ଯଦି ବ୍ରହ୍ମା ମୂହୁର୍ତ୍ତ ରେ ଶର୍ଯ୍ୟା ତ୍ୟାଗ କରୁଛନ୍ତି , ତେବେ ନିଶ୍ଚିତ ଏହା ର ଫଳ ପାଇବେ , ଯାହା ବି ଦୁର୍ଘଟଣା ହେବାର ସମ୍ଭାବନା ରହିଥାଏ ।
ସେହି ସବୁ ଗୁଡାକ ଦୂର ହୋଇଥାଏ । ଏହା ସହିତ ଆମେ ସେହି ଦିନର ଯେଉଁ ସବୁ କାର୍ଯ୍ୟ କରିବାର ଯୋଜନା କରିଥାଉ , ତାହା ସବୁ ସଫଳ ହୋଇଥାଏ । ଠିକ ସମୟରେ ଶର୍ଯ୍ୟା ତ୍ୟାଗ କରିବା ଆମ ପାଇଁ ଓ ଘରର ସୁଖ ସମବୃଦ୍ଧି ପାଇଁ ଶୁଭଦାୟକ ହୋଇଥାଏ । ତେଣୁ କରି ଆପଣମାନେ ସମସ୍ତେ ବ୍ରହ୍ମା ମୂହୁର୍ତ୍ତ ପୂର୍ବରୁ ଶର୍ଯ୍ୟା ତ୍ୟାଗ କରିବାକୁ ଚେଷ୍ଟା କରନ୍ତୁ । ଶାସ୍ତ୍ର ରେ ଲିଖିତ ହୋଇଛି ଯେ ବ୍ରହ୍ମା ମୂହୁର୍ତ୍ତ ରେ ଶଯ୍ୟା ତ୍ୟାଗ କରିଥାଏ , ତାହାକୁ ଅନେକ ମଙ୍ଗଳ ପୂଣ୍ୟ ମିଳିଥାଏ ।
ବ୍ୟକ୍ତି ତାର ଦିନ ସାରା ଯାହା ବି କାମ କରିଥାଏ ବା କରିବାର ସଂକଳ୍ପ ନେଇଥାଏ । ସେ ସବୁ ବିଷୟବସ୍ତୁ ଆଶା ପୂରଣ ହୋଇଥାଏ । ଆମେ ଯେବେ ବ୍ରହ୍ମା ସମୟରେ ଉଠୁ ତେବେ ପ୍ରଥମେ ଶର୍ଯ୍ୟା ଉପରେ ବସିବା ଓ ନିଜର ହାତ ପାପୁଲି କୁ ଦର୍ଶନ କରିବା ଦରକାର । ଯଦି ଆପଣ ନିଜର କର କୁ ଦର୍ଶନ କରୁଛନ୍ତି । ସୁନ୍ଦାରା ଆଶ୍ଚାର୍ଯା ଗ୍ରନ୍ଥରେ ଲେଖାଯାଇଛି ଯେ ଆମ ହାତ ର ଅଗ୍ର ଭାଗରେ ଲକ୍ଷ୍ମୀ , ମଧ୍ୟ ଭାଗରେ ସରସ୍ଵତୀ ଓ ମୂଳ ଭାଗରେ ବ୍ରହ୍ମା ବିଦ୍ୟମାନ ବୋଲି କୁହାଯାଇଛି ।
ତେଣୁ କରି ଶର୍ଯ୍ୟା ତ୍ୟାଗ ପରେ କରର ଦର୍ଶନ କରିବା ଏବଂ ଦୁଇ ହାତ କୁ ଭଲ ଭାରେ ଘୋଷି ମୁହଁରେ ଲଗେଇବା ଉଚିତ୍ । ଶେଷରେ ଯେବେ ଆମେ ଶର୍ଯ୍ୟା ତ୍ୟାଗ କରି ଖଟ ରୁ ତଳକୁ ପାଦ ରଖିଥାଉ । ସେତେ ବେଳେ ଭୂମିକି ଚୁଇ ପ୍ରଣାମ କରିବା ଓ କ୍ଷମା ମାଗିବା । କାରଣ ଆମେ ଦିନସାରା କେତେ ଥର ମାଟି ମାତାଙ୍କ ଉପରେ ଆଘାତ କରିଥାଉ ତାଙ୍କୁ ବହୁତ କଷ୍ଟ ଦେଇଥାଉ ।
ତେଣୁ କରି ତାଙ୍କୁ କ୍ଷମା ମାଗି ଦିନକୁ ଆରମ୍ଭ କରିବା ଉଚିତ୍ । ଶେଷରେ ସୂର୍ଯ୍ୟା ଙ୍କୁ ନମସ୍କାର କରନ୍ତୁ । ଶର୍ଯ୍ୟା ତ୍ୟାଗ ପରେ ଏହି ତିନିଟି ବିଷୟ କରିବା ଉଚିତ । ଏହା ଦ୍ଵାରା ଆମ ଜୀବନରେ କୋଣସି ବାଧା ବିଘ୍ନ ହୋଇନଥାଏ ।