IBN ଓଡ଼ିଶା ବ୍ୟୁରୋ

ଯେଉଁ ବ୍ୟକ୍ତି ପାଖରେ ଏହି 9 ଗୋଟି ଚମତ୍କାର ଲକ୍ଷଣ ରହିଥାଏ, ସେହି ବ୍ୟକ୍ତି କୌଣସି ସାଧାରଣ ମନୁଷ୍ୟ ନୁହନ୍ତି,

ଏହି ବ୍ରହ୍ମାଣ୍ଡର ସବୁ ସ୍ଥାନରେ ଇଶ୍ଵରଙ୍କର ବାସ ରହିଥାଏ । ଏପରିକି ପ୍ରତ୍ଯେକଟି ମନୁଷ୍ୟ ତଥା ପ୍ରାଣୀ ସମସ୍ତଙ୍କ ମଧ୍ୟରେ ଇଶ୍ଵରଙ୍କର ନିବାସ ହୋଇଥାଏ । ଭଗବାନ ଯଦିଓ ପ୍ରତ୍ଯେକ୍ଷ ରୂପେ ଭକ୍ତ ମାନଙ୍କୁ ଦର୍ଶନ ଦେଇନଥାନ୍ତି । ହେଲେ ତାଙ୍କର ସତ୍ତା ଅଛି ବୋଲି ଆମେ ଅନୁଭବ କରିପାରିଥାଉ । ତେବେ ଭଗବାନଙ୍କର ସତ୍ତାକୁ ଅନୁଭବ କରିପାରୁଥିବା ବ୍ୟକ୍ତି କୌଣସି ସାଧାରଣ ମଣିଷ ହେଇନଥାନ୍ତି ।

 

ତେବେ ଆଜି ଆମେ ଆପଣଙ୍କୁ କହିବୁ । ଯଦି ଏହି 9 ଲକ୍ଷଣ କୌଣସି ବ୍ୟକ୍ତିଙ୍କ ପାଖରେ ରହିଥାଏ । ତେବେ ସେହି ବ୍ୟକ୍ତି କୌଣସି ସାଧାରଣ ମାନବ ହୋଇନଥାନ୍ତି । ସେହି ବ୍ୟକ୍ତିଙ୍କ ଉପରେ ଭଗବାନର କୃପାଦ୍ରୁଷ୍ଟି ସର୍ବଦା ରହିଥାଏ ।

1-ଯେଉଁ ବ୍ୟକ୍ତି ନିଜର କୌଣସି ପରିସ୍ଥିତିରେ ବି ନିଜର କାମକୁ ଅଧା ଛାଡିନଥାଏ । କୌଣସି ଧାର୍ମିକ କାର୍ଯ୍ୟ କରିବା ସମୟରେ ଦୁଃଖ ଓ ସୁଖ କୌଣସି କଥାକୁ ବିଚାର ନକରି ନିଜର କର୍ମ କେବଳ କରି ଚାଲିଥାଏ । ତେବେ ଏହିପରି ଲୋକଙ୍କ ଉପରେ ଇଶ୍ଵରଙ୍କର କୃପା ରହିଛି ।

2- ଯେଉଁ ବ୍ୟକ୍ତି କେବେବି କାହାର ଖରାପ କରିନଥାଏ । ଖରାପ କରିବା ତ ଦୂରର କଥା କେବେବି କାହାର ଖରାପ କରିବା କଥାର ଚିନ୍ତା ମନ ମଧ୍ୟକୁ ଆଣିନଥାଏ । ସେପରି ବ୍ୟକ୍ତି ବ୍ୟକ୍ତି ମାନଙ୍କ ମଧ୍ୟରୁ ସର୍ବଶ୍ରେଷ୍ଠ ହୋଇଥାଏ । ଯେଉଁ ବ୍ୟକ୍ତି ନିଜର ଦୈନିକ ବ୍ୟସ୍ତବହୁଳ ସମୟ ମଧ୍ୟରୁ ସମୟ ବାହାର କରି କିଛି ସମୟ ଭଗବାନଙ୍କର ପୂଜାଆରାଧନାରେ ନିଜର ସମୟ ଦେଇଥାଏ । ତେବେ ସେହି ବ୍ୟକ୍ତି ପାଖରେ ବି ଈଶ୍ବରୀୟ ବାତାବରଣ ରହିବା ଦ୍ଵାରା ହିଁ ବ୍ୟକ୍ତିକୁ ଇଶ୍ଵରଙ୍କ ଉପରେ ଅଗାଢ ଭରଷା ରହିଥାଏ ।

– ଯେଉଁ ବ୍ୟକ୍ତି ସମାଜ ପ୍ରତି ଥିବା ତା’ ର କର୍ତ୍ତବ୍ୟ ଅନୁସାରେ ଭଲ ଓ ପୂଣ୍ୟ କାର୍ଯ୍ୟ କରିଥାଏ । ସମସ୍ତଙ୍କର ସେବା ସାହାଜ୍ଯ କରିବାକୁ ଆଗ୍ରହ ରହିଥାଏ । ସେଭଳି ବ୍ୟକ୍ତି ମଧ୍ୟ ବହୁତ ଭଲ ହୋଇଥାନ୍ତି ।

4-ଯେଉଁ ବ୍ୟକ୍ତି କେବେବି କାହା ପ୍ରତି ଅନ୍ୟାୟ କରିନଥାଏ । କାହାର ଦୁଃଖର କାରଣ ସେହି ବ୍ୟକ୍ତି ସାଜିନଥାଏ । ତେବେ ସେହି ବ୍ୟକ୍ତି ଉପରେ ମଧ୍ୟ ଇଶ୍ଵରଙ୍କର ଅଲୌକିକ କୃପାଦ୍ରୁଷ୍ଟି ରହିଥାଏ ।

5- ଯେଉଁ ବ୍ୟକ୍ତିକୁ କୌଣସି ବିପଦ ଆସିବା ପୂର୍ବରୁ କିଛି ଆଭାଷ ପୂର୍ବରୁ ହୋଇଯିବା ସହ ସେହି ବ୍ୟକ୍ତି ବିଚଳିତ ହୋଇଥାଏ । ଏହା ସହ ବେଳ ଥାଉ ଥାଉ ସଚେତନ ରହି କାମ କରିଥାଏ । ସେ କୌଣସି ସାଧାରଣ ମନୁଷ୍ୟ ହୋଇନଥାଏ ।

6- ଯେଉଁ ବ୍ୟକ୍ତି ନିଜ ପାଖରେ ଅନେକ ସମୟରେ ସୁଗନ୍ଧିତ ଦ୍ରବ୍ୟର ମହକ ଅନୁଭବ କରିପାରିଥାଏ । ସେହି ବ୍ୟକ୍ତି ଆଖପାଖରେ ମଧ୍ୟ ଅଲୌକିକ ଶକ୍ତିର ପ୍ରଭାବ ରହିଥାଏ ।

 

7- ଇଶ୍ଵରଙ୍କ କୃପା ଥିବା ବ୍ୟକ୍ତିର ନିଦ ପ୍ରାୟତଃ ମନକୁ ମନ ଭୋର ସମୟ ଅର୍ଥାତ ବ୍ରହ୍ମ ମୂହୁର୍ତ୍ତରୁ ଭାଙ୍ଗି ଯାଇଥାଏ ।

8-ଯେଉଁ ବ୍ୟକ୍ତି ମନ୍ଦିର କି ଘର ପୂଜା ସମୟରେ ନିଜର ଧ୍ୟାନ ଅନ୍ୟ କୌଣସି ବିଷୟ ପ୍ରତି ନଦେଇ କେବଳ ଭଗବାନଙ୍କର ଆରାଧନା କରିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button