IBN ଓଡ଼ିଶା ବ୍ୟୁରୋ

ଶ୍ରାବଣ ମାସରେ ସ୍ୱପ୍ନରେ ସର୍ପ ଦେଖିବା ଶୁଭ କି ରହିଛି ଅନ୍ୟ କିଛି ସଙ୍କେତ! ଆସନ୍ତୁ ଜାଣିବା…

ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଶ୍ରାବଣ ମାସ ଏକ ପବିତ୍ର ମାସ। ଏହି ମାସରେ ମହାଦେବଙ୍କୁ ପୂଜାର୍ଚ୍ଚନା କରାଯାଏ। ଏହି ପୂଜାର ବିଶେଷ ମହତ୍ତ୍ୱ ରହିଛି। ଶ୍ରାବଣରେ ବ୍ରତ ରଖିବା ଦ୍ୱାରା ଭଗବାନ ଭୋଳାନାଥ, ଦେବୀ ପାର୍ବତୀଙ୍କ ଆଶିଷ ଲାଭ ହୁଏ ବୋଲି ମଧ୍ୟ ବିଶ୍ୱାସ ରହିଛି ।

ତେବେ ସ୍ୱପ୍ନ ଶାସ୍ତ୍ର ଅନୁସାରେ, ଶ୍ରାବଣ ମାସରେ ସ୍ୱପ୍ନରେ କିଛି ଜିନିଷ ଦେଖିବା ବେଶ୍ ଶୁଭ ହୋଇଥାଏ । ସେହିପରି କିଛି ସ୍ୱପ୍ନରେ ଦେବୀ-ଦେବତାଙ୍କ ତରଫରୁ ସଂକେତ ମଧ୍ୟ ମିଳିଥାଏ । ଦେବାଦେବୀ ଆପଣଙ୍କୁ ପୂଜା ସ୍ୱୀକାର କରି ନେଇଥିବା କିଛି ସ୍ୱପ୍ନ ସଂକେତ ଦେଇଥାଏ । ସେହିପରି ସ୍ୱପ୍ନରେ ଆଉ କିଛି ଜିନିଷ ଦେଖିବା ଅଶୁଭ ସଂକେତ ବୋଲି ମଧ୍ୟ କୁହାଯାଇଛି । ଶ୍ରାବଣ ମାସରେ ସ୍ୱପ୍ନରେ ସର୍ପ ଦେଖିବା ଶୁଭ କି ଅଶୁଭ ଆସନ୍ତୁ ଜାଣିବା।

  • ସ୍ୱପ୍ନ ଶାସ୍ତ୍ର ଅନୁସାରେ, କୌଣସି ବ୍ୟକ୍ତିଙ୍କୁ ଶ୍ରାବଣ ମାସରେ ଜୀବିତ ସର୍ପ ଦେଖା ଦେଇଥାଏ, ତେବେ ଏହା ବେଶ୍ ଶୁଭ ବୋଲି କୁହାଯାଇଛି । ଏହାର ଅର୍ଥ ହେଉଛି ଆପଣଙ୍କ ପୂଜା କିମ୍ବା ଭକ୍ତିରେ ଦେବାଦେବୀ ପ୍ରସନ୍ନ ହୋଇଛନ୍ତି ଏବଂ ଆପଣଙ୍କ ପ୍ରାର୍ଥନାକୁ ସ୍ୱୀକାର କରିଛନ୍ତି । ଖୁବଶୀଘ୍ର ଆପଣଙ୍କ ଇଚ୍ଛା ପୂରଣ ମଧ୍ୟ ହୋଇପାରେ ବୋଲି ଏହି ସ୍ୱପ୍ନ ଦ୍ୱାରା ସଂକେତ ମିଳିଥାଏ ।
  • ସେହିପରି ଶ୍ରାବଣ ମାସରେ କୌଣସି ମୃତ ସାପକୁ ସ୍ୱପ୍ନରେ ଦେଖିବା ଅଶୁଭ ସଂକେତ ହୋଇଥାଏ । ଆପଣ ଭୁଲ ରାସ୍ତାରେ ଯାଉଥିବା ସଂକେତ ଦେଇଥାଏ ଏହି ସ୍ୱପ୍ନ । ଜୀବନରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ଚିନ୍ତା କରିବା ଉଚିତ । ଏଥିପାଇଁ ଆପଣଙ୍କୁ ଭବିଷ୍ୟତରେ ପଶ୍ଚାତାପ କରିବାକୁ ପଡ଼ିପାରେ । ତେଣୁ ଏହି ସ୍ୱପ୍ନ ଦେଖିବା ମାତ୍ରେ ତୁରନ୍ତ ଭଗବାନ ଶିବଙ୍କୁ ହାତ ଯୋଡ଼ି କ୍ଷମା ମାଗିବା ଉଚିତ ।
  • ଜ୍ୟୋତିଶ ଶାସ୍ତ୍ର ଅନୁଯାୟୀ ଯଦି ଶ୍ରାବଣ ମାସରେ କଳା ରଙ୍ଗର ସାପ ଆପଣଙ୍କ ରାସ୍ତା କାଟୁଥିବାର ସ୍ୱପ୍ନ ଦେଖନ୍ତି, ତେବେ ଏହାକୁ ମଧ୍ୟ ଶୁଭ ସଂକେତ ବୋଲି ବିଚାର କରାଯାଏ । ଏହାର ଅର୍ଥ ହେଉଛି, ଆପଣ ଯେଉଁ କାର୍ଯ୍ୟ ପାଇଁ ଯାଉଛନ୍ତି, ସେଥିରେ ଆପଣଙ୍କୁ ସଫଳତା ମିଳିବ । ଘର-ପରିବାରରେ ମଧ୍ୟ ଖୁସିର ଆଗମନ ହେବ । କିନ୍ତୁ କଳା ରଙ୍ଗର ସାପ ପରିବର୍ତ୍ତେ ଧଳା ରଙ୍ଗର ସାପକୁ ସଦ୍ୱପ୍ନରେ ଦେଖନ୍ତି, ତେବେ ଏହା ଅଶୁଭ ସଂକେତ ଦେଇଥାଏ । ଏହାର ଅର୍ଥ ଜୀବନରେ ଆପଣଙ୍କୁ ବର୍ତ୍ତମାନ ଆହୁରି ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ।
ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button