ସାଇଟିକା, ଦବି ଯାଇଥିବା ଶିର, ସ୍ଲିପ ଡିସ୍କ ଏହି 4 ଉପାୟରେ ସବୁଦିନ ପାଇଁ କରନ୍ତୁ ଦୂର

ଶରୀରରେ ହେଉଥିବା ପୀଡାରୁ ମୁକ୍ତି ପାଇବା ପାଇଁ ଆମେ ଡାକ୍ତରଙ୍କ ପାଖକୁ ଯାଇଥାଉ ବହୁତ ଔଷଧ ମଧ୍ୟ ଡାକ୍ତରଙ୍କ ପରାମର୍ଶରେ ଖାଇଥାଉ । ତଥାପି କୌଣସି ଫରକ ଦେଖିବାକୁ ମିଳିନଥାଏ । ତେବେ ଯଦି ଆପଣଙ୍କ ଠାରେ ସାଇଟିକା ତଥା ଦାବିଯାଇଥିବା ଶିର ପାଇଁ ହେଉଥିବା ଅଣ୍ଟା କଷ୍ଟରୁ ମୁକ୍ତି ପାଇବା ପାଇଁ ଚାହୁଁଥାନ୍ତି ତେବେ ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ ଏବଂ ଏଥିରୁ ମୁକ୍ତି ପାଇବାର ସହଜ ଏବଂ ସରଳ ଉପାୟ ମଧ୍ୟ ଜାଣନ୍ତୁ ।
ଅଣ୍ଟାରେ ଥିବା କୌଣସି ଶିରରେ ଯଦି ସୁଜନ ଆସିଯାଏ ତେବେ ଏହି କାରଣ ଯୋଗୁ ଅଣ୍ଟା ସମେତ ପୁରା ଗୋଡରେ କଷ୍ଟ ଅନୁଭୂତ ହେବାକୁ ଲାଗିଥାଏ । ଏଥିପାଇଁ କିଛି ଲୋକ ଚାଲିପାରନ୍ତି ନାହିଁ , ବସିଥିଲେ ଉଠିବା ମଧ୍ୟ ତାଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡେ । ଦହି, ଭେଣ୍ଡି ଏବଂ ଫୁଲକୋବିର ସେବନ ବନ୍ଦ କରିଦିଅନ୍ତୁ । କାରଣ ଆପଣଙ୍କ ଶରୀରକୁ କୌଣସି ବି ଏମିତି ଖାଦ୍ୟ ଯିବା ଉଚିତ ନୁହେଁ ଯାହା ଆପଣଙ୍କ ଶରୀରରେ ବାୟୁ ସୃଷ୍ଟି କରିବ ।
ଶରୀରରେ ଅଧିକ ବାୟୁ ଜମିବା କାରଣ ହେତୁ ଆପଣଙ୍କ ଶରୀରରେ ସାଇଟିକା ଏବଂ ସ୍ଲିପ ଡିସ୍କ ଭଳି ସମସ୍ୟା ଦେଖା ଦେଇଥାଏ । ବହୁତ ଅଧିକ ଓଜନିଆ ଜିନିଷ ଯଦି ଆପଣ ଉଠାଇ ଦିଅନ୍ତି ତେବେ ମଧ୍ୟ ଡିସ୍କ ଆପ ଆପଣଙ୍କର ସ୍ଲିପ ହୋଇଯାଏ । ଅଣ୍ଟା କଷ୍ଟ ହିଁ ଆଗକୁ ଯାଇ ଏହି ସାଇଟିକା ସୃଷ୍ଟି କରିଥାଏ ।
ଦୁଇ କୋଲା ରସୁଣକୁ ଛୋଟ ଛୋଟ କାଟି ତାହାକୁ ଗାଈ କ୍ଷୀରରେ ପକାଇ ସିଝାନ୍ତୁ । ଏହାପରେ ଆପଣ ରାତିରେ ଶୋଇବା ସମୟରେ ଏହି କ୍ଷୀରକୁ ପିଇନିଅନ୍ତୁ । ଏହି କ୍ଷୀର ଆପଣଙ୍କ ଶରୀରରୁ ସାଇଟିକା ଏବଂ ବାତକୁ ଦୂର କରିବାର କାମ କରିଥାଏ । ରାତିରେ ଆପଣ ମେଥି ଦାନାକୁ ପାଣିରେ ବତୁରାଇ ଦିଅନ୍ତୁ ଏବଂ ଏହାକୁ ସକାଳୁ ଉଠି ଖାଇବା ଉଚିତ । ଏହାଦ୍ୱାରା ଆପଣଙ୍କ ଶରୀରରୁ ବାତ ଦୂର ହୋଇଯାଏ ।
ଭୁଜଙ୍ଗ ଆସନ, ମର୍କଟ ଆସନ, ମକରା ଆସନ ଏବଂ ପାଦ ପଶ୍ଚିମ ଉତାସନ ଏହି ଚାରୋଟି ଆସନକୁ ଆପଣଙ୍କୁ ପ୍ରତ୍ୟକ ଦିନ ସକାଳୁ ଏବଂ ସନ୍ଧ୍ୟାରେ ଖାଲି ପେଟରେ କରିବା ଆବଶ୍ୟକ । ଏହି ଚାରୋଟି ଆସନକୁ ଆପଣଙ୍କୁ ନିୟମିତ 15 ଦିନ କରିବାକୁ ପଡିବ । ଆପଣ ଅଳପ ଉଷୁମ ପାଣି ନିଅନ୍ତୁ ଏବଂ ସେଥିରେ ଆପଲ ଭିନେଗାର ମିଶାନ୍ତୁ ଏବଂ ଅଳପ ଲୁଣ ମିଶାନ୍ତୁ ସେହି ପାଣିକୁ ଭଲ ଭାବରେ ମିଶାଇ ସେଥିରେ ଆପଣଙ୍କ ଦୁଇ ପାଦକୁ ବୁଡାଇ ରଖନ୍ତୁ ୧୦ ମିନିଟ ପର୍ଯ୍ୟନ୍ତ ।