IBN ଓଡ଼ିଶା ବ୍ୟୁରୋ

ସଚ୍ଚା ପ୍ରେମ କରୁଥିବା ଲୋକଙ୍କୁ ଚିହ୍ନନ୍ତୁ ଏହି 3 ଉପାୟରେ

ସଂସାରରେ ପ୍ରେମର ସ୍ଥାନ ସବୁଠାରୁ ଉପରେ । ପ୍ରେମର ମୂଲ୍ୟ ବହୁତ ରହିଛି ଆମ ସଂସାରରେ । ସବୁଠାରୁ ପବିତ୍ର ଯଦି ଦୁନିଆରେ କିଛି ହୋଇଥାଏ ତେବେ ତାହା ହେଉଛି ପ୍ରେମ । ପ୍ରେମ ବନ୍ଧନରେ ପରସ୍ପର ବାନ୍ଧି ହୋଇଥିବା କାରଣରୁ ତ ସଂସାର ଗାଡି ଚାଲିଛି । କିନ୍ତୁ ଆଜିକାଲି ପ୍ରେମ କମ ଧୋକା ବହୁତ ଅଧିକ ପାଉଛନ୍ତି ଲୋକମାନେ । ପ୍ରକୃତରେ ଭଲ ପାଇବାର ନାଟକ କରି ଅଧା ବାଟରେ ହାତ ଅନେକ ଲୋକ ଛାଡିଦେଉଛନ୍ତି ।

 

ତେଣୁ ଆଜି ଆମେ ଆପଣ ମାନଙ୍କୁ ତିନୋଟି ତରିକାରେ କିଭଳି ପ୍ରକୃତ ଭଲ ବ୍ୟକ୍ତିଙ୍କୁ ଚିହ୍ନି ପାରିବେ ତାହା ସମ୍ପର୍କରେ ଜଣାଇବା ପାଇଁ ଯାଉଛୁ । ପ୍ରଥମ: ଶ୍ରୀକୃଷ୍ଣଙ୍କ କହିବା ଅନୁଯାୟୀ ଭଲ ପାଇବାରେ ଯଦି ଏହି ଭୁଲ ଧାରଣା ମୁଣ୍ଡରେ ପୁରାଇ  ଦିଆଯାଏ କି ଭଲ ପାଇବାରେ ରାଗର କୌଣସି ମଧ୍ୟ ସ୍ଥାନ ନାହିଁ । ପ୍ରକୃତ ଭଲ ପାଉଥିବା ଲୋକ କେବେ ରାଗି ନଥାଏ ଏହା ଭାବିବା ଭୁଲ । ଯଦି ଆପଣଙ୍କ ସାଥି ଆପଣଙ୍କ ଉପରେ ବାରମ୍ବାର ରାଗୁଛନ୍ତି ଏବଂ ରୁଷୁଛନ୍ତି ତେବେ ଆପଣଙ୍କୁ ଲାଗିଥାଏ କି ସେ ଆପଣଙ୍କୁ ପ୍ରକୃତରେ ଭଲ ପାଉନାହାନ୍ତି ।

ରାଗ ଏବଂ ଅହଂଭାବ ମଧ୍ୟରେ ବହୁତ ବଡ ପାର୍ଥକ୍ୟ ରହିଛି । ଭଲ ପାଇବାରେ ରାଗ ରୁଷା ହୋଇପାରେ କିନ୍ତୁ ଭଲ ପାଇବା ସମ୍ପର୍କ ମଧ୍ୟରେ ଅହଂକାର ଏବଂ ଘମଣ୍ଡ ରହିବା ଉଚିତ ନୁହେଁ । ଅହଂକାର ଲୋକ କେବେ ନିଜ ଭୁଲ ମାନନ୍ତି ନାହିଁ କି ଆପଣଙ୍କୁ କେବେ ମଧ୍ୟ କରିଥିବା ଭୁଲର କ୍ଷମା ମଧ୍ୟ ମାଗନ୍ତି ନାହିଁ ଏଭଳି ବ୍ୟକ୍ତି ଆପଣଙ୍କୁ ପ୍ରକୃତରେ କେବେ ବି ଭଲ ପାଇନଥାନ୍ତି ।

 

ଦିତୀୟ: ଭଲ ପାଇବାରେ ରୋକ ଟୋକ ଜଣେ ଲଗାଇବାର ଅର୍ଥ ଏହା ନୁହେଁ କି ସେ ଆପଣଙ୍କୁ ଭଲ ପାଉନାହାନ୍ତି । ଏହାର ଅର୍ଥ ହୋଇଥାଏ କି ସେ ଆପଣଙ୍କ ଭଲ ଖରାପ କଥାର ଚିନ୍ତା କରୁଛନ୍ତି । ତେଣୁ ଆପଣଙ୍କୁ ସେ କିଛି ଭୁଲ କାମ ବା ଆପଣଙ୍କ ପାଇଁ ବିପଦ ଥିବା କାର୍ଯ୍ୟ କରିବା ପାଇଁ ଅଟକାଉଛନ୍ତି ।

କିନ୍ତୁ ଯଦି ଆପଣଙ୍କ ସାଥି ବିନା କାରଣରେ ଅଯଥାରେ ଆପଣଙ୍କ ଉପରେ ସବୁବେଳେ ସବୁ କଥାରେ ରୋକ ଟୋକ ଲଗାଉଥାନ୍ତି ଏବଂ ଆପଣଙ୍କ ସ୍ଵତନ୍ତ୍ରତା ଛଡାଉଥାନ୍ତି ତେବେ ତାହା କେବେ ମଧ୍ୟ ପ୍ରକୃତ ଭଲ ପାଇବା ହୋଇନଥାଏ । ତୃତୀୟ: ପ୍ରକୃତ ଭଲ ପାଉଥିବା ଯୋଡ଼ିଙ୍କ ମଧ୍ୟରେ ଶାରୀରିକ ସମ୍ବନ୍ଧ ରହିପାରିବ କିନ୍ତୁ ଯଦି ଉଭୟଙ୍କ ସହମତି ଥିବ ତେବେ ତେଣୁ ଶାରୀରିକ ସମ୍ବନ୍ଧ ରଖିବାର କଥା କହିବା କି ରଖିବା ଦ୍ଵାରା ଭଲ ପାଇବା ମିଛ ହୋଇଯାଏନି ଏହା ବି ଭଲ ପାଇବାରେ ଜରୁରୀ ହୋଇଥାଏ ।

 

କିନ୍ତୁ ଯଦି ଜଣେ କେବଳ ଶାରୀରିକ ସମ୍ବନ୍ଧ ରଖିବା ପାଇଁ ଆପଣଙ୍କ ପାଖରେ ଜିଦି କରେ ଆପଣ ନ ମାନିଲେ ଆପଣଙ୍କୁ ଛାଡିକି ଯିବାର ଧମକ ଦିଏ ତେବେ ତାହା କେବେ ମଧ୍ୟ ପ୍ରକୃତ ଭଲ ପାଇବା ହୋଇନଥାଏ

Related Articles

Leave a Reply

Your email address will not be published. Required fields are marked *

Back to top button