ଯେଉଁ ମଣିଷ ସକାଳୁ ଉଠିବା ମାତ୍ରେ ଏହି 3 କାମ କରିଥାନ୍ତି, ସାରା ଜୀବନ ସେମାନେ ଗରିବ ହିଁ ରୁହନ୍ତି
ମଣିଷକୁ ନିଜ କର୍ମ ଅନୁଯାୟୀ ଫଳ ପ୍ରାପ୍ତ ହୋଇଥାଏ । ତେଣୁ ଯଦି ଆପଣଙ୍କ ନୀତି ନିୟମ ବା କର୍ମ ଠିକ ନଥାଏ ତେବେ ତାହାର କୁକର୍ମ ଆପଣଙ୍କୁ ଭୋଗ କରିବା ପାଇଁ ପଡିଥାଏ । ଯାହାଦ୍ୱାରା ଆପଣ ସାରାଜୀବନ ପାଇଁ ଦରିଦ୍ର ଭାବରେ ଜୀବନ କଟାଇଥାନ୍ତି । ତେବେ ସକାଳୁ ଉଠିବା ପରେ କେଉଁ ତିନୋଟି କାମ କରିବା ଦ୍ଵାରା ଅଭାବ ଅନାଟନ ଦେଖାଦେଇଥାଏ ଜୀବନରେ ତାହା ସମ୍ପର୍କରେ ଆଉ ଡେରି ନକରି ଆସନ୍ତୁ ଜାଣିବା ।
1- ଆପଣ ଦେଖିଥିବେ ବହୁତ ଲୋକ ନିଜର ତାରିଫ ତଥା ପ୍ରଶଂସା କରିବା ପାଇଁ ବହୁତ ଭଲ ପାଇଥାନ୍ତି । ସେମାନଙ୍କର ଏହି ଅଭ୍ୟାସ ସେମାନଙ୍କୁ ଘମଣ୍ଡି ଏବଂ ସ୍ଵାର୍ଥପର କରିଦେଇଥାଏ । ଏଭଳି ଲୋକଙ୍କ ଭାବନା ସବୁବେଳେ ରହିଥାଏ ନିଜ ଠାରୁ ସମସ୍ତଙ୍କୁ ନିଚ୍ଚା ଦେଖାଇବା ପାଇଁ । ନିଜକୁ ସମସ୍ତଙ୍କ ଉପରେ ରଖିବା ପାଇଁ ସବୁବେଳେ ଚାହିଥାନ୍ତି ।
ଅନ୍ୟ ଆଗରେ ନିଜକୁ ଟେକି ନିଜର ଗୁଣଗାନ କରିବାର ଅଭ୍ୟାସ କୌଣସି ବି ଦିନ ସେମାନଙ୍କୁ ବରବାଦ କରିଦେଇପାରେ । ତେଣୁ ଏଭଲୁ ଅଭ୍ୟାସ ଠାରୁ ଦୂରେଇ ରହିବ ହିଁ ଭଲ ହୋଇଥାଏ । 2- କିଛି ଲୋକ ଜୀବନରେ ଘଟି ଯାଇଥିବା କିଛି ଘଟଣା ପାଇଁ ହେଉ ବା ଜନ୍ମ ସମୟରୁ ହେଉ ଭଗବାନଙ୍କ ଉପରେ ବିଶ୍ଵାସ ଏବଂ ଆସ୍ଥା ରଖିନଥାନ୍ତି । ସେମାନଙ୍କୁ ଧର୍ମ ଜ୍ଞାନ କିମ୍ବା ଭଗବାନଙ୍କ ଶକ୍ତିରେ କୌଣସି ମତଲବ ନଥାଏ ।
ନିଜ ଦୁନିଆରେ ନିଜକୁ ଶ୍ରେଷ୍ଠ ଭାବନ୍ତି । ସଂସାରର ସବୁ ଜ୍ଞାନ ଆହରଣ କରିବା ଭଳି ବ୍ୟବହାର କରନ୍ତି ସମସ୍ତଙ୍କ ସାମ୍ନାରେ । ଏମାନେ ଧର୍ମ ଶାସ୍ତ୍ରରେ ବିଶ୍ଵାସ ନ ରଖୁଥିବା ହେତୁ ଅଧର୍ମୀ ଏବଂ ପାପୀ ହୋଇଯାନ୍ତି । ଖରାପ କାମ ଆଡକୁ ଚାଲିଯାଇଥାନ୍ତି । ଏବଂ ନିଜ ଜୀବନର ସତ୍ୟାନାଶର କାରଣ ନିଜେ ହିଁ ପାଲଟି ଯାଇଥାନ୍ତି ।
3- ଆମ ହିନ୍ଦୁ ଧର୍ମରେ ଗ୍ରନ୍ଥ ଏବଂ ପୁରାଣକୁ ପୂଜନୀୟ ମନାଯାଇଥାଏ । କିନ୍ତୁ ଆଜିର ସମୟରେ ଲୋକଙ୍କ ଭିତରେ ଏଥିପ୍ରତି ସମ୍ମାନ ଏବଂ ମହତ୍ଵ କମିବାରେ ଲାଗିଲାଣି ।କିଛି ଲୋକ ଏହି ବେଦ ଏବଂ ଗ୍ରନ୍ଥର ଅପମାନ କରିବା ପାଇଁ ମଧ୍ୟ ପଛଘୁଞ୍ଚା ଦେଇନଥାନ୍ତି । ଏହି ଅଭ୍ୟାସ ଯେକୌଣସି ମଣିଷ ପାଇଁ ବର୍ବାଦିର କାରଣ ହୋଇପାରେ ।
4- ଅନ୍ୟର ଆପମାନ କରିବା କିମ୍ବା ତାଙ୍କୁ ନିନ୍ଦା କରିବା ଶାସ୍ତ୍ର ଅନୁଯାୟୀ ପାପ ଅଟେ । ତେଣୁ ଆପଣ ନିଜ ଜୀବନରେ ସଫଳତା ପାଇଁ ଚାହୁଁଥିଲେ ଏହି ସମସ୍ତ କଥା ଠାରୁ ଦୂରେଇ ରୁହନ୍ତୁ । ଆଉ ଯଦି ଆପଣ ସକାଳୁ ସକାଳୁ ଉଠିବା ପରେ କିଛି କମ ଧନ୍ଦା ନକରି ଏହି ସବୁ ନିନ୍ଦା ଆପମାନ, ଅନ୍ୟକୁ ନିଚ୍ଚା ଦେଖାଇବା । ବେଦ ଶାସ୍ତ୍ରର ଆପମାନ ଇତ୍ୟାଦି ଆରମ୍ଭ କରନ୍ତି ତେବେ ଆପଣ କଙ୍ଗାଳ ହେବା ସୁନିଶ୍ଚିନ୍ତ ଅଟେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।