ରାଜ୍ୟ

ପୁଲିସ ଜାଲରେ ମୋବାଇଲ ଲୁଟେରା ଗ୍ୟାଙ୍ଗ: ୭ ଗିରଫ, ୮୩ ମୋବାଇଲ ଜବତ

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ପୁଲିସ ଜାଲରେ ମୋବାଇଲ ଲୁଟେରା ଗ୍ୟାଙ୍ଗ । ୮୩ଟି ମୋବାଇଲ ଜବତ କରିବା ସହିତ ୭ ଜଣ ଲୁଟେରାଙ୍କୁ ଗିରଫ କରିଛି ପୁଲିସ ।ଏହି ଲୁଟେରାମାନେ ହାଟ ବଜାର, ସହିତ ଘର ଭିତରେ ପଶି ଅତି ସହଜରେ ମୋବାଇଲ ଚୋରି କରି ଫେରାର ହୋଇଯାଉଥିଲେ। କିନ୍ତୁ ପୁଲିସ ଏମାନଙ୍କର କିଛି ଟେର ପାଉନଥିଲା । ତେବେ କିଛି ଦିନ ପୂର୍ବେ ୧୪ ଜଣ ଲୋକ ନିଜ ମୋବାଇଲ ହଜିଥିବା ନେଇ ଥାନାରେ ଅଭିଯୋଗ କରିଥିଲେ।

ପୁଲିସ ୬ ଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

ରାଜଗାଙ୍ଗପୁର ପୁଲିସ ହାତରେ ୪ ନାବାଳକ ସହିତ ସମୁଦାୟ ୭ ଜଣଙ୍କୁ ଗିରଫ କରି ସେମାନଙ୍କ ଠାରୁ ୮୩ ଟି ମୋବାଇଲ, ରୁପା ପାଉଁଜି, ସ୍ମାର୍ଟ ହାତ ଘଣ୍ଟା ସହ ନଗଦ ୭ ହଜାର ଟଙ୍କା ଜବତ କରିଛି । ତେବେ ଏହାର ମାଷ୍ଟର ମାଇଣ୍ଡ ସହିତ ଆଉ କେଉଁ ମାନେ ସମ୍ପୃକ୍ତ ସେ ନେଇ ପୁଲିସ ଛାନଭିନ ଆରମ୍ଭ କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button