IBN ଓଡ଼ିଶା ବ୍ୟୁରୋ

ରେଳ ଧାରଣାରେ ଛତା ଲଗାଇ ଶୋଇ ଥିଲେ, ହଠାତ୍‌ ଆସିଲା ଟ୍ରେନ: ଦେଖନ୍ତୁ ଭିଡିଓ

ବେଳେବେଳେ ଭଲ ନିଦ ଆପଣଙ୍କ ଜୀବନର ସବୁ ସମସ୍ୟାକୁ ଦୂର କରିଦିଏ। ଏହି ପରାମର୍ଶକୁ ଜଣେ ବ୍ୟକ୍ତି ନୂଆ ସ୍ତରକୁ ନେଇ ଯାଇଛନ୍ତି। ବ୍ୟକ୍ତି ଜଣଙ୍କ ଗୋଟିଏ ରେଳ ଧାରଣାର ମଝିରେ ଛତା ଧରି ଅଚିନ୍ତା ନିଦରେ ଶୋଇ ପଡ଼ିଛନ୍ତି। ଏହି ସମୟରେ ଗୋଟିଏ ଟ୍ରେନ ମଧ୍ୟ ସେହି ଟ୍ରାକରେ ଆସିଥିଲା। ହେଲେ ଛତା ଧରି ରେଳ ଧାରଣା ମଝିରେ ବ୍ୟକ୍ତିଙ୍କ ନିଦ ଦେଖି ବେଶ କିଛି ଦୂରରୁ ଏହା ଅଟକି ଯାଇଥିଲା।

ବ୍ୟକ୍ତି ଜଣଙ୍କ ରେଳ ଧାରଣାରେ ଶୋଇଥିବାରୁ ଲୋକୋପାଇଲଟ ହର୍ଣ୍ଣ ମାରିଥିଲେ। ହେଲେ ସେ ଏତେ ନିଘୋଡ଼ ନିଦରେ ଶୋଇଥିଷ ଯେ ତାଙ୍କୁ ଟ୍ରେନ ଆସୁଥିବା କଥା ମଧ୍ୟ ଜଣା ପଡ଼ି ନଥିଲା।

ଶେଷରେ ଲୋକୋ ପାଇଲଟ ଟ୍ରେନରୁ ଓହ୍ଲାଇ ଚାଲି ଚାଲି ବ୍ୟକ୍ତିଙ୍କ ପାଖରେ ପହଞ୍ଚିଥିଲେ। ସେ ତାଙ୍କୁ ନିଦରୁ ଉଠାଇଥିଲେ। ବ୍ୟକ୍ତି ଜଣଙ୍କ ମଧ୍ୟ ଉଠିବା ପରେ ରେଳ ଧାରଣାରୁ ହଟି ଯାଇଥିଲେ। ଏହାପରେ ଟ୍ରେନଟି ଆଗକୁ ଯାଇଥିଲା।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button