IBN ଓଡ଼ିଶା ବ୍ୟୁରୋ

ଥମୁନି ଘଟଣା.! ଏବେ ମହାରାଷ୍ଟ୍ରର ରତ୍ନଗିରିରେ ଟ୍ରେନି ନର୍ସଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଫେରାର୍‌

ନିଶା ଦେଇ ଦୁଷ୍କର୍ମ । ପୀଡ଼ିତା ହେଉଛନ୍ତି ଜଣେ ନର୍ସିଂ ଛାତ୍ରୀ । କୋଲକାତାରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସାରା ଦେଶ ଦୋହଲିଥିବା ବେଳେ ଏବେ ପୁଣି ଜଣେ ନର୍ସିଂ ଛାତ୍ରୀ ଦୁଷ୍କର୍ମର ଶିକାର ହୋଇଛନ୍ତି । ଘଟଣା ଘଟିଛି ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାରେ ।

ଏଠାରେ ୨୦ ବର୍ଷୀୟା ନର୍ସିଂ ଛାତ୍ରୀଙ୍କୁ ଜଣେ ଅଟୋ ଚାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ପୀଡ଼ିତା ଜଣକ ଚିକିତ୍ସାଧୀନ ଅଛନ୍ତି । ଏହି ଘଟଣାକୁ ନେଇ ନର୍ସିଂ ଷ୍ଟାଫଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଛାତ୍ରୀ ଜଣକ କଲେଜରୁ ଅଟୋ ଯୋଗେ ଘରକୁ ଫେରୁଥିଲେ । ବାଟରେ ଡ୍ରାଇଭର ଜଣକ ତାଙ୍କୁ ପାଣିରେ ନିଶା ମିଶାଇ ପିଇବାକୁ ଦେଇଥିଲେ । ଅଚେତ ହେବା ପରେ ଏକ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲେ । ଚେତା ଫେରି ପାଇବା ପରେ ଛାତ୍ରୀ ଜଣକ ପରିବାର ଲୋକଙ୍କୁ ଜଣାଇଥିଲେ ।

ଏ ନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି । ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରିଛି । ଏହି ଘଟଣା ବିଷୟରେ ଜାଣିବା ପରେ ଆଖପାଖ ଅଞ୍ଚଳର ଲୋକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଗତକାଲି ରାତିରେ କିଛି ଲୋକ ରାସ୍ତାରୋକୋ ଆନ୍ଦୋଳନ କରି ଘଟଣାକୁ ବିରୋଧ କରିଥିଲେ । ବର୍ତ୍ତମାନ ପୋଲିସ ସିସିଟିଭି ମାଧ୍ୟମରେ ଅଭିଯୁକ୍ତଙ୍କୁ ଖୋଜାଖୋଜି କରୁଛି ।

ସୂଚନାଯୋଗ୍ୟ, ଚଳିତ ମାସ ୯ ତାରିଖ ରାତିରେ କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ଏହାକୁ ନେଇ ସାରା ଦେଶରେ ଡାକ୍ତରମାନେ ଆନ୍ଦୋଳନ କରୁଛନ୍ତି । ସବୁଠି ଆନ୍ଦୋଳନ ଜୋର୍ ଧରିବା ପରେ କଲେଜର ପ୍ରିନ୍ସିପାଲ୍ ନିଜ ପଦରୁ ଇସ୍ତଫା ଦେଇଥିଲେ । ପରେ ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ଗିରଫ କରାଯାଇଥିଲା । ଏବେ ଅଭିଯୁକ୍ତଙ୍କ ବାଇକ ଜବତ କରିଛି ସିବିଆଇ ।

Related Articles

Leave a Reply

Your email address will not be published. Required fields are marked *

Back to top button