ଖେଳ

ଆଇସିସି ମହିଳା ଟି- ୨୦ ବିଶ୍ୱକପ୍ : ଭାରତୀୟ ଟିମ୍‌ ଘୋଷଣା, ହରମନପ୍ରୀତ ଅଧିନାୟକ, ସ୍ମୃତି ମନ୍ଧାନାଙ୍କୁ ମିଳିଲା ଉପଅଧିନାୟକ ପଦ

ଇସିସି ମହିଳା ଟି- ୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ହରମନପ୍ରୀତ କୌରଙ୍କ ଅଧିନାୟକତ୍ୱରେ ବିଶ୍ୱକପ୍ ଖେଳିବ ମହିଳା କ୍ରିକେଟ୍ ଟିମ୍ । ବିସିସିଆଇ ହରମନପ୍ରୀତ କୌରଙ୍କୁ ଅଧିନାୟକ କରି ଥିବାବେଳେ ସ୍ମୃତି ମନ୍ଧାନାଙ୍କୁ ଉପଅଧିନାୟକ ଦାୟିତ୍ୱ ଦେଇଛି ।

ଅକ୍ଟୋବର ୩ରୁ ୟୁଏଇରେ ମହିଳା ଟି- ୨୦ ବିଶ୍ୱକପ ଆରମ୍ଭ ହେବ ।

ଦୁବାଇ ଏବଂ ଶାରଜାହ ଷ୍ଟାଡିୟମରେ ସମସ୍ତ ମ୍ୟାଚ୍ ଖେଳାଯିବ । ବିଶ୍ୱକପରେ ୧୦ଟି ଟିମ୍‌ ଖେଳୁଥିବା ବେଳେ ମୋଟ୍ ୨୩ଟି ମ୍ୟାଚ୍‌ ଖେଳାଯିବ ।
ଭାରତ, ଅଷ୍ଟ୍ରେଲିଆ, ପାକିସ୍ତାନ, ନ୍ୟୁଜିଲ୍ୟାଣ୍ଡ ଏବଂ ଶ୍ରୀଲଙ୍କା ଗ୍ରୁପ୍-ଏରେ ରହିଥିବାବେଳେ ବାଂଲାଦେଶ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍ ଏବଂ ସ୍କଟଲ୍ୟାଣ୍ଡ ଗ୍ରୁପ୍-ବିରେ ରହିଛନ୍ତି ।

ଭାରତ ଏବଂ ପାକିସ୍ତାନ ମ୍ୟାଚକୁ ନେଇ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି । ତେବେ ଏହି ଦୁହିଁଙ୍କ ମଧ୍ୟରେ ମ୍ୟାଚ ଅକ୍ଟୋବର ୬ ତାରିଖରେ ଖେଳାଯିବ । ଭାରତୀୟ ଟିମର ଶେଷ ଗ୍ରୁପ ମ୍ୟାଚ ଅଷ୍ଟ୍ରେଲିଆ ସହିତ ହେବ । ଏହା ୧୩ ଅକ୍ଟୋବରରେ ଖେଳାଯିବ ।

ବିଶ୍ୱକପ୍ ପାଇଁ ଘୋଷିତ ଭାରତୀୟ ଟିମ୍ :

ହରମନପ୍ରୀତ କୌର (ଅଧିନାୟକ), ସ୍ମୃତି ମନ୍ଧାନା (ଉପଅଧିନାୟକ), ଶେଫାଳୀ ବର୍ମା, ଦୀପ୍ତି ଶର୍ମା, ଜେମିମା ରୋଡ୍ରିଗୁସ୍, ରିଚା ଘୋଷ (ୱିକେଟ୍ କିପର), ୟସ୍ତିକା ଭାଟିଆ (ୱିକେଟ କିପର୍), ପୂଜା ଭାସ୍ତ୍ରକର, ଅରୁନ୍ଧତୀ ରେଡ୍ଡୀ , ରେଣୁକା ସିଂ ଠାକୁର, ଦୟାଲନ ହେମଲତା, ଆଶା ସୋଭନା, ରାଧା ଯାଦବ, ଶ୍ରେୟଙ୍କା ପାଟିଲ, ସାଜନା ସଜୀବନ।

Related Articles

Leave a Reply

Your email address will not be published. Required fields are marked *

Back to top button