IBN ଓଡ଼ିଶା ବ୍ୟୁରୋ

ଏପରି ଚରିତ୍ର ଥିବା ନାରୀ ପରିବାରର କରିଥାନ୍ତି ସର୍ବନାଶ ! ଏମାନଙ୍କ ଠାରୁ ରୁହନ୍ତୁ ସାବଧାନ

, ନାରୀର ଚରିତ୍ର ଦୁନିଆରେ ସବୁଠାରୁ ପବିତ୍ର ଅଟେ । ତେଣୁ ଗୋଟିଏ ନାରୀ ସର୍ବଦା ନିଜ ଚରିତ୍ରକୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥାଏ । କିନ୍ତୁ କିଛି ନାରୀ ଅଛନ୍ତି ଯେଉଁ ମାନେ ନିଜର  ମନର କାମନା ପାଇଁ ନିଜର ଚରିତ୍ରକୁ ନଷ୍ଟ କରିଦେଇଥାନ୍ତି । ତେବେ ସେହିଭଳି ନାରୀ ମାନଙ୍କର ଲକ୍ଷଣ କିଭଳି ହୋଇଥାଏ ଏହା ନିହାତି ଭାବରେ ଆପଣ ଜାଣିବା ପାଇଁ ଚାହୁଁଥିବେ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଏକ ସୁନ୍ଦର କାହାଣୀ ମାଧ୍ୟମରେ ଚରିତ୍ର ହୀନା ନାରୀର ଲକ୍ଷଣ ବାକ୍ଷା କରିବା ପାଇଁ ଯାଉଛୁ ।

 

ନବବିବାହିତ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଥିଲା । ସ୍ତ୍ରୀ କହିଲା ମୋ ସାଙ୍ଗମାନେ ଆସିବେ ତମ ବୃଦ୍ଧ ବାପା ମାଆଙ୍କୁ ଘରୁ ବାହାର କର ନହେଲେ ମତେ ଲାଜ ଲାଗିବ । ପୁଅ ଏହି କଥାର ବିରୋଧ କଲା ଆଉ କହିଲା ମୁଁ ତାଙ୍କୁ ବହୁତ ଭଲ ପାଏ ମୁଁ ଏମିତି କରିବିନି । ଏହାପରେ ପ୍ରତିଦିନ ସ୍ତ୍ରୀ ସ୍ଵାମିକୁ ଏହିସବୁ କାଥା କହି ମୁଣ୍ଡ ଖରାପ କରିବାକୁ ଲାଗିଲା ।

ପୁଅର ମାଆ ବାପା କହିଲେ ଯଦି ବୋହୁ କହୁଛି ତାହାଲେ ତୁ ତାକୁ ନେଇ ବାହାରେ ରହ ଆମ ପାଇଁ ସୁଖ ବାଦ ଯାଅ ବାବା । ପୁଅ ବାପା ମାଆ କହିବାରୁ ସ୍ତ୍ରୀକୁ ନେଇ ଚାଲି ଚାଲି ମଜାରେ ଗପି ଗପି ଯାଉଥାଏ ବାଟରେ ସ୍ତ୍ରୀକୁ ଶୋଷ କଲା । ତା ସ୍ଵାମୀ ପାଣି ନେଇ ଆସିବା ବେଳକୁ ସ୍ତ୍ରୀ ଆଉ ନଥିଲା ପ୍ରାଣ ତ୍ୟାଗ କରିସାରିଥିଲା । ସ୍ଵାମୀ ଜଣକ ବହୁତ ଅନ୍ତର ଫଟାଇ ଚିତ୍କାର କରି କାନ୍ଦିଲା ।

 

ବନ ଦେବୀ ତା କଷ୍ଟ ଦେଖି ତାକୁ କହିଲେ ଶୁଣ ତୁ ତୋ ହାତରେ ଧର୍ମକୁ ସାକ୍ଷୀ ରଖି କାହା ତୋ ଆୟୁଷରୁ ଅଧା ତୋ ସ୍ତ୍ରୀକୁ ମିଳୁ । ସ୍ଵାମୀ ଜଣଙ୍କ ନିଜ ସ୍ତ୍ରୀକୁ ବଞ୍ଚାଇବା ପାଇଁ ଯାଇ ସେଇଆ ହିଁ କଲା । ଆଉ ସ୍ତ୍ରୀ ନିଜର ଜୀବନ ଫେରିପାଇଲା । ପୁଣି ଚାଲିଲେ ସାଙ୍ଗ ହୋଇ କିଛି ବାଟ ଯିବା ପରେ ସ୍ତ୍ରୀକୁ ଭୋକ ଲାଗିଲା ସ୍ଵାମୀ ଗଲା ଖାଇବା ଆଣିବା । ସ୍ତ୍ରୀ ଏକା ବସିଥାଏ ଜଙ୍ଗଲ ମଝିରେ ଦେଖିଲା ଗୋଟିଏ କୂଅ ପାଖରେ ଗୋଟିଏ ସୁନ୍ଦର ଯୁବକ ଟିଏ ବସିଛି କିନ୍ତୁ ସେ ଛୋଟା ।

ସ୍ତ୍ରୀର କାମନା ବାସ୍ନା ରହିଲା ତା ପ୍ରତି । ଏହାପରେ ମହିଳା ଜଣଙ୍କ ତାକୁ ଯାଇ କହିଲା ତୁମେ  ମୋ ସହ ଯିବ ମୋ ଘରକୁ ଛୋଟ ବି ସହଜରେ ରାଜି ହୋଇଗଲା କାରଣ ଟା ଘରକୁ ଗଲେ ତାକୁ ମାଗଣାରେ ଖାଇବା ମିଳିବ । କିଛି ସମୟ ପରେ ସ୍ଵାମୀ ଖାଇବା ନେଇ ଆସିବା ପରେ ସ୍ଵାମୀ ଆଗରେ ନାଟକ କରି ସ୍ତ୍ରୀ କହିବାକୁ ଲାଗିଲା ଦେଖିଲ ସେଇ ଛୋଟ ବ୍ୟକ୍ତିକୁ ବହୁତ ଦୟା ଲାଗୁଛି ଚାଲ ଆମେ ତାକୁ ଆମ ଘରେ ନେଇ ରଖିବା ।

ସ୍ଵାମୀ ସ୍ତ୍ରୀ ପ୍ରେମରେ ପାଗଳ ତେଣୁ ସେ ହା ମାରିଲା । ହେଲେ କହିଲା ସିଏ ତ ଛୋଟା ଆମେ ତାକୁ ନବା କେମିତି । ସ୍ତ୍ରୀ ର କାମନା ଭୋକ ଏତେ ଥିଲା କି ସେ ତାକୁ ମୁଣ୍ଡେଇ ନେବା ପାଇଁ କାହିଲା । ସେଇଆ ହିଁ କଲା ସ୍ତ୍ରୀ । ବାଟରେ ମଉକା ଦେଖି ସ୍ଵାମୀକୁ କୂଅକୁ ପେଲିଦେଲା । ଆଉ ଛୋଟାକୁ ମୁଣ୍ଡେଇ ଯାଇ ଗୋଟେ ରାଜ୍ୟରେ ପହଞ୍ଚିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button