IBN ଓଡ଼ିଶା ବ୍ୟୁରୋ

ବର୍ଷା ପାଗରେ ଘରେ ତିଆରି କରନ୍ତୁ ବନ୍ଧାକୋବି ପରଟା

ବଶ୍ୟକ ସାମଗ୍ରୀ: ବନ୍ଧାକୋବି, ଅଦା,ରସୁଣ, କଞ୍ଚାଲଙ୍କା, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଅଟା ଓ ତେଲ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ବନ୍ଧାକୋବିକୁ କାଟି ରଖନ୍ତୁ। ପରେ ଅଦା,ରସୁଣ ଓ କଞ୍ଚାଲଙ୍କାକୁ ଏକାଠି ବାଟି ସେଥିରେ ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡକୁ ମିଶାଇ ଏହାକୁ ବନ୍ଧାକୋବି ସହ ଗୋଳାଇ ଦିଅନ୍ତୁ।

ଏହାପରେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବାପରେ ବନ୍ଧାକୋବିକୁ ଭଲ ଭାବରେ ଭାଜି ଦିଅନ୍ତୁ। ଏହା ଭାଜି ହୋଇଗଲା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତି।

ପରେ ଅଟାକୁ ଏକ ପାତ୍ରରେ ଆଣି ତାକୁ ଭଲ ଭାବରେ ଚକଟନ୍ତୁ। ଅଟା ଚକଟି ସାରିବା ପରେ ନରମ ହେବା ପାଇଁ ଏହାକୁ ଏକ କପଡ଼ାରେ ଘୋଡ଼ାଇ କିଛି ସମୟ ରଖି ଦିଅନ୍ତୁ। କିଛି ସମୟ ପରେ ଛୋଟ ଛୋଟ ଅଟା ଗୋଳା ତିଆରି କରନ୍ତୁ। ପରେ ସେଥିରେ ଏହି ବନ୍ଧାକୋବି ପୁରକୁ ଦେଇ ବେଲନ୍ତୁ। ଏବେ ତାୱା ଗରମ କରି ପରଟା ସେକନ୍ତୁ।

ପରଟାର ଦୁଇ ପଟ ଭଲ ଭାବେ ସେକି ହୋଇଯିବା ପରେ ଏହା ଉପରେ ତେଲ କିମ୍ବା ଘିଅ ଦେଇ ଆହୁରି ସେକନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ବନ୍ଧାକୋବି ପରଟା। ଏହାକୁ ଗରମା ଗରମ ଦହି, ଚଟଣୀ କିମ୍ବା ଆଚାର ସହ ପରଷନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button