– ଯୁବକ ମାନଙ୍କୁ କମ ବୟସରେ କାହିଁକି ଆସୁଛି ହାର୍ଟଟାକ ? କଣ ରହିଛି କାରଣ ?

। ସୂଚନା ଅନୁସାରେ ବର୍ତ୍ତମାନ ସମୟରେ ବହୁତ ଅଳ୍ପ ବର୍ଷ ବୟସରେ ଲୋକମାନଙ୍କୁ ହାର୍ଟ ଆଟାକ ହେବାର ସମ୍ଭାବନାର ମାତ୍ରା ବଢିବାରେ ଲାଗିଛି । ଆଗ ସମୟରେ ୫୦ ରୁ ୬୦ ବର୍ଷ ପରେ ହାର୍ଟ ଦୁର୍ବଳ ହୋଇ ହାର୍ଟ ଅଟାକ ହେବାର ସମ୍ଭାବନା ରହୁଥିଲା । ଆଜି କାଲି ବହୁତ ଅଳ୍ପ ବର୍ଷ ବୟସରୁ ହିଁ ବ୍ୟକ୍ତିବିଶେଷଙ୍କର ହାର୍ଟ ଦୁର୍ବଳ ହୋଇଯାଇ ହାର୍ଟ ରିଲେଟେଡ ବହୁତ କିଛି ସମସ୍ଯାର ସମାଧାନ ଦେଖାଯାଉଛି ।
ତେବେ ହାର୍ଟ ଦୁର୍ବଳ ରହିବା ବା ହାର୍ଟ ଜନିତ ଅନେକ କିଛି ସମସ୍ଯା ହେବାର ପ୍ରମୁଖ କାରଣ ଗୁଡିକ ବିଷୟରେ ଆଲୋଚନା କରିବା । ପ୍ରଥମେ ହେଉଛି ବଂଶାନୁଗତ । ଯଦି ପରିବାରରେ କାହାର ହାର୍ଟ ଦୁର୍ବଳ ରହିଥାଏ । ତେବେ ସେହି ପରିବାରର କୌଣସି ସଦସ୍ୟଙ୍କ ଠାରେ ହାର୍ଟ ଦୁର୍ବଳ ହୋଇ ହାର୍ଟ ଜନିତ ଡିଜିଜ ହେବାର ସମ୍ଭାବନା ରହିଥାଏ ।
ଏମାନଙ୍କ କ୍ଷେତ୍ରରେ ଡାଇବେଟିସ, ଲିଭର ଓ କିଡ୍ନୀ ଡାମେଜ ଭଳି ସମସ୍ଯା ଆସିଥାଏ । ତେବେ ଏହି ସବୁ ପ୍ରମୁଖ କାରଣ ଗୁଡିକ ଯୋଗୁ ହାର୍ଟ ଅଟାକ ହେବାର ସମ୍ଭାବନା ରହିଥାଏ । ଯେଉଁ ମାନେ କୌଣସି କାରଣ କିମ୍ବା ପ୍ରେସର ଯୋଗୁ ବହୁତ ଅଧିକ ମାନସିକ ଚିନ୍ତାରେ ରହିଥାନ୍ତି । ଖାଇବା ପିଇବା ଠିକ ସମୟରେ କରିନଥାନ୍ତି । ରାତିରେ ଘଣ୍ଟା ଘଣ୍ଟା କାଳ କାମ ପ୍ରେସରରେ ରହି ଠିକ ଭାବରେ ଶୋଇ ନଥାନ୍ତି ।
ଅଧିକ ଷ୍ଟ୍ରେସରେ ରହୁଥିବା ଲୋକମାନେ ମଧ୍ୟ ହାର୍ଟ ଆଟାକର ଶିକାର ହୋଇଥାନ୍ତି । ତେବେ ଏହିପରି ଅନେକ ଗୁଡିଏ ପ୍ରମିଖ କାରଣ ଗୁଡିକ ଯୋଗୁ ଅଳ୍ପ ବର୍ଷ ବୟସରୁ ବ୍ୟକ୍ତିର ହାର୍ଟ ଦୁର୍ବଳ ହୋଇଯାଉଛି । ତେଉ ପ୍ରତ୍ଯେକ ବ୍ୟକ୍ତି ନିଜର କର୍ମ ଓ ବ୍ୟସ୍ତବହୁଳ ସମୟ ମଧ୍ୟରୁ ନିଜ ପାଇଁ ସମୟ ବାହାର କରି ସଠିକ ଭାବରେ ସୁସ୍ଥ ଖାଦ୍ୟ ଖାଇବା ଉଚିତ ।




