ଭୁର୍ସଙ୍ଗ ଗଛ ଘରେ ଲଗାଇବା ଶୁଭ ନା ଅଶୁଭ ? ଏହାକୁ କେଉଁ ଦିଗରେ ଲଗାଇବା ଉଚିତ ଓ ଏହାର ଫାଇଦା କଣ ?

ଗଛା ଲତା ଗୁଡିକର ଆମ ଜୀବନରେ ଅନେକ ମହତ୍ଵ ରହିଛି । ଏମିତି କିଛି ଗଛ ରହିଛି ଯାହା ଧନକୁ ଆକର୍ଷିତ କରିଥାଏ । ଏମିତି କିଛି ଗଛ ଅଛନ୍ତି ଯାହାକୁ ଘରେ ଲଗାଇଲେ ବାସ୍ତୁ ଦୋଷ ଦୂର ହୋଇଥାଏ । କିନ୍ତୁ ଏହି ସବୁ ଲାଭ ସେତେବେଳେ ମିଳିଥାଏ ଯେବେ ଏହାକୁ ସଠିକ ଦିଗରେ ଲଗା ଯାଇଥାଏ । ତେବେ ଗଛ ଘରେ ଲଗାଇବା ଦ୍ଵାରା ଘର ଓ ଜୀବନ ଉପରେ ସାକାରାତ୍ମକ ଊର୍ଜା ସୃଷ୍ଟି ହୋଇଥାଏ ।
ଯାହା ଦ୍ଵାରା ବ୍ଯକ୍ତିର ଉନ୍ନତି ମଧ୍ୟ ହୋଇଥାଏ । ଆଜି ଆମେ ଆପଣଙ୍କୁ ଭୃଶୁଙ୍ଗ ପାତ୍ର ଘରେ ଲଗାଇବା ଶୁଭ ବା ଅଶୁଭ ହୋଇଥାଏ ଏବଂ ଏହାକୁ ଘରେ କେଉଁଠି ଲଗାଇବା ଉଚିତ ସେହି ବିଷୟରେ କହିବାକୁ ଯାଉଛୁ । ଭୃସୁଙ୍ଗ ପତ୍ର ଖାଦ୍ଯରେ ଟେଷ୍ଟ ବଢାଇବା ସହ ଅନେକ ରୋଗକୁ ମୂଳରୁ ନାଶ କରିଥାଏ । ଭୃସୁଙ୍ଗ ପତ୍ର କେସ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । ଦକ୍ଷିଣ ଭାରତରେ ଏହାର ଅଧିକ ମାତ୍ରାରେ ବ୍ୟବହାର କରାଯାଏ ।
ସ୍କିନ ଜନିତ ସମସ୍ୟା ଦୂର କରିବାରେ ଭୃଶୁଙ୍ଗ ପତ୍ର ବିଶେଷ ସହାୟକ ହୋଇଥାଏ । ଘରେ ଭୃଶୁଙ୍ଗ ଗଛକୁ ବେସୀ ଥଣ୍ଡା ଦିନରେ ଲଗାଇବା ଉଚିତ । ଏହାକୁ ବର୍ଷା ଆରମ୍ବରୁ ବା ଥଣ୍ଡା ହେବା ପୂର୍ବରୁ ଲଗାଇ ପାରିବେ । ଯଦି ଏହାର ମଞ୍ଜିରୁ ଲଗାଇବେ ତେବେ ମଞ୍ଜି ସୁଖିବା ଉଚିତ ନୁହେଁ । ଭୃଶୁଙ୍ଗ ଗଛକୁ ବଡ ପାତ୍ରରେ ଲଗାଇବାସହ ଏଥିରେ ପଣି ଯିବା ପାଇଁ ରାସ୍ତା କରିବା ଦରକାର ।
ଯେପରି ଭୃଶୁଙ୍ଗ ଗଛରେ ସୂର୍ଯ୍ୟ କିରଣ ପଡିବ ସେଥିପ୍ରତି ଧ୍ୟାନ ଦେବେ । ଏଥିରେ ସାରା ଦେବା ଦ୍ଵାରା ଗଛ ଦିନକୁ ଦିନ ବଢିବାରେ ଲାଗିଥାଏ । ଏହା ସହ ମାଟି କୁ ତଳ ଉପର କରିବା ଦରକାର । ଏହାକୁ ପଶ୍ଚିମ ଦିଶାରେ ଲଗାଇବା ଉଚିତ କାରଣ ଏହା ଚନ୍ଦ୍ରମାଙ୍କର ଦିଶା ହୋଇଥାଏ ।




