ମୁହଁରେ ଯେତେ ବି ପୁରୁଣା ଦାଗ ଓ ବ୍ରଣ ଥାଉ ନା କାହିଁକି ସବୁ ଗାୟବ ହେଇଯିବ, କରନ୍ତୁ ଏହି ଦେଶୀ ଉପଚାର
। ସୂଚନା ଅନୁସାରେ ମୁହଁରେ ବ୍ରଣ ହୋଇ ଦାଗ ହୋଇଯାଇ ମୁହଁ ଅସୁନ୍ଦର ଦେଖାଯିବା କାହାକୁ ମଧ୍ୟ ପସନ୍ଦ ନଥାଏ । ସମସ୍ତେ ନିଜର ଚେହେରାକୁ ଦାଗମୁକ୍ତ, ଗୋରା ଓ ଗ୍ଲୋଇଙ୍ଗ କରିବାକୁ ଚାହିଁଥାନ୍ତି । ତେବେ ଚେହେରାକୁ ସୁନ୍ଦର କରିବା ପାଇଁ ଏକ ବହୁତ ଭଲ ଘରୋଇ ଉପଚାର ବିଷୟରେ ଚାଲନ୍ତୁ ଜାଣିବା । ତେବେ ଚେହେରାକୁ ସୁନ୍ଦର କରିବା ପାଇଁ ଆପଣଙ୍କୁ ୨ ଟି ଉପଚାର କରିବାକୁ ପଡିବ ।
ପ୍ରଥମ ଉପଚାର ପାଇଁ ଆପଣଙ୍କୁ ୨ ଟି ସାମଗ୍ରୀର ଆବଶ୍ୟକତା ରହିଛି । ତାହା ହେଉଛି ଆଲୋଭେରା ଓ ଅନ୍ୟଟି କର୍ପୁର । ଆଲୋଭେରା ମୁହଁରୁ ବ୍ରଣ ଦୂର କରିବା ପାଇଁ ବହୁତ ସାହାଜ୍ଯକାରୀ ହୋଇଥାଏ । କର୍ପୁର ମଧ୍ୟ ବ୍ରଣ, ବ୍ରଣ ଦାଗକୁ ଦୂର କରିବା ପାଇଁ ସାହାଜ୍ଯ କରିଥାଏ । ତେବେ ପ୍ରଥମେ କିଛି ଆଲୋଭେରା ଜେଲରେ ୧ ରୁ ୨ ଟି କର୍ପୁରକୁ ଗୁଣ୍ଡ କରି ମିଶାଇ ଦିଅନ୍ତୁ ।
ତାପରେ ଏହାକୁ ୧୫ ରୁ ୨୦ ମିନିଟ ପର୍ଯ୍ୟନ୍ତ ରଖି ତାପରେ ମୁହଁକୁ ଖାଲି ପାଣି ସହାୟତାରେ ଧୋଇ ପରିଷ୍କାର କରିଦେବେ । ଏହି ରେମିଡିକୁ ଆପଣ ସବୁ ଦିନ ନିଜ ଚେହେରାରେ ପ୍ରୟୋଗ କରିପାରିବେ । ଏହା ଛଡା ଆପଣ ଏହି ରେମିଡିକୁ ଦିନେ ଛଡା ଦିନେ ମଧ୍ୟ ବ୍ୟବହାର କରିପାରିବେ ।
ଏହା ସଂପୂର୍ଣ୍ଣ ରୂପେ ପ୍ରାକୃତିକ ଅଟେ । ଏହା ଆପଣଙ୍କ ସ୍କିନରେ କୌଣସି ପ୍ରକାର ସାଇଡଇଫେକ୍ଟ ମଧ୍ୟ ପକାଇବ ନାହିଁ । ଏହାକୁ କରିବାର ପ୍ରଥମ ଦିନରୁ ହିଁ ଆପଣ ଚେହେରାରେ ବହୁତ ଭଲ ରେଜଲ୍ଟ ଦେଖିବାକୁ ପାଇବେ । ଏହା ସହିତ ଆପଣ ଯଦି ଏହି ରେମିଡିକୁ କିଛି ଦିନ କଣ୍ଟିନ୍ୟୁ କରନ୍ତି ।