ଏହି 10 ଟି ସଙ୍କେତ କହିଥାଏ ଧୀରେ ଧୀରେ ଖରାପ ହେଉଛି ଆପଣଙ୍କ Kidney, ସମୟ ଥାଇ ହୁଅନ୍ତୁ ସାବଧାନ
ସୂଚନା ଅନୁସାରେ କିଡ୍ନୀ ଶରୀରର ଆଭ୍ୟନ୍ତରୀଣ ଅଙ୍ଗ ମଧ୍ୟରୁ ଏକ ପ୍ରମୁଖ ଅଙ୍ଗ ରୁପେ ବିବେଚିତ ହୋଇଥାଏ । ଯେତେବେଳେ ହାର୍ଟରେ ବ୍ଲଡ଼ ପମ୍ପ ହୋଇଥାଏ । ତାହାର ୨୦ ଭାଗ ବ୍ଲଡ଼ କିଡ୍ନୀ ପାଖକୁ ଯାଇଥାଏ । ସେଠାରେ ବ୍ଲଡ଼ ଫିଲ୍ଟର ହୋଇ ବିଶୁଦ୍ଧ ରକ୍ତ ଶରୀରର ସମସ୍ତ ଅଙ୍ଗକୁ ଯୋଗାଣ ହୋଇଥାଏ । କିଡ୍ନୀରେ ଯେଉଁ ବିଷାକ୍ତ ପଦାର୍ଥ ରହିଜାଇଥାଏ । ତାହା କିଡ୍ନୀ ରେଚନ ପକ୍ରିୟାରେ ଶରୀରରୁ ନିଷ୍କାସିତ କରିଦେଇଥାଏ ।
ଯାହା ଦ୍ଵାରା କିଡ୍ନୀରେ କୌଣସି ବିଷାକ୍ତ ପଦାର୍ଥ ଜମା ହୋଇନଥାଏ । ଯଦି କିଛି ମାତ୍ରାରେ ଅଦରକାରୀ ପଦାର୍ଥ କିଡ୍ନୀରେ ଜମା ହୋଇ ରହିଥାଏ । ତେବେ କିଡ୍ନୀ ସ୍ଵୟଂ ଚାଳିତ ଭାବରେ ନିଜର ସଫେଇ କାର୍ଯ୍ୟ କରି କିଡ୍ନୀ ପରିଷ୍କାର ଓ ସୁସ୍ଥ ହୋଇ ରହିଥାଏ । ଯଦି ଅଧିକ ମାତ୍ରାରେ ବିଷାକ୍ତ ପଦାର୍ଥ କିଡ୍ନୀରେ ଜମିକି ରହିଥାଏ । ତେବବେ ଧୀରେ ଧୀରେ କରି କିଡ୍ନୀ ଡାମେଜ ହେବାକୁ ଲାଗିଥାଏ ।
ଡ୍ନୀ ଠିକ ଭାବରେ କାର୍ଯ୍ୟ ନକରିବାରୁ ବ୍ଲଡ଼ର ଠିକ ଭାବରେ ପରିଷ୍କରଣ ହୋଇ ପାରିନଥାଏ । ଯାହା ଦ୍ଵାରା ଶରୀରରେ ବିଷାକ୍ତ ବ୍ଲଡ଼ ବ୍ୟାପିଥାଏ । ଯାହା ଦ୍ଵାରା ଶରୀରରେ ଅନେକ ପ୍ରକାର ସମସ୍ଯା ଆସିଥାଏ । ସମସ୍ଯା ହେବାର ପ୍ରଥମ ଲକ୍ଷଣଟି ହେଉଛି । ଅଧିକ କାମ ନକରି ମଧ୍ୟ ଶରୀରରେ ଅଧିକ ଥକାପଣ ଓ ଦୁର୍ବଳତା ଲାଗିବା ।
ଦିତୀୟରେ ବ୍ୟକ୍ତି ଛୋଟ ଛୋଟ କାରଣରୁ ଅଧିକ ଚିଡିଚିଡା ଅନୁଭବ କରିବ । କଥା କଥାରେ ରାଗିଯିବ । ତୃତୀୟରେ ଭୋକ ନଲାଗିବା, ବାନ୍ତି ହେବା । ଚତୁର୍ଥରେ କିଡ୍ନୀ ଖରାପ ହେବାକୁ ଲାଗୁଥିବା ବ୍ୟକ୍ତିକୁ ବାରମ୍ବାର ପରିସ୍ରା ଲାଗିବା । କାରଣ ଯେତେବେଳେ କିଡ୍ନୀ ଠିକ ଭାବରେ କାର୍ଯ୍ୟକାରୀ ହୋଇନଥାଏ । ତେବେ ବ୍ୟକ୍ତି ପି ଊଥିବା ପାଣିକୁ ବିନା ଫିଲ୍ଟର କରି ମୁତ୍ର ଦ୍ଵାରା ଶରୀରରୁ ବାହାର କରିଥାଏ ।
ପଞ୍ଚମରେ ଗରମ ଦିନରେ ଥଣ୍ଡା ଲାଗିବା, ଶୋଷ ନଲାଗିବା ଓ ଅଧିକ ନିଦ ଲାଗିବା । ଷଷ୍ଠରେ ହାତ ଗୋଡ ଦରଜ ହୋଇ ଫୁଲିଯିବା । ସପ୍ତମରେ ୩୦ ବର୍ଷରୁ କମ୍ ବୟସର ହୋଇବି ବ୍ଲଡ଼ପ୍ରେସର ହାଇ ହୋଇଯିବା । ଅଷ୍ଟମରେ ଶରୀରରେ ରକ୍ତର ଅଭାବ ଦେଖା ଯିବା ସହିତ ଅତି ଗମ୍ଭୀର ପରିସ୍ଥିତିରେ ଏନିମିଆ ହେବାର ମଧ୍ୟ ବହୁ ସମ୍ଭାବନା ରହିଥାଏ ।
ନବମରେ ବାରମ୍ବାର ଶରୀରର ବିଭିନ୍ନ ସ୍ଥାନରେ କୁଣ୍ଡାଇ ହୋଇଫଳିଯିବା । କାରଣ ରକ୍ତ ଠିକ ସେ ପରିଷ୍କାର ନହୋଇଥିବା କାରଣରୁ ରକ୍ତ କୋଷିକା ଗୁଡିକ ନଷ୍ଟ ହୋଇଯାଇଥାନ୍ତି । ଯାହା ଦ୍ଵାରା ସେହି ଜାଗାରେ କୁଣ୍ଡାଇ ହେବାକୁ ଲାଗିଥାଏ । ଦଶମରେ ବାରମ୍ବାର ପରିସ୍ରା ଲାଗିବା ସହିତ ପରିସ୍ରାର ରଙ୍ଗ ପରିବର୍ତ୍ତନ ଦେଖାଯିବା । ୟୁରିନ ଇନଫେକସନ ହେବା । ଏହି ସବୁ ଲକ୍ଷଣମାନ ପ୍ରକାଶ ପାଇଲେ ।
ଏହା କିଡ୍ନୀ ଖରାପ ହେବାର ଆଗାମୀ ସଂକେତ ଶରୀରକୁ ଦର୍ଶାଇ ଦେଇଥାଏ । ତେବେ ଏଥିପ୍ରତି ହେଳା ନକରି ତୁରନ୍ତ ଡାକ୍ତରଙ୍କର ପରାମର୍ଶ ନେଇ ନିଜର ଚିକିତ୍ସା ଦ୍ଵାରା ୨ ଟି କିଡ୍ନୀ ଫେଲ୍ ହେବାରୁ ରୋକିପାରିବେ ।