ମନୋରଞ୍ଜନ

ଏଥର ସ୍ବାଧୀନତା ଦିବସରେ ‘ସନ୍ନି ଦେଓଲ୍‌ ବନାମ ଅକ୍ଷୟ କୁମାର’: ‘ଗଦର୍-୨’କୁ ଟକ୍କର ଦେବ ‘ଓଏମ୍‌ଜି-୨’ – Ibnodisha

[ad_1]

ଭୁବନେଶ୍ବର: ଏଥର ବକ୍ସ ଅଫିସ୍‌ରେ ଦେଖିବାକୁ ମିଳିବ ଘମାଘୋଟ ଲଢ଼େଇ। ଟଲିଉଡ୍‌ ବନାମ ବଲିଉଡ୍‌ ନୁହେଁ, ଏଥର ଦେଖିବାକୁ ମିଳିବ ‘ବଲିଉଡ୍‌ ବନାମ ବଲିଉଡ୍‌’। ବଲିଉଡ୍‌ର ଦୁଇ ସୁପରଷ୍ଟାର ସନ୍ନି ଦେଓଲ୍‌ ଓ ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ଥିଏଟର୍‌ରେ ସାମ୍ନାସାମ୍ନି ହେବ। ୨୨ ବର୍ଷ ତଳେ ଅର୍ଥାତ ୨୦୦୧ ମସିହାରେ ମୁକ୍ତିଲାଭ କରିଥିବା ସନ୍ନି ଦେଓଲ୍‌ଙ୍କ ଅଭିନୀତ ଚଳଚ୍ଚିତ୍ର ‘ଗଦର୍‌: ଏକ୍‌ ପ୍ରେମ୍‌ କଥା’ର ଦ୍ବିତୀୟ ଭାଗ ‘ଗଦର-୨’ ଏବଂ ୨୦୧୨ ମସିହାରେ ମୁକ୍ତିଲାଭ କରିଥିବା ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ‘ଓଏମ୍‌ଜି(ଓଃ ମାଇ ଗଡ୍‌)’ର ଦ୍ବିତୀୟ ଭାଗ ‘ଓଏମ୍‌ଜି-୨’ ଏକାସଙ୍ଗେ ଅଗଷ୍ଟ ୧୧ ତାରିଖରେ ମୁକ୍ତିଲାଭ କରିବେ। ସେ ନେଇ ଏବେଠାରୁ ସାମାଜିକ ଗଣମାଧ୍ୟମ ସରଗରମ ହୋଇଗଲାଣି। ଉଭୟ ଚଳଚ୍ଚିତ୍ରର ଭିନ୍ନ ଭିନ୍ନ ସ୍ବତନ୍ତ୍ର ଦର୍ଶକ ରହିଥିବାରୁ ବକ୍ସ ଅଫିସ୍‌ରେ ଜୋର୍‌ଦାର ଲଢ଼େଇ ହେବ ବୋଲି ସିନେ ସମୀକ୍ଷକମାନେ କହିଲେଣି। ଏହାର ପ୍ରମାଣ ଆଡ୍‌ଭାନ୍ସ ଟିକେଟ୍‌ ବୁକିଂରୁ ଜଣାପଡ଼ୁଛି। ଆଜକୁ ୮ ଦିନ ହେଲା ଉଭୟ ଚଳଚ୍ଚିତ୍ରର ଆଡ୍‌ଭାନ୍ସ ବୁକିଂ ଆରମ୍ଭ ହୋଇଯାଇଥିବା ବେଳେ ଏହି ଦୌଡ଼ରେ ‘ଗଦର-୨’ ଆଗରେ ରହିଛି।

‘ସ୍ବାଧୀନତା ଦିବସ’ ଅବସରରେ ଦେଶବାସୀ ଦେଶଭକ୍ତିରେ ଅଭିଶିକ୍ତ ହେଉଥିବା ସମୟରେ ଦେଶଭକ୍ତି ଓ ଭାରତ-ପାକିସ୍ତ‌ାନ ଲଢ଼େଇକୁ ନେଇ ନିର୍ମିତ ଚଳଚ୍ଚିତ୍ର ‘ଗଦର-୨’ ଏଥର ବି ବକ୍ସ ଅଫିସ୍‌ର ସବୁ ରେକର୍ଡ ଭାଙ୍ଗିଦେବ ବୋଲି ଆଶା କରାଯାଉଛି। ଚଳଚ୍ଚିତ୍ରର ଟ୍ରେଲର୍‌ ବର୍ତ୍ତମାନ ସୁଦ୍ଧା ୮୬ ଲକ୍ଷ ଉପରେ ଲୋକ ଦେଖି ସାରିଛନ୍ତି। ଏଥିସହ ବଲିଉଡ୍‌ର ଜଣାଶୁଣା ସିନେ ସମୀକକ୍ଷ ତରନ ଆଦର୍ଶ ଟୁଇଟର ଯୋଗେ ଦେଇଥିବା ସୂଚନା ମୁତାବକ, ମଙ୍ଗଳବାର (ଅଗଷ୍ଟ ୮) ତାରିଖ ସଂଧ୍ୟା ସାଢ଼େ ୫ ସୁଦ୍ଧା ସାରା ଦେଶରେ ‘ଗଦର-୨’ର ୧୩୭୮୯୪ଟି ଟିକେଟ ବିକ୍ରି ହୋଇସାରିଛି। ସେହିଭଳି ରାଜଧାନୀ ଭୁବନେଶ୍ବରର ସମସ୍ତ ଆଇନକ୍ସରେ ୫ଟି ଲେଖାଏ ସୋ’ ପଡ଼ିଥିବା ବେଳେ ଏସ୍‌ପ୍ଲାନେଡ୍‌ ସିନେପଲିସ୍‌ରେ ଦିନକୁ ୯ଟି ଲେଖାଏଁ ସୋ’ ପଡ଼ିବ। ଏହିସବୁ ହଲ୍‌ରେ ଆଡ୍‌ଭାନ୍ସ ବୁକିଂ ମଧ୍ୟ ଆରମ୍ଭ ହୋଇଯାଇଥିବା ବେଳେ ଗଦର-୨ ପାଇଁ ରାଜଧାନୀବାସୀଙ୍କ ଭିତରେ ମଧ୍ୟ କ୍ରେଜ୍‌ ବଢ଼ିଥିବା ଦେଖିବାକୁ ମିଳିଛି।

ସେହିଭଳି ଭଗବାନଙ୍କ ବିରୋଧରେ ମକଦ୍ଦମାର କୋର୍ଟ ରୁମ୍‌ ଡ୍ରାମା ‘ଓଏମ୍‌ଜି’ ଚଳଚ୍ଚିତ୍ର ୨୦୧୨ରେ ଯେତିକି ବିବାଦକୁ ଟାଣି ହୋଇଥିଲା ତା’ଠାରୁ ଅଧିକ ଦର୍ଶକୀୟ ଆଦୃତି ଲାଭ କରିଥିଲା। ଏହା ଏକ ସୁପରହିଟ୍‌ ଫିଲ୍ମ ହୋଇପାରିଥିଲା। ଏବେ ‘ଓଏମ୍‌ଜି-୨’ କି ‌ବିବାଦରୁ ମୁକ୍ତ ହୋଇନାହିଁ। ଚଳଚ୍ଚିତ୍ରରେ ଅକ୍ଷୟ କୁମାରଙ୍କୁ ଭଗବାନ ଶିବଙ୍କ ରୂପରେ ନ ଦେଖାଇ ତାଙ୍କ ଦୂତ ଭାବେ ଦେଖାଇବାକୁ ସେନ୍‌ସର୍‌ ବୋର୍ଡ ପରାମର୍ଶ ଦେଇଛି। ସେନ୍‌ସର୍‌ ବୋର୍ଡ ଏଥିରେ ୨୭ଟି କଟ୍‌ ମାରିଥିବା ବେଳେ ଚଳଚ୍ଚିତ୍ରକୁ ‘ଏ’ ସାର୍ଟିଫିକେଟ୍‌ ମିଳିଛି। ଅର୍ଥାତ ଏହି ଚଳଚ୍ଚିତ୍ରକୁ ୧୮ ବର୍ଷରୁ କମ୍‌ ପିଲାମାନେ ଦେଖିପାରିବେ ନାହିଁ। ଏହା ଚଳଚ୍ଚିତ୍ରର ଦର୍ଶକ ସଂଖ୍ୟା କମାଇବ ବୋଲି ଆଶଙ୍କା କରାଯାଉଛି। ଆଡ୍‌ଭାନ୍ସ ବୁକିଂରୁ ମଧ୍ୟ ଏହି ଚିତ୍ର ସ୍ପଷ୍ଟ ହେଲାଣି। ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ଏହି ଚଳଚ୍ଚିତ୍ରର ମାତ୍ର ୨୮ ହଜାର ଟିକେଟ ବୁକିଂ ହୋଇଥିବା ସୂଚନା ମିଳିଛି। ଓଏମ୍‌ଜି-୨ର ଟ୍ରେଲର୍‌ ୩ କୋଟିରୁ ଊର୍ଧ୍ବ ଲୋକ ଦେଖି ସାରିଲେଣି। ତେବେ ଓଏମ୍‌ଜି ଭଳି ଏହାର ଦ୍ବିତୀୟ ଭାଗ ମୁକ୍ତିଲାଭ କରିବାକୁ ପରେ ଅଧିକରୁ ଅଧିକ ଦର୍ଶକ ଏହାକୁ ପସନ୍ଦ କରିବେ ବୋଲି ଆଶା କରାଯାଉଛି। ରାଜଧାନୀର ସମସ୍ତ ଆଇନକ୍ସ ସହ ସିନେପଲିସ୍‌ରେ ଏହି ଚଳଚ୍ଚିତ୍ରର ୫ଟି ଲେଖାଏ ସୋ’ ପ୍ରଦର୍ଶିତ ହେବ। ଏଥିସହ ରାଜଧାନୀର ମହାରାଜା ହଲ୍‌ରେ ‘ଗଦର -୨’ର ୨ଟି ଓ ‘ଓଏମ୍‌ଜି-୨’ର ୨ଟି ଲେଖାଏ ସୋ’ ପଡ଼ିବ ବୋଲି ଏହାର ମ୍ୟାନେଜର ଲିଙ୍ଗରାଜ ପଣ୍ଡା କହିଛନ୍ତି। ସେହିଭଳି ଶ୍ରୀୟା ହଲ୍‌ରେ ମଧ୍ୟ ଉଭୟ ଚଳଚ୍ଚିତ୍ର ପଡ଼ିବ ବୋଲି ଏହାର ମ୍ୟାନେଜର ରବି ସାହୁ ସୂଚନା ଦେଇଛନ୍ତି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button