IBN ଓଡ଼ିଶା ବ୍ୟୁରୋ

ଚାଇନା ଜାହାଜରେ ଘାନା ନାଗରିକ, ଓହ୍ଲାଇବାକୁ ମିଳୁନି ଅନୁମତି

ଜି ଭୋର ସମୟରେ ପାରାଦୀପ ବନ୍ଦରରେ ଲାଗିଛି ଏକ ଚାଇନା ଜାହଜ। ତେବେ ଉକ୍ତ ଜାହଜରେ ୩ ଘାନା ନାଗରିକ ଥିବା ଜଣାପଡ଼ିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ତନାଘନା। ଜାହଜକୁ ସୁରକ୍ଷା କର୍ମୀ ଜଗି ରହିଥିବା ବେଳେ କାହାରିକୁ ତଳକୁ ଓହ୍ଲାଇବାକୁ ଅନୁମତି ଦିଆଯାଉ ନାହିଁ ।

MV Sheng Wen. ନାମକ ଜାହଜ ଆଜି ଭୋର ସମୟରେ ପାରାଦୀପ ବନ୍ଦରରେ ବର୍ଥିଂ କରିଛି।

ସେଥିରେ ୨୦ କ୍ରିଉ ମେମ୍ବର ଥିବା ବେଳେ ୩ ଜଣ ଘାନା ନାଗରିକ ଅଛନ୍ତି। ଏକଥା ଜଣା ପଡିବା ପରେ ପାରାଦୀପ ଇମିଗ୍ରେସନ ଅଫିସ ପକ୍ଷରୁ ଜାହଜକୁ ନୋଟିସ କରାଯାଇଛି। ଏଥିସହ ସୁରକ୍ଷା କର୍ମୀମାନେ ଏହାକୁ ଘେରି ରହିଛନ୍ତି।

ଜାହାଜଟି ଋଷର କାଭକାଜ୍ ପୋର୍ଟରୁ କୋଇଲା ଆଣି ଆସିଥିଲା। ବାଟରେ ଦେଶ ବିଦେଶର ଅନେକ ବନ୍ଦରରେ ବି ପ୍ରବେଶ କରିଥିଲା। ତେବେ ଏହି ୩ ଘାନା ନାଗରିକ କେଉଁଠୁ ଜାହଜରେ ଉଠିଛନ୍ତି ତାହା ସ୍ପଷ୍ଟ ହୋଇ ପାରୁନାହିଁ। ତେଣୁ ଏହାକୁ ନେଇ ପାରାଦୀପ ଇମିଗ୍ରେସନ ଅଫିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।

ପାରାଦୀପ ବନ୍ଦରରେ ଲାଗିଥିବା ଚାଇନା ଜାହଜ ।

ଉକ୍ତ ଘାନା ନାଗରିକମାନେ ଯେପରି ଜାହଜରୁ ଓହ୍ଲାଇ ପାରିବେନି ସେଥିନିମନ୍ତେ ଜାହଜକୁ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି। ଏଥିସହ ଜାହଜ ଉପରେ କଡ଼ା ନଜର ରଖାଯାଇଛି।

ଘାନାର ଏହି ନାଗରିକମାନେ ନିଜ ଦେଶରୁ ଅନ୍ୟ ଦେଶକୁ ଯିବା ପାଇଁ ଲୁଚି ଚାଲି ଆସିଛନ୍ତି ନା ଅନ୍ୟ କୌଣସି ଉଦ୍ଦେଶ୍ୟ ରହିଛି ତାହା ସ୍ପଷ୍ଟ ହୋଇ ନାହିଁ । ତେଣୁ ଭାରତର କୌଣସି ପୋର୍ଟରେ ବି ସେମାନଙ୍କୁ ଜାହାଜ ଓହ୍ଲାଇବାକୁ ଦେବ ନାହିଁ। ଯେଉଁଠୁ ଆଣିଛି ସେଇଠି ନେଇ ଛାଡିବ। ଏନେଇ ଜାହଜ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button