IBN ଓଡ଼ିଶା ବ୍ୟୁରୋ

‘ମି ଠୁ’ ଝଡ଼ ମଧ୍ୟରେ ପ୍ରଥମ କରି ମୁହଁ ଖୋଲିଲେ ମୋହନଲାଲ

‘ମି ଠୁ’କୁ ନେଇ ଚାଲିଥିବା ଝଡ଼ ମଧ୍ୟରେ ମୁହଁ ଖୋଲିଛନ୍ତି ମଲୟାଲମ ଚଳଚ୍ଚିତ୍ର କଳାକାର ସଂଘ (AMMA)ର ପୂର୍ବତନ ସଭାପତି ମୋହନଲାଲ। ସଭାପତି ପଦରୁ ଇସ୍ତଫା ଦେବାର କିଛି ଦିନ ପରେ ମୋହନଲାଲ ହେମା କମିଟି ରିପୋର୍ଟ ସହ ବିଭିନ୍ନ ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି, “ଆମେ ହେମା କମିଟିଙ୍କ ରିପୋର୍ଟକୁ ସ୍ୱାଗତ କରୁଛି।

ଏହା ସରକାରଙ୍କ ଦ୍ୱାରା ନିଆ ଯାଇଥିବା ସଠିକ୍ ନିଷ୍ପତ୍ତି। ସମସ୍ତ ପ୍ରଶ୍ନର ଉତ୍ତର କଳାକାର ସଂଘ ଦେଇପାରିବ ନାହିଁ। ଉପରେ ସମସ୍ତଙ୍କୁ ପ୍ରଶ୍ନ ପଚାରିବା ଉଚିତ୍। କେବଳ କଳାକାର ସଂଘକୁ ନଜରରେ ରଖନ୍ତୁ ନାହିଁ।”

ଏହା ଖୁବ୍ ପରିଶ୍ରମୀ ଶିଳ୍ପ। ଅନେକ ଲୋକ ଏହା ସହ ଜଡ଼ିତ ଅଛନ୍ତି, କିନ୍ତୁ ଏଥିପାଇଁ ସମସ୍ତଙ୍କୁ ଦାୟୀ କରାଯାଇ ପାରିବ ନାହିଁ। ଦୟାକରି ଇଣ୍ଡଷ୍ଟ୍ରିକୁ ନଷ୍ଟ କରନ୍ତୁ ନାହିଁ। ବର୍ତ୍ତମାନ ତଦନ୍ତ ଚାଲିଛି। ତଦନ୍ତ ପରେ ଯିଏ ଦୋଷୀ, ତାଙ୍କୁ ଦଣ୍ଡ ମିଳିବ ବୋଲିଛନ୍ତି।

ସେ ଆହୁରି କହିଛନ୍ତି, ସବୁ ପ୍ରକାର ସମସ୍ୟା ଉପରେ ଦୃଷ୍ଟି ରଖି ତଦନ୍ତ କରାଯାଉଛି। ଆମେ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବୁ।

ପ୍ରକାଶ ଥାଉକି, ମାଲୟାଲାମ ଫିଲ୍ମ ଇଣ୍ଡଷ୍ଟ୍ରିର ଏକାଧିକ ଅଭିନେତା ଓ ନିର୍ଦ୍ଦେଶକଙ୍କ ବିରୁଦ୍ଧରେ ଦୁଷ୍କର୍ମ ଓ ଯୌନ ଶୋଷଣ ଅଭିଯୋଗ ଆସିବା ପରେ କଳାକାର ସଂଘର ସଭାପତି ପଦରୁ ଇସ୍ତଫା ଦେଇଥିଲେ ମୋହନଲାଲ। ତାଙ୍କ ସହ ଚଳଚ୍ଚିତ୍ର ସଂସ୍ଥାର କାର୍ଯ୍ୟନିର୍ବାହୀ କମିଟିର ସମସ୍ତ ସଦସ୍ୟ ମଧ୍ୟ ଇସ୍ତଫା ଦେଇଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button