ରାଜ୍ୟ

୨ଟି ସ୍ତ୍ରୀ ପୁଅ ଥାଇ ବି ନିଜକୁ ପୋଲିସ ପରିଚୟ ଦେଇ ହୋଇଥିଲେ ବାହା, ଧରାପଡ଼ିଗଲା ସବୁ ଚାଲ୍‌

ଭୁବନେଶ୍ୱର : ଆରେ ମୁଁ ପୋଲିସ । ମୋର କାହାରିକୁ ଡର ନାହିଁ । କେତେ କାହାକୁ ମୁଁ ଏମିତି ଦେଖିଛି । ଅନେକ ମୋ ପାଖରେ ନଇ ନମସ୍ତ ହୁଅନ୍ତି । ଏମିତି କିଛି ମିଠା ମିଠା କଥା କହି ନିଜ ଜାଲରେ ଫସାଇଥିଲା । ଏକଥା ଶୁଣି ଯୁବତୀ ଜଣକ ତାଙ୍କ ପ୍ରଲୋଭନର ଶିକାର ହୋଇଥିଲେ । ତାଙ୍କ ମନ ଭିତରେ ବସା ବାନ୍ଧିଥିଲା ସେହି ବ୍ୟକ୍ତିଙ୍କୁ ବାହା ହେବାକୁ ।

ଗୋଡ଼ ତଳେ ଲାଗୁନଥାଏ ଯୁବତୀଙ୍କର । ପୋଲିସ ଚାକିରୀ କରୁଥିବା ବର । ମୋ ପୋଲିସ ବରକୁଗାଁ ସାହି ପଡ଼ିଶାଠାରୁ ଆରମ୍ଭ କରି ସମସ୍ତେ ଡରିବେ । ଏଇ ଚିନ୍ତାଧାରରେ ବିବାହ ପାଇଁ ହାତ ବଢ଼ାଇଥିଲେ ଯୁବତୀ ଜଣଙ୍କ । କିନ୍ତୁ କୋଉଠି ନା କୋଉଠି ଉକ୍ତ ପୋଲିସ ସାଜିଥିବା ବ୍ୟକ୍ତିଙ୍କ ଉପରେ ତାଙ୍କର ସନ୍ଦେହ ସୃଷ୍ଟି ହୋଇଥିଲା । ସେହିଦିନ ଠାରୁ ଚିନ୍ତା କରିଥିଲେ ସତରେ କଣ ସେ ପୋଲିସ ନା ଆଉ କଣ ? ଯେବେ ତାଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରିଥିଲା ସେହି ଦିନରୁ ସେ ତାଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିଥିଲେ ।

ଅସଲି ପୋଲିସ ହାତରେ ନକଲି ପୋଲିସ । ଖଣ୍ଡଗିରି ପୋଲିସ ଜଣେ ନକଲି ପୋଲିସକୁ ଗିରଫ କରିଛି । ତାର ନାଁ ସୁବାସ ଚନ୍ଦ୍ର କହଁର । ଘର ଭଦ୍ରକ । ସେ ତାଙ୍କ ପରିଚୟ ମନୋଜ କୁମାର ମିଶ୍ର ଭାବେ ଦେବା ସହ ନିଜକୁ ଇନ୍ସପେକ୍ଟର କହୁଥିଲେ । ଫେସବୁକରେ ନିଜକୁ ଇନ୍ସପେକ୍ଟର ଭାବେ ପରିଚୟ ଦେଇ ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ । ଯେହେତୁ ଯୁବତୀ ଜଣଙ୍କ ପୋଲିସ ବୋଲି ଜାଣିଥିଲେ ତେଣୁ କଥା ବିବାହ ଯାଏଁ ଯାଇଥଲା । ପରେ ବିବାହ ମଧ୍ୟ କରିଥିଲେ । ରାଉରକେଲାରେ ପୋଲିସ ଇନ୍ସପେକ୍ଟର ଥିବା ମିଛ କହିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button