ରାଜ୍ୟ

ଝାରପଡା ଜେଲରେ କଏଦୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ତଦନ୍ତ କରିବେ କଟକ ରେଞ୍ଜ ଜେଲ ଡିଆଇଜି

ଭୁବନେଶ୍ୱର : ଝାରପଡା ଜେଲରେ କଏଦୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଝାରପଡ଼ା ଯାଇ ତଦନ୍ତ କରିବେ କଟକ ରେଞ୍ଜ ଜେଲ ଡିଆଇଜି । ଜେଲ ADG ଅମିତାଭ ଠାକୁରଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତ କରିବେ । ଜେଲ ଭିତରେ କେମିତି ହେଲା ଆକ୍ରମଣ । ପର୍ଯ୍ୟାପ୍ତ ସୁରକ୍ଷା କର୍ମୀ ଥିଲେ କି ? ଜେଲ ଭିତରେ ନିଶା କାରବାର, ମୋବାଇଲ ଯିବା ଓ ସୁରକ୍ଷାରେ ଢିଲା ଓ ଜେଲ କତ୍ତୃପକ୍ଷ ଓ ଜେଲରେ ଥିବା ଗ୍ୟାଙ୍ଗଷ୍ଟାରଙ୍କ ସହ ସାଲିସ ରହିଥିବା କଏଦୀ ସୌମ୍ୟକାନ୍ତ ଜିଲ୍ଲା ଜେଲ ପ୍ରାଧିକରଣ ଅଧ୍ୟକ୍ଷାଙ୍କୁ ଲିଖିତ ଅଭିଯୋଗ କରିଥିଲେ ।

ଏହାପରେ ଅଧ୍ୟକ୍ଷା ସୌଦାମିନୀ ସିଂହ ଜେଲ ଯାଇ ସରଜମିନ ତଦନ୍ତ କରିଥିଲେ । ଜେଲରୁ ମୋବାଇଲ ଓ ନିଶା ଦ୍ରବ୍ୟ ମିଳିଥିଲା । ଏଥିରେ ସଂଘବଧ ଭାବେ ହାଇଦରର ପୁଅ ସେଖ କାଦିର ଓରଫ ମୁନା ଗ୍ୟାଙ୍ଗ ସୌମ୍ୟଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଜେଲ୍୪ କାନ୍ଥ ଭିତରେ ମାଡ ମାରି ମୁଣ୍ଡ ଫଟାଇ ଦେଇଛନ୍ତି ମୁନ୍ନା ଓ ତାଙ୍କ ଗ୍ୟାଙ୍ଗ। ଶେଖ୍ ମୁନା ମୃତ ଗ୍ୟାଙ୍ଗଷ୍ଟର ହାଇଦରର ପୁଅ । ତା ନାଁରେ ୧୮ଟି ସଙ୍ଗୀନ ମାମଲା ରହିଛି । ୨୦୧୧ରେ ବ୍ୟବସାୟୀଙ୍କୁ ହତ୍ୟା ମାମଲାରେ ସେ ଆଜୀବନ କାରାଦଣ୍ଡ ଭୋଗୁଛି । ଚୌଦ୍ଵାର ଜେଲରେ ଏଭଳି ଗ୍ୟାଙ୍ଗ କରି ଗଣ୍ଡଗୋଳ କରିବାରୁ ଝାରପଡା ସ୍ଥାନାନ୍ତର ହୋଇଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button