IBN ଓଡ଼ିଶା ବ୍ୟୁରୋ

ମା’ କୋଳରେ ଶୋଇଥିଲା ୩ ବର୍ଷର ଛୁଆ, ଟାଣିନେଲା ଗଧିଆ

ଜାରି ରହିଛି ମଣିଷ ଖିଆ ଗଧିଆର ଆତଙ୍କ। ଯାହାକୁ ପାରୁଛି ତାକୁ କରୁଛି ଟାର୍ଗେଟ। ବିଶେଷ କରି ଛୋଟ ଛୁଆଙ୍କୁ କରୁଛି ଆକ୍ରମଣ। ଗୋଟିଏ ପଟେ ଉତ୍ତରପ୍ରଦେଶର ବାହରାଇଚ୍ ଜିଲ୍ଲାରେ ଜଙ୍ଗଲ ବିଭାଗ ମଣିଷଖିଆ ଗଧିଆକୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଚଳାଇଥିବା ବେଳେ ଅନ୍ୟପଟେ ଧିଆର ତା’ର ଆକ୍ରମଣ ଜାରି ରଖିଛି। ଗତକାଲି ରାତିରେ ମା’ କୋଳରେ ଶୋଇଥିବା ଏକ ତିନି ବର୍ଷର ଛୁଆକୁ ଟାଣି ନେଇଛି ଗଧିଆ।

ଫଳରେ ନୀରିହ ଶିଶୁଟି ପ୍ରାଣ ହରାଇଛି।

ରବିବାର ରାତିରେ ଜିଲ୍ଲାର ମହସି ଅଞ୍ଚଳର ବନ ଗାରେଥୀ ଗାଁରେ ଏକ ତିନି ବର୍ଷର ଝିଅ ତା’ ମା’ କୋଳରେ ଶୋଇଥିଲା। ଏତିକି ବେଳେ ମା’ କୋଳରୁ ଛୁଆଟିକୁ ଟାଣି ନେଇଥିଲା ଗଧିଆ। ଝିଅଟିର ଚିତ୍କାର ଶୁଣି ପରିବାର ସଦସ୍ୟ ତା’ ପଛେ ପଛେ ଦୌଡ଼ି ଥିଲେ। କିନ୍ତୁ କୌଣସି ପତ୍ତା ମିଳିନଥିଲା।

ଗ୍ରାମବାସୀଙ୍କ ବହୁ ଖୋଜାଖୋଜି ପରେ ଗାଁଠାରୁ କିଛି ଦୂରରେ ଛୁଆଟିର କ୍ଷତ ବିକ୍ଷତ ମୃତଦେହ ମିଳିଛି। ସେହିପରି ଗଧିଆ ଆକ୍ରମଣରେ ଜଣେ ବୃଦ୍ଧ ମହିଳା ଆହତ ହୋଇଛନ୍ତି। ତାଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଉତ୍ତରପ୍ରଦେଶର ବାହରାଇଚରେ ଏହି ମଣିଷଖିଆ ଗଧିଆକୁ ଧରିବା ପାଇଁ ରେସକ୍ୟୁ ଅପରେସନ୍ ଚାଲିଛି। ପାଖାପାଖି ୩୫ଟି ଗାଁରେ ଗଧିଆର ଆତଙ୍କ ଜାରି ରହିଥିବା ଯୋଗୁ ହାଇଆଲର୍ଟ ଜାରି କରାଯାଇଛି। ଏପର୍ଯ୍ୟନ୍ତ ୪ ଟି ଗଧିଆ ଧରା ପଡିଛନ୍ତି। ଆଉ ୨ଟି ଗଧିଆ ବାକି ଅଛି।

 

 

 

ବାହରାଇଚ୍ ଜିଲ୍ଲା ଜଜ୍ ଜଷ୍ଟିସ୍ ମୋନିକା ରାଣି କହିଛନ୍ତି ଯେ ବିଶେଷ ସମସ୍ୟା ହେଉଛି ଏହି ଘଟଣା ଗୋଟି ଏ ଗାଁରେ ନୁହେଁ ବରଂ ବିଭିନ୍ନ ଗ୍ରାମରେ ଘଟୁଛି। ଏହାକୁ ମିଶାଇ ପୂରା ଅଞ୍ଚଳରେ ଏହିଭଳି ୮ଟି ଘଟଣା ଘଟିଲାଣି। ଗତ ଦେଢ଼ ମାସ ମଧ୍ୟରେ ଗଧିଆ ଆକ୍ରମଣରେ ୭ ଜଣ ଛୁଆ ଏବଂ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଜଙ୍ଗଲ ବିଭାଗ ଏବଂ ପୁଲିସ ଟିମ୍ ଲଗାତାର ଲୋକଙ୍କୁ ସଚେତନ କରାଉଛନ୍ତି। ଘର ଭିତରେ କବାଟ ବନ୍ଦ କରି ରହିବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button