ରାଜ୍ୟ
‘ସୁଭଦ୍ରା’ ଯୋଜନାକୁ ନେଇ ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା, ୧୧ଟା ୩୦ ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର, ୨।୯: ବିଧାନସଭା ପ୍ରଶ୍ନକାଳରେ ବିରୋଧୀଙ୍କ ହଙ୍ଗାମା । ‘ସୁଭଦ୍ରା’ ଯୋଜନାକୁ ନେଇ ବିଧାନସଭାର ବିରୋଧୀ ବିଜେଡି ସଦସ୍ୟଙ୍କ ହଟ୍ଟଗୋଳ । ସୁଭଦ୍ରା ଯୋଜନାରେ ପ୍ରତିଶ୍ରୁତି ପାଳନ ହୋଇନଥିବା ଅଭିଯୋଗ କରିଛନ୍ତି ବିରୋଧୀ । ଗୃହର ମଧ୍ୟଭାଗକୁ ଆସି ପ୍ରତିବାଦ କରିବା ସହ ନାରାବାଜି କରିଥିଲେ ।
ସୁଭଦ୍ରା ଯୋଜନାରେ ସବୁ ମହିଳାଙ୍କୁ ସାମିଲ କରିବାକୁ ବିରୋଧୀ ଦଳ ଦାବି କରିଛନ୍ତି ।
ଏଥିସହ ଚିକିଟି ଓ ଅନ୍ୟ ପ୍ରସଙ୍ଗକୁ ନେଇ ବିଧାନସଭା ପ୍ରଶ୍ନକାଳରେ ହୋହାଲ୍ଲା ଓ ନାରାବାଜି କରିଥିଲେ । ସୋମବାର ବିଧାନସଭାରେ ହଟ୍ଟଗୋଳ ଯୋଗୁଁ ଗୃହକୁ ଦିନ ୧୧.୩୦ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି । ଏଥିସହ ବାଚସ୍ପତିଙ୍କ ପୋଡିୟମ୍ ନିକଟରେ ମଧ୍ୟ ହୋହାଲ୍ଲା କରିଥିଲେ ବିରୋଧୀ ଦଳ । ପରେ ବାଚସ୍ପତି ସୁରମା ପାଢ଼ୀ ଗୃହ ମୁଲତବୀ ଘୋଷଣା କରିଛନ୍ତି ।