ରାଜ୍ୟ

ଘରକୁ ଫେରିବା ବେଳେ ଧକ୍କା ଦେଲା ଅଜଣା ଗାଡି, ଯୁବକ ମୃତ

ନୀଳଗିରି, ୨/୯ : ଅଜଣା ଗାଡି ଧକ୍କାରେ ଯୁବକ ମୃତ। ବାଲେଶ୍ଵର ଜିଲ୍ଲା ନୀଳଗିରି ବାଇପାସ୍ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ମୃତକ ଜଣଙ୍କ ହେଲେ ଦିଲ୍ଲୀପ କୁମାର ରାଉତଙ୍କ ପୁଅ କିଶୋର।

ସୂଚନାନୁଯାୟୀ, କିଶୋର ରବିବାର ମଧ୍ୟରାତ୍ରୀରେ ଘରକୁ ଫେରୁଥିଲେ। ଏହି ସମୟରେ ଘର ଆଗରେ ଯାଇଥିବା ସେରଗଡ଼-ଝରଣାଘାଟି ୧୯ ନମ୍ବର ରାଜ୍ୟ ରାଜପଥରେ ଏକ ଅଜଣା ଗାଡି ଆସି ତାଙ୍କୁ ଧକ୍କା ଦେଇଥିଲା।

ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନୀଳଗିରି ହସ୍ପିଟାଲକୁ ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଦୁର୍ଘଟଣା ଘଟାଇଥିବା ଗାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି।

Related Articles

Leave a Reply

Your email address will not be published. Required fields are marked *

Back to top button