ଦେଶ

ଚା’ ପିଇ ୧୮ ମାସ ଶିଶୁର ମୃତ୍ୟୁ! – Ibnodisha

[ad_1]

ଭୋପାଳ: ବର୍ତ୍ତମାନ ସମୟରେ ଚା’ ଆମର ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଯାଇଛି । ତେବେ ଚା’କୁ କିଛି ଜଣ କ୍ଷତିକାରକ କହୁଥିବା ବେଳେ କିଛି ଜଣ ଲାଭଦାୟକ ବୋଲି କହନ୍ତି । ଏନେଇ ଦୀର୍ଘ ବର୍ଷ ହେଲା ତର୍କବିତର୍କ ଜାରି ରହିଛି । କିନ୍ତୁ ଚା’ ପିଇବା ମଧ୍ୟ ସାଂଘାତିକ ହୋଇପାରେ କି ? ମଧ୍ୟପ୍ରଦେଶରୁ ଏଭଳି ଏକ ଖବର ଆସିବା ପରେ ଚର୍ଚ୍ଚା ଜୋର ଧରିଛି । ରିପୋର୍ଟ ଅନୁସାରେ, ଏକ ଦେଢ଼ ମାସର ଶିଶୁର ଚା ପିଇବା ପରେ ମୃତ୍ୟୁ ହୋଇଛି । ରିପୋର୍ଟ ଅନୁଯାୟୀ, ଚା ’ପିଇବାର କିଛି ସମୟ ପରେ ପିଲାଟି ନିଶ୍ୱାସ ନେବା ବନ୍ଦ କରିଦେଇଥିଲା, ଡାକ୍ତରଖାନା ନେବାପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ କିଛି ଜଣ ଚା’ କାରଣରୁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି । ଚା ’ପିଇବା ଦ୍ୱାରା ପ୍ରକୃତରେ ଛୋଟ ଛୁଆଙ୍କ ପାଇଁ ବିପଦଜ୍ଜନକ ହୋଇପାରେ କି । ଚା’ ପିଲାମାନଙ୍କ ସ୍ୱାସ୍ଥ୍ୟ ଉପରେ କେଉଁ ପ୍ରକାର ପ୍ରଭାବ ପକାଇପାରେ ତାହା ସ୍ପଷ୍ଟ ହୋଇନାହିଁ ।

ଅନୁସନ୍ଧାନରୁ ଜଣାପଡିଛି ଯେ ଚା’ରେ କ୍ୟାଫିନ୍ ଥାଏ । ୧୨ ବର୍ଷରୁ କମ୍ ପିଲାମାନଙ୍କ ପାଇଁ କ୍ୟାଫିନ୍‌, ଏକ ଉତ୍ତେଜକ ହୋଇଥାଏ । ଏହା ଶୋଇବାରେ ଅସୁବିଧାଠାରୁ ଆରମ୍ଭ କରି ପରିସ୍ରା, ସୋଡିୟମ୍ ଏବଂ ପୋଟାସିୟମ୍ ସ୍ତର ହ୍ରାସ ପର୍ଯ୍ୟନ୍ତ ସମସ୍ୟା ସୃଷ୍ଟି କରିପାରେ । ପିଲାମାନଙ୍କ କ୍ଷେତ୍ରରେ ଏହି ସମସ୍ୟାଗୁଡ଼ିକର ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ଦେଖା ଦେଇପାରେ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତି ଯେ, ଚେରମୂଳି ଔଷଧ କିମ୍ବା ଚା’ ଛୋଟ ପିଲାମାନଙ୍କୁ କିପରି ପ୍ରଭାବିତ କରେ ସେ ବିଷୟରେ ଅଧିକ ଗବେଷଣା କରାଯାଇ ନାହିଁ । ସେଥିପାଇଁ ଛୋଟ ପିଲାମାନଙ୍କୁ ଚା ଦେବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନେବା ଜରୁରୀ ଅଟେ । ଆୟୁର୍ବେଦର କିଛି ରିପୋର୍ଟରୁ ଜଣାପଡିଛି ଯେ କାଢ଼ା ପିଇବା ଦ୍ୱାରା କାଶ ଥଣ୍ଡା ଦୂର କରିବାରେ ସାହାଯ୍ୟ କରିଥାଏ କିନ୍ତୁ ଛୋଟ ଛୁଆଙ୍କ କ୍ଷେତ୍ରରେ ଏହା ପ୍ରଯୁଜ୍ୟ ନୁହେଁ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button