ରାଜ୍ୟ

ଡିଏଭି ପୋଖରୀପୁଟରେ ସ୍ୱଭାବକବି ଗଙ୍ଗାଧରଙ୍କ ଜୟନ୍ତୀ ପାଳିତ – Ibnodisha

[ad_1]

ଭୁବନେଶ୍ୱର: ଡିଏଭି ପୋଖରୀପୁଟରେ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କବି ଗଙ୍ଗାଧରଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ‘ପ୍ରତିକୁଳ ପରିବେଶରେ କବି ଗଙ୍ଗାଧରଙ୍କ ପ୍ରତିଭାର ସ୍ଫୁରଣ ଯେପରି ଘଟିଥିଲା, ତାଙ୍କର ଆଦର୍ଶକୁ ଅନୁକରଣ କରି ଓଡ଼ିଆ ଭାଷା , ଜାତିର ସ୍ୱାଭିମାନ ରକ୍ଷା ନିମନ୍ତେ ସଂକଳ୍ପବଦ୍ଧ ହେଲେ ଏହି ଜୟନ୍ତୀ ପାଳନର ଉଦ୍ଦେଶ୍ୟ ସାଧିତ ହେବ ବୋଲି ସେ ବିଦ୍ୟାର୍ଥୀମାନଙ୍କୁ ନିଜର ଅଭିଭାଷଣରେ କହିଥିଲେ । ’ ବିଦ୍ୟାଳୟର ସମସ୍ତ ନିରୀକ୍ଷକ-ନିରୀକ୍ଷିକା ଓ ଓଡ଼ିଆ ବିଭାଗର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ କବି ମେହେରଙ୍କ ଫଟୋଚିତ୍ରରେ ଭକ୍ତିସୁମନ ଅର୍ପଣ କରିଥିଲେ ।

ଦଶମ ଶ୍ରେଣୀର ଛାତ୍ରୀ ଖୁସବୁ ସିଂ କବିଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିବା ବେଳେ ସପ୍ତମ ଶ୍ରେଣୀର ଛାତ୍ରୀ ସ୍ୱାତିସ୍ନିଗ୍ଧା ନାୟକ କବିଙ୍କ ରଚିତ ‘ବିଶ୍ୱ ଜୀବନ ହେ’ ଗାନ କରିଥିଲେ । ଚତୁର୍ଥ ଶ୍ରେଣୀର ଛାତ୍ର ପ୍ରୀତିଶ୍ ସୁନ୍ଦର ବେହେରା କବିଙ୍କ ‘କର୍ମଗୁଣ’ କବିତାକୁ ଆବୃତ୍ତି କରିଥିଲେ । ଓଡ଼ିଆ ବିଭାଗର ମୁଖ୍ୟ ଶୁଭ୍ରାଂଶୁ ମୋହନ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ଓଡ଼ିଆ ବିଭାଗର ବରିଷ୍ଠ ଶିକ୍ଷକ ନରୋତ୍ତମ ଷଡ଼ଙ୍ଗୀ କାର୍ଯ୍ୟକ୍ରମର ସଂଯୋଜନା କରିଥିବବେଳେ କେଶବ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଆ ବିଭାଗର ଶିକ୍ଷୟିତ୍ରୀ ଝରଣା ମିଶ୍ର, କ୍ଷଣପ୍ରଭା ନନ୍ଦ, ସୁଜାତା ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରିଥିବାବେଳେ ଶକ୍ତି ପ୍ରସନ୍ନ ମହାନ୍ତି, ବିଜୟ କୁମାର ପଣ୍ଡା, ସନ୍ତୋଷ କୁମାର କର, ଅଶୋକ କୁମାର ଗୁଇଁଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button