IBN ଓଡ଼ିଶା ବ୍ୟୁରୋ

କଣ ଶରୀରରେ ବଢିବାରେ ଲାଗିଛି କୁଣ୍ଡିଆ ? ହେଇଯାନ୍ତୁ ସାବଧାନ ! ଜାଣନ୍ତୁ କାହିଁକି ବାରମ୍ବାର କାହିଁକି ହୋଇଥାଏ କାଛୁ-କୁଣ୍ଡିଆ ?

ସୂଚନା ଅନୁସାରେ ଶରୀରରେ କୁଣ୍ଡାଇ ହେବା ଏକ ଚର୍ମ ଜନିତ ସମସ୍ଯା ହୋଇଥାଏ । ଏହା ସାଧରଣତଃ ସମସ୍ତଙ୍କ ପାଖରେ ଦେଖିବାକୁ ମିଳିଥାଏ । କିନ୍ତୁ ଯଦି ବାରମ୍ବାର ଶରୀରରେ ଫଳି ଯାଇ କୁଣ୍ଡାଇ ହୋଇଥାଏ । ତେବେ ଏହାକୁ ଅଣଦେଖା କରିବା ଉଚିତ ନୁହେଁ । ଏହା ସାଧାରଣ ଚର୍ମ ସମସ୍ଯା ହୋଇପାରେ କିମ୍ବା ଏହା କୌଣସି ବଡ ରୋଗ ହେବାର ମଧ୍ୟ ଲକ୍ଷଣ ହୋଇଥାଏ । କୁଣ୍ଡାଇ ହେବାର ମୁଖ୍ୟ କାରଣ ହେଉଛି ସ୍କିନ ସୁସ୍ଖ ହେଲେ ହିଁ କୁଣ୍ଡାଇ ହୋଇଥାଏ ।

 

ବହୁତ ଲୋକ ପାଣି ବହୁତ ପିଇନଥାନ୍ତି ଓ ଶରୀରରୁ ଜଳୀୟ ଅଂଶ କମିଯାଇଥାଏ । ଏହା ଏକ ମଧ୍ୟ କାରଣ ଅଟେ । ଅତ୍ୟଧିକ ଗରମ କାରଣରୁ ଶରୀର ହିଟ୍ ହୋଇଗଲେ । ଶରୀରର ଉପରେ ଫଳି ଯାଇ କୁଣ୍ଡାଇ ହେବା ସହ ପୋଡା ମଧ୍ୟ ହୋଇଥାଏ । ଶରୀରରେ କୌଣସି ପ୍ରକାର ବସ୍ତ୍ର ପିନ୍ଧିବା କିମ୍ବା କିଛି ଖାଦ୍ୟ ଖାଇବା ଫଳରେ ମଧ୍ୟ ଆଲର୍ଜୀ ହୋଇ କୁଣ୍ଡା ହୋଇଥାଏ ।

କିଡ୍ନୀ, ଲିଭର ଡାମେଜ୍ ଓ ଡାଇବେଟିସ  ହେବାର ସମ୍ଭାବନା ମଧ୍ୟ କୁଣ୍ଡାଇ ହେବାରୁ ମିଳିଯାଇଥାଏ । ଆପଣ ଯଦି କୌଣସି ପ୍ରକାର ମେଡ଼ିସିନ ଖାଉଛନ୍ତି । ସେଥିରେ ଯଦି କେମିକାଲ୍ ଭାଗ ଅଧିକ ରହିଥାଏ ଯାହା ଆପଣଙ୍କ ଶରୀରକୁ ସୁଟ୍ କରିନଥାଏ । ତେବେ ମଧ୍ୟ ରାଶେଷ ହୋଇ କୁଣ୍ଡାଇ ହୋଇଥାଏ ।

 

ଶରୀରରେ ହରମୋନ ରିଲିଜ ହେବା ଫଳରେ କୌଣସି ପ୍ରକାର ଶରୀରରେ ଅସନ୍ତୁଳିତ ଅବସ୍ତା ଆସିଲେ । ତେବେ ସେହି କ୍ଷେତ୍ରରେ ମଧ୍ୟ ସ୍କିନ ସମସ୍ଯା ଆସିଥାଏ । ଶରୀରରେ କୁଣ୍ଡାଇ ହେଉଥିଲେ କେତେକ ଘରୋଇ ଉପାୟରେ ମଧ୍ୟ ତାହାକୁ ଭଲ କରିପାରିବେ । କୁଣ୍ଡାଇ ହେଉଥିବା ଜାଗାରେ ନଡିଆ ତେଲ ଲଗାଇ ଦେଲେ । କୁଣ୍ଡାଇ ହେବା ବନ୍ଦ ହୋଇଯାଇଥାଏ ।

ଯଦି ଅଧିକ ମାତ୍ରାରେ କୁଣ୍ଡାଇ ହୋଇ ଫଳିଯାଇ ଜଳାପୋଡା ହେଉଥାଏ । ତେବେ ୧୦୦ ଗ୍ରାମ କର୍ପୁର ପାଉଡରରେ ୧୦୦ ମି. ଲି ନଡିଆ ତେଲ ମିଶାଇ ତାହାକୁ କୁଣ୍ଡାଇ ହେଉଥିବା ସ୍ଥାନରେ ଲଗାନ୍ତୁ । ୪ ରୁ ୫ ଟି ନିମ ପତ୍ର ତୋଳି ଆଣି ସେବନ କରନ୍ତୁ । ଏହା ଦ୍ଵାରା ମଧ୍ୟ ରକ୍ତ ପରିଷ୍କାର ହୋଇବ ଓ କୁଣ୍ଡାଇବା ମଧ୍ୟ କମିଯିବ । ନିୟମିତ ରୂପେ ପ୍ରଚୁର ପାଣି ପିଇବା ଆବଶ୍ୟକ ହୋଇଥାଏ । ପାଣି ଜାତୀୟ ଫଳ ଯଥା କାକୁଡି, ଖିରା ଓ ତରଭୁଜ ମଧ୍ୟ ସେବନ କରନ୍ତୁ ।

 

ଏହାଖାଇବା ଦ୍ଵାରା ମଧ୍ୟ ଦେହରେ ଜଳୀୟ ଅଂଶ ବଜାୟ ରହିଥାଏ । ଯାହା କାରଣରୁ ସ୍କିନ ଡ୍ରାଏ ହୋଇନଥାଏ କି କୁଣ୍ଡାଇ ମଧ୍ୟ ହୋଇନଥାଏ । ଜିଭା ପ୍ରଡ଼କ୍ଟର ଆଲୋଭେରା ଜେଲ, କ୍ରିମ ଓ ଫେସ ୱାଶ ଲଗାଇପାରିବେ । ଏହା ସହିତ ଜିଭା ସ୍କିନ ଟାବ୍ଲେଟ୍ସ ଓ ଜିଭା ନିମ୍ ଟାବ୍ଲେଟ୍ସ ମଧ୍ୟ ଖାଇପାରିବେ ।   ଅତ୍ୟଧିକ କୁଣ୍ଡାଇ ହେଉଥିଲେ ଏହାକୁ ଅବହେଳା ନକରି ଡାକ୍ତରଙ୍କର ପରାମର୍ଶ ନେବା ମଧ୍ୟ ଉଚିତ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button