IBN ଓଡ଼ିଶା ବ୍ୟୁରୋ

ମୂଷାଙ୍କୁ ଘରୁ ବାହାର କରିବାର ଚମତ୍କାରୀ ଘରୋଇ ଉପାୟ ! ସବୁଦିନ ପାଇଁ ଆପଣଙ୍କ ଘରର ରାସ୍ତା ଭୁଲିଯିବେ ମୂଷା, ଥରେ କରି ଦେଖନ୍ତୁ…

ସୂଚନା ଅନୁସାରେ ମୂଷା ଏକ ପ୍ରାଣୀ ଯାହା ଘରେ ରହିବା ଦ୍ଵାରା ଘରର ଭୌତିକ ବିକାଶ ହୋଇପାରିନଥାଏ । ମୂଷା ରହୁଥୁବା ଘରେ ମଇଳା ଓ ଦରିଦ୍ରତାକୁ ବଢାଇଦେଇଥାଏ । ଯାହା ଦ୍ଵାରା ଘରେ ବିଭିନ୍ନ ପ୍ରକାର ରୋଗ ବେମାରୀ ହୋଇଥାଏ । ଏହା ସହିତ ମୂଷା ରହୁଥିବା ଘରେ ଲୁଗାପଟାକୁ କାଟି ନଷ୍ଟ କରିଦେଇଥାଏ । ତେଣୁ ମୂଷାକୁ ବାହାର କରିବା ପାଇଁ ଲୋକ ମାନେ ବଜାରରୁ ଅନେକ ଔଷଧ ଆଣି ମାରିବା ପାଇଁ ବ୍ୟବସ୍ତା କରିଥାନ୍ତି ।

 

ଆଜି ଆପଣ ମୂଷାକୁ ଘରୁ ତଡିଦେବାର ଘରୋଇ ବ୍ୟବସ୍ତା କରିବେ । ପ୍ରଥମେ ପେପରମିଣ୍ଟ ତେଲ ସାହାଜ୍ଯ ଅତି ସହଜରେ ମୂଷାକୁ ଘରୁ ତଡିଦେବେ । ଏହି ତେଲର ଗନ୍ଧ ଅତି କଡା ହୋଇଥାଏ । ଆପଣ ଛୋଟ ଛୋଟ ତୁଳା କିମ୍ବା କାଗଜରେ ଏହି ପେପରମିଣ୍ଟ ତେଲକୁ ଲଗାଇ ମୂଷା ରହୁଥିବା ଜାଗାରେ ରଖିଦିଅନ୍ତୁ ।

ମୂଷା ଏହାର ବାସ୍ନା ଯୋଗୁ ଘରୁ ବାହାରି ପଳାଇବେ । ଦିତୀୟରେ ନାଲି ଲଙ୍କାର ଗୁଣ୍ଡ ସାହାଜ୍ଯରେ ମଧ୍ୟ ମୂଷାକୁ ଘରୁ ତଡିବାରେ ଆପଣ ସକ୍ଷମ ହୋଇପାରିବେ । ନାଲି ଲଙ୍କା ଗୁଣ୍ଡ ସାହାଜ୍ଯରେ ଅଟା ଗୋଳାଇ ଗୋଲି ଗୋଲି କରି ମୂଷା ଯିବା ଆସିବା କରୁଥିବା ଜାଗାରେ ରଖିଦିଅନ୍ତୁ । ମୂଷା ଏହାକୁ ଖାଇବା ଦ୍ଵାରା ତାହାର ସ୍ଵାଦରେ ଓ ବାସ୍ନାରେ  ବିଚଳିତ ହୋଇଯିବ । ତେବେ ମୂଷା ସେହି ସମୟରେ ସଙ୍ଗେ ସଙ୍ଗେ ଘରୁ ବିଚଳିତ ହୋଇ ପଳାଇବ ।

 

ତୃତୀୟରେ ହେଉଛି ତେଜ ପତ୍ର । ଏହି ତେଜପତ୍ରକୁ ସମସ୍ତେ ଖାଇବା ପାଇଁ ବ୍ଯବହର କରିବା କଥା ଜାଣିଥାଆନ୍ତି । ଏହା ସହିତ ତେଜପତ୍ର ସାହାଜ୍ଯରେ ଘରୁ ମୂଷା ବିଦା କରିବାର ଉପାୟ ସମସ୍ତଙ୍କୁ ଜଣାନଥାଏ । ମୂଷା ମାନଙ୍କର ନାକ ସଂବେଦନଶୀଳ ହୋଇଥିବାରୁ ଅତି ଗମ୍ଭୀର ଗ୍ଯାସକୁ ହଜମ କରିବାର ଦକ୍ଷତା ମୂଷା ମାନଙ୍କ ପାଖରେ ନଥାଏ । ରାତି ସମୟରେ ୪ ରୁ ୫ ଟି ପତ୍ର ନେଇ ତାହାକୁ ଘରେ ଜଳାଇ ଦିଅନ୍ତୁ ।

ଏହାର ଗନ୍ଧରେ ମୂଷା ମାନେ ଘରୁ ବିତାଡିତ ହୋଇ ପଳାୟନ କରିବେ । କେବଳ ମୂଷା ନୁହେଁ ବଂର ମଶା, ମାଛି ମାନେ ଏହି ଗନ୍ଧରୁ ଅତିଷ୍ଠ ହୋଇ ଘରୁ ବାହାରି ଯାଇ ଆଖ ପାଖ ପରିବେଶରେ ମଧ୍ୟ ଦେଖାଯିବେ ନାହିଁ । ଆପଣ ଏହି ଉପରୋକ୍ତ ୩ ଗୋଟି ନିୟମ ମଧ୍ୟରୁ ଯେକୌଣସି ଉପାୟ ଅବଲମ୍ବନ କରି ଦେଖନ୍ତୁ ।

 

ଆପଣଙ୍କୁ ଏହି ଉପାୟ ପ୍ରୟୋଗ କରିବା ଦିନ ହିଁ ଏହାର ଭଲ ଫଳ ମିଳିଯିବ । ମୂଷା ଘରୁ ବାହାରିଯିବା ଦ୍ଵାରା ଆପଣଙ୍କ ଘର ମୂଷା ଦାଉରୁ ରକ୍ଷା ପାଇଯିବ । ଯାହା ଦ୍ଵାରା ଆପଣଙ୍କ ଘରର ଖାଦ୍ୟ ସାମଗ୍ରୀ, ଲୁଗାପଟା ତଥା ଅନ୍ଯାନ୍ଯ ସାମଗ୍ରୀକୁ କ୍ଷତି କରିବା ପାଇଁ ମୂଷା ରହିବେ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button