IBN ଓଡ଼ିଶା ବ୍ୟୁରୋ

ଭାଗ୍ଯବାନ ପିଲା କେଉଁ ମାସରେ ଜନ୍ମ ହୋଇଥାନ୍ତି ?

ସୂଚନା ଅନୁସାରେ ସମସ୍ତ ଦାମ୍ପତ୍ୟ ଜୀବନରେ ସନ୍ତାନ ଆସିଲା ପରେ ତାଙ୍କ ଦାମ୍ପତ୍ୟ ଜୀବନ ସଂପୂର୍ଣ୍ଣ ହୋଇଥାଏ । ଯେତେବେଳେ ମା’  ପିଲାଟିକୁ ନିଜ ଗର୍ଭରେ ଧାରଣ କରିଥାଏ । ସେବେଠୁ ହିଁ ତାକୁ ପୁରା ଯତ୍ନରେ ରଖିବା ପାଇଁ ଚେଷ୍ଟା କରିଥାଏ । ସମସ୍ତ ପରିବାରର ଇଛା ଥାଏ ପିଲାଟି ସୁସ୍ଥସବଳ ଓ ଉତ୍ତମ ଗୁଣବାନ ହୋଇ ଜନ୍ମ ଲାଭ କରିଥାଉ । ଆପଣ ଜାଣିଛନ୍ତି ପିଲା ଜନ୍ମ ହୋଇଥିବା ମାସ ପିଲାର ଭାଗ୍ୟ ଉପରେ ପ୍ରଭାବ ପକାଇଥାଏ ।

 

୧୨ ଟି ମାସ ମଧ୍ୟରୁ ୫ ମାସରେ ଜନ୍ମିତ ପିଲାଙ୍କ ଭାଗ୍ୟ ଓ ସ୍ଵଭାବ ସମ୍ପର୍କରେ ଆଲୋଚନା କରିବୁ । ଯେଉଁ ମାନେ ଜନ୍ମରୁ ଭାଗ୍ୟଶାଳୀ ହୋଇଥାନ୍ତି । ବୈଶାଖ ମାସରେ ଜନ୍ମ ଗ୍ରହଣ କରିଥିବା ପିଲା ମାନେ ଧାର୍ମିକ ବିଶ୍ଵାସୀ ଅଟନ୍ତି । ଏହା ସହିତ ସୁଲକ୍ଷଣ, ଚତୁର, ବୁଦ୍ଧିମନ୍ତ, ପରଉପକାରୀ, ଭାଗ୍ୟଶାଳୀ ହୋଇଥାନ୍ତି । ଏହି ମାସରେ ଜନ୍ମିତ ଲୋକ କର୍ମଠ ସ୍ଵଭାବର ହୋଇଥାନ୍ତି । ଏମାନଙ୍କ ସଫଳତାର ଚାବି କାଠି ନିଜର ହାତରେ ହିଁ ରହିଥାଏ ।

ଜେଷ୍ଠ ମାସରେ ଜନ୍ମିତ ଲୋକ ମାନେ ଅଧିକ ମାତ୍ରାରେ ବିଦେଶ ଯାତ୍ରା କରିବାର ଯୋଗ ରହିଥାଏ । ଏହି ମାସରେ ଜନ୍ମିତ ଲୋକ ଦୀର୍ଘାୟୁ, କ୍ଷମାଶୀଳ ହୋଇଥାନ୍ତି । ଏମାନଙ୍କ ଆଗାମୀ ଭବିଷ୍ୟତରେ ଉନ୍ନତି କରିବାର ବହୁ ମାତ୍ରାରେ ଯୋଗ ରହିଥାଏ । ନିଜର ଭଲ ସ୍ଵଭାବ କାରଣରୁ ଏମାନେ ଅନ୍ୟର ପ୍ରିୟର ପାତ୍ର ହୋଇପାରିଥାନ୍ତି ।

 

ଆଶ୍ଵିନ ମାସରେ ଜନ୍ମିତ ଲୋକ ଧନବାନ ହୋଇଥାନ୍ତି । ସେମାନଙ୍କର ପାଠ ପଢାରେ ଅଧିକ ରୁଚି ରହିଥାଏ । ତାଙ୍କ କ୍ଯାରିଅରକୁ ସୁନ୍ଦର ଭାବେ ଗଢି ତୋଳିବା ପାଇଁ ତାଙ୍କର ବହୁତ ବଡ ସ୍ଵପ୍ନ ରହିଥାଏ । ଏମାନେ ସାହାଜ୍ଯ ଲୋଡୁଥିବା ମଣିଷକୁ ସାହାଜ୍ଯ ଓ ଦାନ ଧର୍ମ କରିବା ପାଇଁ ପସନ୍ଦ କରିଥାନ୍ତି । କାର୍ତ୍ତିକ ମାସରେ ଜନ୍ମ ଗ୍ରହଣ କରିଥିବା ଲୋକ ମାନେ ଶୌଭାଗ୍ୟଶାଳୀ ହେବା ସହିତ କର୍ମ ପ୍ରତି ଅଧିକ ନିଷ୍ଟାବାନ ମଧ୍ୟ ହୋଇଥାନ୍ତି ।

ନିଜର କଠିନ ପରିଶ୍ରମ ବଳରେ ନିଜ ଭାଗ୍ୟକୁ ମଧ୍ୟ ବଦଳାଇ ଦେଇଥାନ୍ତି । ଅନ୍ୟ ସହିତ ହିଂସା ବାଦ କରିବାକୁ ଆଦ୍ୱା ପସନ୍ଦ କରିନଥାନ୍ତି । ଚୈତ୍ର ମାସରେ ଜନ୍ମ ଗ୍ରହଣ କରିଥିବା ଲୋକ ମାନେ ଅଧିକ ମାତ୍ରାରେ ସରକରୀ କ୍ଷେତ୍ରରେ ଚାକିରି କରିବାର ଯୋଗ ରହିଥାଏ । ଏମାନଙ୍କ ସ୍ଵଭାବ ବିନମ୍ର ଧରଣର ହୋଇଥାଏ ।

 

ଏମାନଙ୍କ ଭାଗ୍ୟର ସାଥ୍ ଏମାନଙ୍କୁ ବହୁ ସମୟରେ ମିଳିଥାଏ । ସେଥିପାଇଁ ଏମାନଙ୍କୁ ଭାଗ୍ୟମନ୍ତ ବୋଲି ମଧ୍ୟ କୁହାଯାଇଥାଏ । ଏହି ମାସ ଗୁଡିକରେ ଜନ୍ମ ହୋଇଥିବା ବ୍ୟକ୍ତି ଅଧିକ ମାତ୍ରାରେ ଗୁଣମନ୍ତ ଓ ଶୌଭାଗ୍ୟଶାଳୀ ହୋଇଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button