ମୁଖ ବ୍ରଣ ସମସ୍ଯାରୁ କିପରି ପାଇବେ ମୁକ୍ତି ?
। ସୂଚନା ଅନୁସାରେ ବ୍ରଣ ଏକ ସାଧାରଣ ଚର୍ମ ରୋଗ । ଯାହାକି ପିଲା ମାନଙ୍କର ଯୌବନ ଅବସ୍ତାରୁ ଆରମ୍ଭ ହୋଇ ୨୫ ବର୍ଷ ପର୍ଯ୍ୟନ୍ତ ଜାରୀ ରହିଥାଏ । କିଛି ଲୋକଙ୍କର ୨୫ ବର୍ଷ ପରେ ମଧ୍ୟ ମୁହଁରେ ବ୍ରଣ ଦେଖିବାକୁ ମିଳିଥାଏ । ବ୍ରଣ ହେବାର ବିଭିନ୍ନ ପ୍ରକାର କାରଣ ରହିଥାଏ । ଯେପରି ନୂତନ ଯୌବନ ଅବସ୍ତା ପ୍ରାପ୍ତ ହେବା ସମୟରେ ଶରୀରରେ ଅନେକ ହରମୋନ ରିଲିଜ୍ ହୋଇଥାଏ । ଯାହାକି ପ୍ରାୟ ଲୋକଙ୍କର ମୁହଁରେ ବ୍ରଣ ଭଳି ସମସ୍ଯା ଆସିଯାଇଥାଏ ।
ଏହା ସହିତ ଅଧିକ ଜଙ୍କ୍ ଫୁଡ ଖାଇଲେ ମଧ୍ୟ ବ୍ରଣ ହେବାର ସମ୍ଭାବନା ରହିଥାଏ । ବ୍ରଣ ହେଉଥିବା ସମୟରେ ବ୍ରଣରେ ବାରମ୍ବାର ହାତ ମାରନ୍ତୁ ନାହିଁ କିମ୍ବା ତାକୁ ଚିପି ବ୍ରଣକୁ ବାହାର କରିବାକୁ ଚେଷ୍ଟା କରନ୍ତୁ ନାହିଁ । ବ୍ରଣକୁ ବାରମ୍ବାର ହାତ ମାରିବା ଦ୍ଵାରା ବ୍ରଣରେ ଇନଫେକସନ ହୋଇ ଅଧିକ ବ୍ରଣ ମୁହଁରେ ଫଳି ଯାଇଥାଏ । ଏହା ସହିତ ମୁହଁରେ ଆକ୍ନି ବା ଗାତ ହୋଇଯାଇଥାଏ ।
ବ୍ରଣ ହୋଇଥିବା ପିଲା ମାନେ ପ୍ରାୟତଃ ମାନସିକ ସ୍ତରରେ ଅନ୍ୟ କାହାର କଥା ଶୁଣି ଭାଙ୍ଗିପଡିଥାନ୍ତି । ଯେଉଁ କାରଣରୁ ଅଧିକ ସ୍ଟ୍ରେସ ନେବା କାରଣରୁ ମୁହଁରେ ଅଧିକ ବ୍ରଣ ହୋଇଯାଇଥାଏ । ଏହା ସହିତ ବାହାରୁ ଇଆଡୁ ସିଆଡୁ ମଲମ, କ୍ରିମ ଓ ଫେସ ୱାଶ ବ୍ୟବହାର କରିଦେଇଥାନ୍ତି ।
ସେଥିପାଇଁ ଯେତେବେଳେ ବ୍ରଣ ପାଇଁ କୌଣସି କ୍ରିମ କିମ୍ବା ମେଡ଼ିସିନ ବ୍ୟବହାର କରୁଛନ୍ତି । ତେବେ ସ୍କିନ ଡାକ୍ତରଙ୍କ ପରାମର୍ଶ ଦ୍ଵାରା ହିଁ ମୁହଁରେ ଆପ୍ଳାଏ କରନ୍ତୁ । ଯେଉଁ ଖାଦ୍ୟରେ ସୁଗାର ମାତ୍ରା ଅଧିକ ରହିଥାଏ । ସେପରି ଖାଦ୍ୟ ଖାଇବା ଦ୍ଵାରା ମଧ୍ୟ ବ୍ରଣ ବଢିବାର ସମ୍ଭାବନା ରହିଥାଏ । ଯେଉଁ ମାନେ ଅଧିକ କ୍ଷୀର ପାଇଥାନ୍ତି । ସେମାନଙ୍କ କ୍ଷେତ୍ରରେ ମଧ୍ୟ ବ୍ରଣ ଅଧିକ ହୋଇଥାଏ ।
ସେମାନେ କ୍ଷୀର ପିଇବାର ପରିମାଣକୁ କମେଇବାକୁ ପଡିବ । ମୁହଁରେ ସାବୁନ ବ୍ୟବହାର କରିବା ଅନୁଚିତ । କାରଣ ସାବୁନର PH ଅଲଗା ଓ ମୁହଁର PH ଅଲଗା ହୋଇଥାଏ । ଯେଉଁ କାରଣରୁ ମୁହଁରେ ଯେତେବେଳେ ସାବୁନ ଲଗାଇଥାଉ । ତାହା ମୁହଁର PH କୁ ବଦଳାଇ ଇନଫେକସନ କରି ବ୍ରଣ ସୃଷ୍ଟି କରିଥାଏ ।
ମୁହଁରେ ବ୍ରଣ ଭଲ କରିବାକୁ ଲୋକ ମାନେ ବିଭିନ୍ନ ପ୍ରକାର ଘରୋଇ ଉପଚାର ମଧ୍ୟ କରିଥାନ୍ତି । ଯେକୌଣସି ଘରୋଇ ଉପଚାର କରୁଥିବେ ସେଥି ପ୍ରତି ବିଶେଷ ଯତ୍ନଶୀଳ ହେବା ଆବଶ୍ୟକ ହୋଇଥାଏ । ମୁଖ ବ୍ରଣ ହୋଇଥିଲେ ନିହାତି ଭାବେ ସ୍କିନ ବିଶେଷଙ୍କ ସାଥିରେ ପରାମର୍ଶ କରି କୌଣସି କ୍ରିମ ବା ଟାବ୍ଲେଟ୍ ଗ୍ରହଣ କରନ୍ତୁ ।