IBN ଓଡ଼ିଶା ବ୍ୟୁରୋ

ବୁଦ୍ଧି ବଡ ନା ସୁନ୍ଦର ଶରୀର ?

। ବର୍ତ୍ତମାନ ର ପ୍ରାୟତଃ ସମସ୍ତେ ଜୀବନରେ ବିଭିନ୍ନ ପ୍ରକାରର ଦୁଃଖ ସମସ୍ୟାରେ ଘେରି ହୋଇ ରହିଥାନ୍ତି । ଏହାର କାରଣ କେଉଁଠି ନା କେଉଁଠି ଟଙ୍କା ସହ ଯୋଡି ହୋଇ ରହିଛି । କାଳ କର୍ମେ ସମୟ ନିଜର ରୂପ କିଛି ଏପରି କରାଲ ଭାବରେ ନେଇ ଯାଇଛି କି ବର୍ତତ୍ମାନର ସାମୀରେ ବିନା ଟଙ୍କା ପଇସା ରେ କେହି ବି ମଣିଷ ଆଉ ସୁଖୀ ନାହିଁ । ଏହି କାରଣ ରୁ ପ୍ରତ୍ଯେକ ମଣିଷ ନିଜ ଜୀବନରେ ଅଧିକ ରୁ ଅଧିକ ଧାନ ଉପାର୍ଜନ କରିବା ପାଇଁ ଇଛା କରି ଚାଲିଛି । କିନ୍ତୁ ଟଙ୍କା ରୋଜଗାର ମଧ୍ୟ ଏତେ ସହଜ ନୁହେଁ ।

 

ଧନ ର ଦେବୀ ମାତା ଲକ୍ଷ୍ମୀ ମଧ୍ୟ ସେହି ସ୍ଥାନକୁ ଯାଇଥାନ୍ତି, ଯେଉଁ ମାନଙ୍କ ଉପରେ ବୁଦ୍ଧିର ଦେବତା ଶ୍ରୀ ଗଣେଶ ଙ୍କର ଆଶୀର୍ବାଦ ରହିଥାଏ । ଯେଉଁ ମାନଙ୍କର ବୁଦ୍ଧି ପ୍ରଖର ଥାଏ, ସେହି ମାନେ ଜୀବନରେ ଅତି ସରଳ ସୁବିଧାରେ ଧନ ଉପାର୍ଜନ କରି ଦେଇଥାନ୍ତି ।

ଝିବା ପାଇଁ ଆମେ ଏଠାରେ ଏକ କ୍ଷୁଦ୍ର ଗଳ୍ପ ଟିଏ ପ୍ରସ୍ତୁତ କରୁଛୁ ଯାହା ସାହାର୍ଯ୍ୟ ରେ ଆପଣ ଜାଣି ପାରିବେ କି କିପରି ଏକ ବ୍ୟକ୍ତି ନିଜ ବୁଦ୍ଧି ସାହାର୍ଯ୍ୟ ରେ ସବୁକିଛି ଅତି ସହଜ ରେ ପ୍ରାପ୍ତ କରି ଦେଇଥିଲା । ବନ୍ଧୁଗଣ ଗୋପାଳ ନାମର ଏକ ଗରିବ ବ୍ୟକ୍ତି ଟିଏ ନିଜର ପତ୍ନୀ ଓ ବୃଦ୍ଧ ମାତା ପିତା ଙ୍କ ସହ ଏକ ଗ୍ରାମରେ ବଡ କଷ୍ଟ ରେ ବାସ କରୁଥିଲା ।

 

ଦିନେ ଗୋପାଳ ବଣରେ ଗାଈ ଚରାଉଥିବା ସମୟରେ ସେଠାରେ ନିସ୍ତବ୍ଦ ଜଙ୍ଗଲ ମଝିରେ ଏକ ମର୍କତ ଶିବ ଲିଙ୍ଗ କୁ ଦେଖିଲା । ଶିବ ଲିଙ୍ଗ ଦେଖି ଗୋପାଳ ମନରେ ଭକ୍ତି ଜାଗ୍ରତ ହେଲା । ଗୋପାଳ ଅତି ଭକ୍ତି ର ଭାବ ସହ ଗାଈ ଠାରୁ ତତକ୍ଷଣାତ୍ ଗାଈ ରୁ କ୍ଷୀର ଦୁହିଁ ଶିବ ଲିଙ୍ଗ ଉପରେ ଚଢାଇଲା । ଏହା ଦେଖି ଭୋଳା ଶଙ୍କର ଅତ୍ୟନ୍ତ ପ୍ରସନ୍ନ ହୋଇଗଲେ । ଭଗବାନ ତତକ୍ଷଣାତ୍ ସେହି ସ୍ଥାନରେ ପ୍ରକଟ ହୋଇ ଗୋପାଲ କୁ କହିଲେ ମୁଁ ତୁମ ଉପରେ ଅତି ପ୍ରସନ୍ନ । ତୁମେ ମୋତେ କୌଣସି ଏକ ବର ମାଗ ମୁଁ ତୁମର ଇଚ୍ଛା ପୂରଣ କରି ଦେବି ।

 

ଗୋପାଳ କିଛି ବୁଝି ପାରୁ ନଥିଲା ତେଣୁ ସେ ଭଗବାନ ଙ୍କୁ କହିଲା କି ପ୍ରଭୁ ମତେ ଭାବିବା ପାଇଁ କିଛି ସମୟ ଦିଅନ୍ତୁ । ଭଗବାନ ହଁ କହିଲେ । ଏହାପରେ ଗୋପାଳ ଗହରେ ଯାଇ ନିଜ ମା କୁ ସମସ୍ତ ଘଟଣା ବିଷୟରେ କହିବାରୁ ଅନ୍ଧ ବୁଢି ମା ନିଜର ପୁଅ କୁ ତାର ପାଇଁ ଦ୍ରୁଷ୍ଟି ଶକ୍ତି ମାଗିବା ପାଇଁ କହିଲେ, ବାପା ଗୋପାଳ କୁ କହିଲେ କି ତୁ ଧନ ସମ୍ପତ୍ତି ପାଇଁ ଇଶ୍ଵର ଙ୍କୁ କହ, ଯାହା ଫଳରେ ଆମର ଦରିଦ୍ରତା ଦୂର ହୋଇଯିବ ।

ଶେଷ ରେ ଗୋପାଳ ର ସ୍ତ୍ରୀ କହିଲା ଦୀର୍ଘ ଦଶ ବର୍ଷ ହୋଇ ଗଲାଣି ବିବାହକୁ ହେଲ ସନ୍ତାନ ଟିଏ ନାହିଁ । ତୁମେ ଈଶ୍ଵର ଙ୍କୁ ଏକ ପୁତ୍ର ପାଇଁ କୁହ । ଏ ସବୁ ଶୁଣି ଗୋପାଳ ଚିନ୍ତା କଲା କ’ଣ କରିବି ଭଗବାନ କହିଛନ୍ତି ଗୋଟିଏ ବର ଦେବେ କିନ୍ତୁ ଏଠାରେ ତିନି ଜଣ ଙ୍କର ଭିନ୍ନ ଭିନ୍ନ ଇଛା କିପରି ପୂରଣ ହେବ ? ଏପରି ଚିନ୍ତା କରି ଗୋପାଳ ଜଙ୍ଗଲ କୁ ଗଲା ।

 

Related Articles

Leave a Reply

Your email address will not be published. Required fields are marked *

Back to top button