IBN ଓଡ଼ିଶା ବ୍ୟୁରୋ

ଔଷଧୀୟ ଗୁଣରେ ଭରପୁର ଏହି ଚମତ୍କାରୀ ଫୁଲ ! ଜ୍ଵର, କାଶ, ଥଣ୍ଡା ଭଳି ଅନେକ ରୋଗରୁ ଦେଇଥାଏ ତୁରନ୍ତ ଉପଶମ –

ବନ୍ଧୁଗଣ ଅନେକ ବାଡିବଗିଚାରେ ଗଙ୍ଗଶିଉଳି ଗଛ ଥିବାର ଦେଖିବାକୁ ମିଳିଥାଏ । ଏହି ଫୁଲ ରାତିରେ ଫୁଟେ ଓ ସକାଳୁ ଝଡି ପଡେ । ଏହି ଧଳା ରଙ୍ଗର ଫୁଲରେ ରହିଛି ଅନେକ ଔଷଧୀୟ ଗୁଣ । ବର୍ତ୍ତମାନ ସମୟରେ ରୋଗବ୍ୟାଧିକୁ ନେଇ ଲୋକମାନେ ଚିନ୍ତିତ ରହୁଥିବା ବେଳେ ଗଙ୍ଗଶିଉଳି ପତ୍ର ଆମ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଗଙ୍ଗଶିଉଳି ପତ୍ରର ଉପକାରିତା ଓ ବ୍ୟବହାର ବିଷୟରେ ତେବେ ଚାଲନ୍ତୁ ଜାଣିବା ।

ଗଙ୍ଗଶିଉଳି ପତ୍ରରେ ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ବ୍ୟାକ୍ଟେରିଆଲ ଓ ଆଣ୍ଟି-ଇନଫ୍ଲେମେଟୋରି ଗୁଣ ରହିଥାଏ । ଯାହା ଶରୀର ପାଇଁ ଅତ୍ୟନ୍ତ ଉପଯୋଗୀ । ଗଙ୍ଗଶିଉଳି ପତ୍ର ଦ୍ଵାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଆପଣ 15-20 ଗାଢ ସବୁଜ ପତ୍ରକୁ ପେଷ୍ଟ କରି ଏକ ଗୋଟିଏ ମାଟି ପାତ୍ରରେ 1 ଲିଟର ପାଣି ଦେଇ ଫୁଟାଇ ଦିଅନ୍ତୁ । ଯେପରି ତାହା କମିଯାଇ 250ml ହୋଇଯିବ । ମାଟିପାତ୍ର ନଥିଲେ ଆପଣ ଅଲଗା ପାତ୍ରର ବ୍ୟବହାର କରିପାରିବେ ।

ବେଳେବେଳେ ଆମ ଶରୀରରେ ଦୀର୍ଘଦିନ ପର୍ଯ୍ୟନ୍ତ ଜ୍ଵର ରହିଥାଏ । ଜ୍ଵରକୁ ଭଲ କରିବା ପାଇଁ ଆମ ଗଙ୍ଗଶିଉଳି ଗଛର ଛାଲି 2 ଗ୍ରାମ, ଗଙ୍ଗଶିଉଳି ପତ୍ର 2 ଗ୍ରାମ ଓ 2-3ଟି ତୁଳସୀ ପତ୍ରକୁ ଏକ ଗ୍ଳାସ ପାଣିରେ ଭଲଭାବେ ଫୁଟାଇ ଦିଅନ୍ତୁ । ଏହାକୁ କିଛି ସମୟ ପାଇଁ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ ।

ଏହିଭଳି ଭାବେ ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ପିଅନ୍ତୁ । ଏହାଦ୍ବାରା ଜ୍ଵର କମିବା ସହ ଜ୍ଵର ବେଳେ ଦୁର୍ବଳ ଲାଗୁଥିଲେ ଆରାମ ଲାଗେ । ସେହିଭଳି ଶୁଖିଲା କାଶ ଓ ଶ୍ଵାସ ଭଳି ସମସ୍ଯାକୁ ମଧ୍ୟ ଭଲ କରେ ଗଙ୍ଗଶିଉଳି ପତ୍ର । ଏହାର ରସକୁ କିଛିଦିନ ସେବନ କରିବା ଦ୍ଵାରା ଏହି ସମସ୍ଯା ଭଲ ହୁଏ । ଆଜିକାଲି ଅନେକ ଲୋକଙ୍କ ଠାରେ ଅର୍ଶ ସମସ୍ଯା ଦେଖାଦେଉଛି ।

ଗଙ୍ଗଶିଉଳି ଗଛର ମଞ୍ଜି ଅର୍ଶ ପାଇଁ ରାମବାଣ ଭଳି କାମ କରେ । ଏହି ମଞ୍ଜିକୁ ହେମଦସ୍ତାରେ ଛେଚି ଉଷୁମ ପାଣିରେ ମିଶାଇ ପିଇଲେ ଅର୍ଶରୁ କିଛି ମାତ୍ରାରେ ଉପଶମ ମିଳିଥାଏ ଓ ଏହା ଆମ ଗ୍ଯାସ ସମସ୍ଯାକୁ ମଧ୍ୟ ଦୂର କରିଥାଏ । ଗଙ୍ଗଶିଉଳିର ସତେଜ ଫୁଲକୁ ମହୁ ସହ ମିଶାଇ ଖାଇବା ଦ୍ଵାରା ଏହା ଆମ ରକ୍ତରେ ଥିବା ଖରାପ କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣ କରିଥାଏ । ଫଳରେ ହୃଦଘାତ ଜନିତ ସମସ୍ଯା ମଧ୍ୟ ଦେଖା ଦିଏନାହିଁ ।

ଏହି ପତ୍ର ଆମ ତ୍ଵଚା ପାଇଁ ମଧ୍ୟ ବେଶ ଉପଯୋଗୀ ହୋଇଥାଏ । ଏହି ପତ୍ର ଉଭୟ ବ୍ୟାକ୍ଟେରିଆ ଓ ଭାଇରସ ସହ ଆମ ଶରୀରକୁ ଲଢେଇ କରିବାରେ ସାହାଯ୍ୟ କରେ । ତେଣୁ ଗଙ୍ଗଶିଉଳି ପତ୍ରକୁ ଆପଣ ନିଜ ଦୈନନ୍ଦିନ ଜୀବନରେ ସାମିଲ କରିବା ଉଚିତ । ବନ୍ଧୁଗଣ ପୋଷ୍ଟଟି ପସନ୍ଦ ଆସିଥିଲେ । ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

 

Related Articles

Leave a Reply

Your email address will not be published. Required fields are marked *

Back to top button