ରାଜ୍ୟ

ନିଯୁକ୍ତି ଦୌଡରେ ଆଶାୟୀଙ୍କ ମୃତ୍ୟୁ ପାଇଁ କୋଭିଡ ଟିକା ଦାୟୀ: ହେମନ୍ତ ସୋରେନ

ରାଞ୍ଚି: ରାଜ୍ୟରେ ଅବକାରୀ କନଷ୍ଟେବଳ ନିଯୁକ୍ତି ଦୌଡରେ ଶାରୀରିକ ପରୀକ୍ଷା ଦେବା ବେଳେ ୧୨ଜଣ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଥିଲା। ସେମାନଙ୍କର ମୃତ୍ୟୁ ପାଇଁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ପରିଚାଳିତ ‘ତ୍ରୁଟିପୂର୍ଣ୍ଣ କୋଭିଡ-୧୯’ ଟିକା ଦାୟୀ ବୋଲି କହିଛନ୍ତି ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ।

ଅଗଷ୍ଟ ୨୨ରେ ଝାଡଖଣ୍ଡର ବିଭିନ୍ନ କେନ୍ଦ୍ରରେ ନିଯୁକ୍ତି ଦୌଡ ଆରମ୍ଭ ହୋଇଥିଲା ବେଳେ ରାଜ୍ୟ ଷ୍ଟାଫ୍ ସିଲେକ୍ସନ କମିଶନ (ଜେଏସଏସସି) ଦ୍ୱାରା ପରିଚାଳିତ ହେଉଥିଲା।

ରାଞ୍ଚିରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ହେମନ୍ତ କହିଛନ୍ତି ଯେ ବିଜେପି ନେତୃତ୍ୱାଧୀନ ସରକାର ‘ତ୍ରୁଟିପୂର୍ଣ୍ଣ ଟିକା’ ଦେଇଛନ୍ତି। ଯାହାଦ୍ୱାରା ଲୋକମାନେ ଥଣ୍ଡା ଏବଂ କାଶରେ ପ୍ରାଣ ହରାଉଛନ୍ତି। ଏପରିକି ଦ ଡ଼ିବା ସମୟରେ କିଛି ଯୁବକଙ୍କର ମୃତ୍ୟୁ ଘଟୁଛି। କେବଳ ଏତିକି ନୁହେଁ ଲୋକମାନେ ଚାଲିବା ସମୟରେ ମଧ୍ୟ ଅଚାନକ ମୃତ୍ୟୁବରଣ କରୁଛନ୍ତି ବୋଲି ସେ ପ୍ରକାଶ କରିଥିଲେ।

ତେବେ ୧୨ ଯୁବ ପ୍ରାର୍ଥୀଙ୍କ ମୃତ୍ୟୁକୁ ନେଇ ଝାଡ଼ଖଣ୍ଡରେ ରାଜନୈତିକ ବିତର୍କ ଆରମ୍ଭ ହୋଇଯାଇଛି। ଅପରପକ୍ଷରେ ଏହି ନିଯୁକ୍ତି ପ୍ରକ୍ରିୟାକୁ ତିନି ଦିନ ପାଇଁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଘଟଣାରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button