Kidney ଖରାପ ହେବାର ସବୁଠୁ ବଡ଼ ସଂକେତ, ସମୟ ଥାଇ ସାବଧାନ ହେଲେ ବଞ୍ଚିଯିବ ଜୀବନ…

କିଡନୀ ଆମ ଶରୀର ର ବହୁତ୍ ମହତ୍ତ୍ଵ ପୂର୍ଣ୍ଣ ଅଙ୍ଗ ଅଟେ । କିନ୍ତୁ ସାଧାରଣତଃ କେହି କିଡନୀ ର ବିଶେଷ ଯତ୍ନ ନେଇ ନ ଥାନ୍ତି । କିଡନୀ ଯେ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଖରାପ ନ ହୋଇ ଯାଇଛି ସେ ପର୍ଯ୍ୟନ୍ତ ଏହା ଶରୀର କୁ ଜଣା ମଧ୍ଯ ପଡ଼ି ନଥାଏ । ପ୍ରତିବର୍ଷ କିଡନୀ ରୋଗ କାରଣରୁ ହଜାର ହଜାର ଲୋକ ମୃତ୍ୟୁ ବରଣ କରିଥାନ୍ତି । କିନ୍ତୁ ବନ୍ଧୁଗଣ କିଛି ଏପରି ଲକ୍ଷଣ ମାନ ରହିଛି, ଯାହାଦ୍ଵାରା ଆପଣ କିଡନୀ ରୋଗ ହେବା ପୂର୍ବରୁ ହିଁ ସତର୍କ ହୋଇ କିଡନୀ ରୋଗ ରୁ ବଞ୍ଚି ପାରିବେ ।
ପ୍ରଥମ ଲକ୍ଷଣ ଟି ହେଉଛି, ବନ୍ଧୁଗଣ କିଡନୀ ରେ ଅସୁବିଧା ଆସିବା ମାତ୍ରେ ପ୍ରଥମେ ଶରୀରରେ ଥକା ଅନୁଭବ ହୋଇଥାଏ । ରକ୍ତ ରେ ଅଲଗା ଅଲଗା ପ୍ରକାରର ସବୁ ଟକ୍ସିନ୍ ସୃଷ୍ଟି ହୁଏ । ଯାହା କାରଣରୁ ଶରୀରରେ ଥକା ଅନୁଭବ ହୋଇଥାଏ । କୌଣସି କାମ ରେ ମନ ଧୀରେ ଧୀରେ ହୋଇ ଲାଗିଥାଏ ।
ସମସ୍ତ କାମ ଗୁଡିକୁ ଆପଣ ଧୀରେ ଧୀରେ କରି କରିଥାନ୍ତି । ରକ୍ତ ରେ ଆଇରନ ର ମାତ୍ରା କମିଯିବା କାରଣରୁ ଏନିମିଆ ର ଲକ୍ଷଣ ମାନ ଦେଖାଯାଏ । ଏହାସହ ଦୁର୍ବଳ ଲାଗିବା ଓ ମୁଣ୍ଡ ବୁଲିବା ଭଳି ଲକ୍ଷଣ ମଧ୍ଯ ଦେଖାଯାଏ । ତୃତୀୟରେ କିଡନୀ ଖରାପ ହେଲେ କିଡନୀ ଉପରେ ବହୁତ ପ୍ରଭାବ ପଡିଥାଏ । ଯାହା କାରଣ ରୁ କିଡନୀ ତାହାର କାମ ଠିକ ଭାବରେ କରି ପାରି ନଥାଏ ।
ଏହି କାରଣରୁ ପରିସ୍ରା ରେ ମଧ୍ଯ ପରିବର୍ତ୍ତନ ହେବାର ଦେଖାଯାଏ । ପରିସ୍ରା ର ରଙ୍ଗ ଗାଢ଼ ହଳଦିଆ ରଙ୍ଗର ହୋଇ ଯାଇଥାଏ । ପରିସ୍ରା କରିବା ରେ ମଧ୍ୟ ବହୁତ ପରିବର୍ତ୍ତନ ଆସିଯାଏ, ଯେପରିକି ପରିସ୍ରା ପୂର୍ବ ଅପେକ୍ଷା ବହୁତ୍ କମ ହୋଇଥାଏ, ନଚେତ୍ ବହୁତ ଅଧିକ ହୋଇଥାଏ । ପରିସ୍ରା ରେ ଦୁର୍ଗନ୍ଧ ହେବା ବା ରକ୍ତ ଆସିବା ଆଦି କିଡନୀ ଖରାପ ହେବାର ସଂକେତ ହୋଇଥାଏ । ତେଣୁ ଏହାକୁ କେବେ ମଧ୍ୟ ଅଣଦେଖା କରିବା ଉଚିତ ହୋଇ ନଥାଏ ।
ଚତୁର୍ଥରେ ବନ୍ଧୁଗଣ ଅଣ୍ଟା ରେ ଯନ୍ତ୍ରଣା ମଧ୍ୟ ଦେଖା ଯିବା କିଡନୀ ଖରାପ ହେବାର ସଂକେତ ଦେଇଥାଏ । ଏହାସହ ଶରୀରରେ କୁଣ୍ଡାଇ ହେବା ଓ ଶରୀରରେ ପ୍ରୋଟିନ ସୋଡିୟମ ଆଦିର ମାତ୍ରା ମଧ୍ୟ କମି ଯାଇଥାଏ । ଶରୀରରେ ଭିନ୍ନ ଭିନ୍ନ ସ୍ଥାନରେ ଲାଲ ଦାଗ ପଡିବା ଭଳି ଦେଖାଯାଏ । ଶରୀରରେ ଫୁଲି ଫୁଲି ମଧ୍ୟ ଯାଏ ।