IBN ଓଡ଼ିଶା ବ୍ୟୁରୋ

ପୁଅ ଜନ୍ମ ହେବା କି ଝିଅ ଏଥିପାଇଁ ପୁରୁଷ ଦାୟୀ, ଦେଖନ୍ତୁ ଏ ନେଇ କଣ କୁହନ୍ତି

ସୂଚନା ଅନୁସାରେ ପ୍ରତ୍ଯେକ ବିବାହିତ ଦମ୍ପତିମାନେ ବିବାହର କିଛି ମାସ କିମ୍ବା ବର୍ଷ ପରେ ସନ୍ତାନ ପ୍ରାପ୍ତି ପାଇଁ ଇଛୁକ ହୋଇଥାନ୍ତି । ସନ୍ତାନ ପୁଅ କିମ୍ବା ଝିଅ ହିଁ ହୋଇଥାଏ । ଆଜିକାଲିର ବର୍ତ୍ତମାନ ଆଧୁନିକ ଯୁଗରେ ଲୋକମାନଙ୍କର ଚାଲି ଚଳଣି ଓ ବେଶ ଭୁଶା ମଡର୍ନ ହୋଇଥିଲେ ମଧ୍ୟ ପ୍ରାୟତଃ କିଛି ଲୋକମାନଙ୍କର ପୁଅ କିମ୍ବା ଝିଅ ହେବାର ମାନସିକ ଚିନ୍ତାଧାରାର ପରିବର୍ତ୍ତନ ହେଉପାରୁନାହିଁ ।

 

ଏବେ ପର୍ଯ୍ୟନ୍ତ ବହୁତ ବାପା ଓ ମା ତଥା ତାଙ୍କ ଘର ପରିବାର ସଦସ୍ୟ ଗୋଟିଏ ପୁଅ ସନ୍ତାନ ଜନ୍ମ ହେଉ ବୋଲି ଇଛା ରଖୁଛନ୍ତି । ବର୍ତ୍ତମାନର ସମୟରେ ଯଦି ମଧ୍ୟ ମା’ ଟିଏ ପୁଅ କିମ୍ବା ଝିଅ ଯାହା ହେଉ ସବୁଥିରେ ସମ୍ମତି ରଖିପାରୁଅଛି । ତେବେ ମଧ୍ୟ ତାଙ୍କ ସ୍ଵାମୀର କିମ୍ବା ପରିବାରର ଝିଅ ହେବାରେ ଖୁସି ହେଉ ପାରୁନାହାନ୍ତି । ସେଥିପାଇଁ ବହୁତ ସମୟରେ ପିଲା ଜନ୍ମ ହେବାର ଆଗରୁ ହିଁ ଅଲଟ୍ରା ସାଉଣ୍ଡ କରି ଯେତେବେଳେ ଝିଅ ହେବ ବୋଲି ଜାଣିପାରୁଛନ୍ତି । ତେବେ କିଛି ଲୋକ ଗର୍ଭପାତ କରିବା ପାଇଁ ନିସ୍ପତି ନେଉଛନ୍ତି ।

ଅନୁସାରେ ଭୁଲ୍ ହୋଇଥାଏ । ଜଣେ ମହିଳାର  ପୁଅ କିମ୍ବା ଝିଅ ହେବ । ତାହା ମହିଳା ଉପରେ ନିର୍ଭର କରେନାହିଁ । ପୁଅ କିମ୍ବା ଝିଅ ହେବାରେ ପୁରୁଷ ହିଁ ଦାୟୀ ରହିଥାଏ। କାରଣ ମଣିଷ ଶରୀରରେ ୨୩ ଯୋଡା ବା ୪୬ ଟା କ୍ରୋମୋଜୋମ ରହିଥାଏ । ସେଥି ମଧ୍ୟରୁ ୧ ଯୋଡା ସେକ୍ସ କ୍ରୋମୋଜୋମ ରହିଥାଏ ।

 

ମହିଳା ପାଖରେ XX ଓ ପୁରୁଷ ପାଖରେ XY କ୍ରୋମୋଜୋମ ରହିଥାଏ । ମହିଳା ମାନଙ୍କର ଅଣ୍ଡା ସହିତ ପୁରୁଷଙ୍କର ଧାତୁ ମିଶିବା ପରେ ଫଟିଲାଇଜେସନ ହୋଇକରି ପିଲା ସନ୍ତାନ ରହିଥାଏ । ଯଦି ପୁରୁଷର X କ୍ରୋମୋଜୋମ ସହିତ ମହିଳାର X କ୍ରୋମୋଜୋମ ମିଶିଥାଏ । ତେବେ ଝିଅ ସନ୍ତାନ ଜନ୍ମ ହୋଇଥାଏ । ନଚେତ ପୁରୁଷର Y କ୍ରୋମୋଜୋମ ସହିତ ମହିଳାର X କ୍ରୋମୋଜୋମ ମିଶିଲେ ।

ତେବେ ପୁଅ ସନ୍ତାନ ଜନ୍ମ ହୋଇଥାଏ । XX କ୍ରୋମୋଜୋମରେ ଝିଅ ସନ୍ତାନ ଜାତ ହେଉଥିବା ସମୟରେ XY କ୍ରୋମୋଜୋମରେ ପୁଅ ସନ୍ତାନ ଜାତ ହୋଇଥାଏ । ତେଣୁ ପୁଅ ହେବା କିମ୍ବା ଝିଅ ହେବା ପାଇଁ ମହିଳାର କୌଣସି ଭୂମିକା ନଥାଏ । ଜଣେ ମହିଳା ପୁଅ କିମ୍ବା ଝିଅ ଜନ୍ମ ଦେବାରେ ପୁରୁଷର ହିଁ ଗୁରୁତ୍ଵପୂର୍ଣ୍ଣ ଭୂମିକା ଥାଏ ।

 

ପ୍ରାୟତଃ କ୍ଷେତ୍ରରେ ଜଣେ ମହିଳା ବାରମ୍ବାର ଝିଅ ସନ୍ତାନ ଜନ୍ମ ପାଇଁ ସବୁ ଦୋଷ ଆରୋପ ମହିଳାଙ୍କୁ ହିଁ କରାଯାଇଥାଏ । ଡାକ୍ତରୀ ବିଜ୍ଞାନ କଥା ଅନୁସାରେ ମହିଳାର ପୁଅ କିମ୍ବା ଝିଅ ଜନ୍ମ ହେବାରେ ପୁରୁଷ ହିଁ ଦାୟୀ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button