IBN ଓଡ଼ିଶା ବ୍ୟୁରୋ

ଭାରସାମ୍ୟ ହରାଇ ଟ୍ରକ ପଛ ପଟେ ପିଟିଲା ଆମ୍ବୁଲାନ୍ସ, ଜଣେ ମୃତ, ଅନ୍ୟ ୨ଜଣ ଗୁରୁତର

ଯାଜପୁର : ଯାଜପୁର 16 ନଂ ଜାତୀୟ ରାଜପଥର ରଥିଆ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକ ପଛପଟୁ ଧକ୍କା ଦେଲା ଆମ୍ବୁଲାନ୍ସ । ଜଣେ ମୃତ, ଦୁଇଜଣ ଗୁରୁତର । ଆମ୍ବୁଲାନ୍ସର ଆଟେନାଣ୍ଟ ହେମନ୍ତ ଆଚାର୍ଯ୍ୟଙ୍କ ମୃତ୍ୟୁ ହୋଇଛି । ଆମ୍ବୁଲାନ୍ସ ଚାଳକ ଗୋବର୍ଦ୍ଧନ ଜେନା ଓ ଫାର୍ମାସିଷ୍ଟ ଗିରିଜା କୁମାର ସେଠୀ ଗୁରୁତର ଆହତ ହୋଇଛନ୍ତି ।ଆମ୍ବୁଲାନ୍ସଟି କଟକ ଶିଶୁଭବନରେ ରୋଗୀ ଛାଡି କେଉଁଝର ଫେରୁଥିଲା । ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ଏସିବିକୁ ସ୍ଥାନାନ୍ତର କରାଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button