IBN ଓଡ଼ିଶା ବ୍ୟୁରୋ

ଗୀତ ମୋ ବାପା ଗାଇଲେ, ଚର୍ଚ୍ଚା ଶାହରୁଖଙ୍କର ହେଉଛି: ଅଭିଜିତଙ୍କ ପୁଅ

ମୁମ୍ବାଇ: ଗାୟକ ଦୁଆ ଲିପା ଶନିବାର ମୁମ୍ବାଇରେ ଏକ ଲାଇଭ୍ କନସର୍ଟ କରିଥିଲେ। ଏହି କନସର୍ଟକୁ ନେଇ ପୂର୍ବରୁ ବହୁତ ଚର୍ଚ୍ଚା ହୋଇଥିଲା। କିନ୍ତୁ କନସର୍ଟରେ ଯେତେବେଳେ ଦୁଆ ‘ଲେଭିଟେଟିଙ୍ଗ’ ଓ ‘ୱ ଲଡକି ଜୋ’ ଗୀତର ମାସ୍ଅପ ଗାଇଥିଲେ ସେତେବେଳେ ଉପସ୍ଥିତ ଲୋକେ ଖୁସିରେ ଝୁମି ଉଠିଥିଲେ। ଏହା କନସର୍ଟର ସବୁଠୁ ସ୍ମରଣୀୟ ମୂହୁର୍ତ୍ତ ଥିଲା। ଦୁଆଙ୍କ କନସର୍ଟ ପରେ ଏବେ ଶାହରୁକଙ୍କ ଅଭିନୀତ ‘ୱ ଲଡକି ଜୋ’ ଗୀତକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। ହେଲେ ଏହି ଗୀତଟିକୁ ଗାଇଥିବା ଗାୟକ ଅଭିଜିତ୍ ଭଟ୍ଟାଚାର୍ଯ୍ୟଙ୍କ ଚର୍ଚ୍ଚା କେହି କରୁନଥିବାରୁ ଏବେ ତାଙ୍କ ପୁଅ ଆପତ୍ତି ଉଠାଇଛନ୍ତି।

 

ଇନଷ୍ଟାରେ ଏକ ପୋଷ୍ଟ କରି ସେ ଲେଖିଛନ୍ତି ଯେ, “ସମସ୍ୟା ହେଉଛି ଯେ ଏହା ବିଷୟରେ କେହି ଆଲୋଚନା କରୁ ନାହାନ୍ତି। ଦୁର୍ଭାଗ୍ୟବଶତଃ, ଆମେ ଏପରି ଏକ ଦେଶରେ ବାସ କରୁଛୁ ଯେଉଁଠି ନ୍ୟୁଜ୍ ଆଉଟଲେଟ୍ କିମ୍ବା ଇନଷ୍ଟାଗ୍ରାମ ପୃଷ୍ଠାରେ ଗୀତକୁ କିଏ ଗାଇଛି ତାହା ଲେଖାଯାଉନାହିଁ। କାହିଁକି ସବୁବେଳେ ଦେଶରେ ଅଭିନେତା ବା ଅଭିନେତ୍ରୀମାନଙ୍କୁ ଅଧିକ ଗୁରୁତ୍ବ ଦିଆଯାଇଆସୁଛି। ମୁଁ ନିଶ୍ଚିତ ଯେ ଦୁଅ‌ା ଲିପା ଯେତେବେଳେ ଏହି ଗୀତ ଶୁଣିଥିବେ ସେ ଜାଣିବାକୁ ବି ଚେଷ୍ଟା କରିନଥିବେ ‌ଯେ, ଏହି ଗୀତକୁ କିଏ ଗାଇଛି। ଆଉ ହଁ ଶାହରୁଖ ଏହି ଗୀତ ଗାଇନାହାନ୍ତି। ଏହାକୁ ଅଭିଜିତ୍ ଭଟ୍ଟାଚାର୍ଯ୍ୟ ଗାଇଛନ୍ତି। ଏଠାରେ ଗାୟକମାନଙ୍କ ଉଚିତ୍ ସମ୍ମାନ ମିଳେନାହିଁ ଆଉ ଲୋକେ ମୋତେ ପଚାରନ୍ତି ମୁଁ ବଲିଉଡରେ ଗୀତ କାହିଁକି ଗାଇବାକୁ ଚେଷ୍ଟା କରୁ ନାହିଁ।”

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button