ଇଣ୍ଡଷ୍ଟ୍ରି ଛାଡ଼ିଲେ ବିକ୍ରାନ୍ତ, ଅଭିନୟରୁ ନେଲେ ସନ୍ନ୍ୟାସ !

ମୁମ୍ବାଇ: ବଲିଉଡର ପ୍ରତିଭାବାନ ଅଭିନେତାଙ୍କ ମଧ୍ୟରୁ ବିକ୍ରାନ୍ତ ମାସେ ଅନ୍ୟତମ | ସେ ନିଜ କ୍ୟାରିୟରରେ ଏପର୍ଯ୍ୟନ୍ତ ଅନେକ ପ୍ରକାରର ଭୂମିକାରେ ନଜର ଆସିଛନ୍ତି ଏବଂ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିଛନ୍ତି। ସଫଳ ହେବା ସହ ଏତେ ଆଗକୁ ଆସିବା ପରେ ଏବେ ବିକ୍ରାନ୍ତ ମାସେ ଇଣ୍ଡଷ୍ଟ୍ରି ଛାଡିବାକୁ ଘୋଷଣା କରିଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସେ ଅଭିନୟରୁ ଅବସର ନେଉଥିବା ଘୋଷଣା କରିଛନ୍ତି। ତାଙ୍କର ଏହି ଘୋଷଣା ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି।
ବିକ୍ରାନ୍ତ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, “ନମସ୍କାର, ଗତ କିଛି ବର୍ଷ ମୋ ପାଇଁ ଚମତ୍କାର ରହିଥିଲା। ଆପଣଙ୍କ ସମର୍ଥନ ପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି । କିନ୍ତୁ ଯେତେ ଯେତେ ମୁଁ ଆଗକୁ ବଢ଼ିଲି, ପୁନର୍ବାର ଘରକୁ ଫେରିବା ସମୟ ଆସିଛି ବୋଲି ଅନୁଭବ କଲି। ତେଣୁ, ଆଗାମୀ ୨୦୨୫ରେ ଆମେ ଶେଷ ଥର ପାଇଁ ପରସ୍ପରକୁ ଭେଟିବା । ଶେଷ ୨ଟି ଚଳଚ୍ଚିତ୍ର ଏବଂ ଅନେକ ବର୍ଷର ସ୍ମୃତି । ପୁନର୍ବାର ଧନ୍ୟବାଦ । ”
ତାଙ୍କର ଏହି ପୋଷ୍ଟ ପରେ ପୂରା ଇଣ୍ଡଷ୍ଟ୍ରି ଓ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଛନ୍ତି । ହଠାତ୍ ସେ କ’ଣ ପାଇଁ ଏଭଳି ନିଷ୍ପତ୍ତି ନେଲେ ତାହା ସାମ୍ନାକୁ ଆସିନାହିଁ ।