IBN ଓଡ଼ିଶା ବ୍ୟୁରୋ

ମାତ୍ର କିଛି ଦିନରେ ଦାନ୍ତ ମୋତି ଭଳି ଚମକିବ, କେବଳ କରନ୍ତୁ ଏହି ଉପାୟ

ଆଜିକାଲି ର ବ୍ୟସ୍ତ ବହୁଳତା ଜୀବନ ମଧ୍ୟରେ କିଛି ଲୋକ ଏପରି ବ୍ୟସ୍ତ ହୋଇ ରହି ଯାଇଛନ୍ତି କି ସେମାନେ ନିଜର ଶରୀର ଉପରେ ଠିକ ଭାବରେ ଧ୍ୟାନ ଦେଇ ପାରୁ ନାହାନ୍ତି । ସେହିପରି ବନ୍ଧୁଗଣ ଅନେକ କାରଣ ଯୋଗୁଁ ଆମର ଦାନ୍ତ ଗୁଡିକ ହଳଦିଆ ପଡିଯାଇ ଥାଏ । ତାହାଛଡା ସମୟାନୁସାରେ ଧୀରେଧୀରେ କଳା ପଡିବାକୁ ଲାଗେ । ଦାନ୍ତ ସୁନ୍ଦର ନ ଦେଖା ଗଲେ କାହା ସମ୍ମୁଖରେ ଛିଡା ହୋଇ କଥା ହେବାକୁ ଲାଜ ଲାଗିଥାଏ । ତେଣୁ ଇଚ୍ଛା ଥିଲେ ମଧ୍ୟ ଆପଣ କାହା ସହ କଥା ହୋଇ ନଥା’ନ୍ତି ।

 

ତେଣୁ ଏହି ସବୁ ସମସ୍ୟାର ସମାଧାନ ନିମନ୍ତେ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏପରି ଏକ ଘରୋଇ ଉପାୟ ଯାହାକୁ ବ୍ୟବହାର କରି ଆପଣ ମାତ୍ର କିଛି ଦିନ ମଧ୍ୟରେ ନିଜର ଦାନକୁ ସଂପୂର୍ଣ୍ଣ ମୋତି ଭଳି ଧଳା କରି ପାରିବେ । ବନ୍ଧୁଗଣ ଏହା ସପୂର୍ଣ୍ଣ ରୂପେ ଏକ ପ୍ରାକୃତିକ ଚମତ୍କାରୀ ଘରୋଇ ଉପୋଚାର ଅଟେ । ଯାହାର ବ୍ୟବହାର ଦ୍ଵାରା ଆପଣଙ୍କ ଦାନ୍ତ ଗୁଡିକ ମୋତି ଭଳି ଚମକିବାକୁ ଲାଗିବ ।

ଏବ॰ ଏହା ଦ୍ଵାରା ଆପଣଙ୍କ ଦାନ୍ତ କୁ କୌଣସି ପ୍ରକାରର କ୍ଷତି ମଧ୍ୟ ହୋଇନଥାଏ । ବର॰ ଲାଭ ହିଁ ଲାଭ ହୋଇଥାଏ । ବହୁତ କମ ଘରୋଇ ଉପକରଣ ସାହାର୍ଯ୍ୟ ରେ ଆପଣ ଏହି ଉପଚାର ଟିକୁ ପ୍ରସ୍ତୁତ କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ଉପଚାର ଟିର ପ୍ରସ୍ତୁତ ପାଇଁ କ’ଣ କ’ଣ ସାମଗ୍ରୀ ର ଆବଶ୍ୟକ ରହିଛି ।ତାହାସହ ଏହାର ପ୍ରୟୋଗ କିପରି କରିବେ ।

 

ବନ୍ଧୁଗଣ ପ୍ରାକୃତିକ ଉପାୟରେ ଦାନ୍ତ କୁ ଧଳା କରିବା ପାଇଁ ଆପଣଙ୍କୁ ପ୍ରଥମେ ଆବଶ୍ୟକ ପଡିବ ଲବଙ୍ଗ । ଏହା ଦାନ୍ତ କୁ ଧଳା କରିବା ସହ ସମସ୍ତ ଦାନ୍ତ ଜନିତ ସମସ୍ଯା କୁ ଦୂର କରିଥାଏ । ଏହି ଉପଚାର ଟିକୁ ପ୍ରସୂତ କରିବା ପାଇଁ ପ୍ରଥମେ ଆପଣ ୮ ରୁ ୧୦ ଟି ଲବଙ୍ଗ ନେଇ ଭଲ ଭାବରେ ଛେଚି ଗୁଣ୍ଡ କରି ନିଅନ୍ତୁ ।

ଏହାପରେ ଏହାକୁ ଏକ ପାତ୍ର ରେ କାଢି, ସେହି ଗୁଣ୍ଡରେ ଆପଣ ଚିମୁଟାଏ ଲୁଣ ଓ ଚିମୁଟାଏ ହଳଦୀ ଗୁଣ୍ଡ  ମିଶାନ୍ତୁ । ଏହାପରେ ଆପଣ ଚତୁର୍ଥ ସାମଗ୍ରୀ ରୂପେ ଅଧ ଚାମଚ ଲେମ୍ବୁ ରସ ମିଶାଇ ଦିଅନ୍ତୁ । ଏହା ପରେ ଏଥିରେ ସାମାନ୍ୟ ଅଳ୍ପ କିଛି ମାତ୍ରରେ ପାଣି ଓ ତାହାସହ ଆପଣ ବ୍ୟବହାର କରୁଥିବା କୌଣସି ଏକ ଟୁଥପେଷ୍ଟ ରୁ କିଛି ନେଇ ଏହାର ଏକ ବଢିଆ ମିଶ୍ରଣ ଟିଏ ପ୍ରସ୍ତୁତ କରି ନିଅନ୍ତୁ । ବର୍ତମାନ ଏହି ଉପଚାର ଟି ପ୍ରସ୍ତୁତ ହୋଇଯାଇଛି ।

 

ଏହି ମିଶ୍ରଣରେ ଆପଣ ନିଜ ଦାନ୍ତ ଗୁଡିକୁ ଭଲ ଭାବରେ ବ୍ରସ କରି ନିଅନ୍ତୁ । ମାତ୍ର ୨ ମିନିଟ ର ବ୍ବ୍ୟବହାର ପରେ ଆପଣ ଏହାର ଚମତ୍କାରୀ ଗୁଣ ବିଷୟରେ ଜାଣି ପାରିବେ । ବନ୍ଧୁଗଣ ଯଦି ଆପଣଙ୍କ ଦାନ୍ତ ଗୁଡିକ ଅଳ୍ପ କିଛି ହଳଦିଆ ହୋଇଥାଏ, ତାହାହେଲେ ସପ୍ତାହରେ ଥରେ ଏହି ଉପଚାର ଟିର ପ୍ରୟୋଗ କରିବା ଦ୍ଵାରା ଆପଣଙ୍କ ଦାନ୍ତ ଗୁଡିକ ଧଳା ହୋଇଯିବ ।

ତାହାଛଡା ଯଦି ଆପଣ ଙ୍କ ଦାନ୍ତ ଗୁଡିକ ଅନେକ ଦିନ ଧରି କଳା ପଡି ରହିଛି ତେବେ ଆପଣ ଏହି ଉପଚାର ଟିକୁ ସପ୍ତାହ ରେ ୨ ରୁ ୩ ଥର ପ୍ରୟୋଗ କଲେ ଆପଣ ଦେଖିବେ ଖୁବ ଅଳ୍ପ ଦିନ ମଧ୍ୟରେ ଆପଣଙ୍କ ଦାନ୍ତ ଗୁଡିକ ସଂପୂର୍ଣ୍ଣ ମୋତି ଭଳି ଧଳା ହୋଇ ଚମକି ଉଠିବ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button