IBN ଓଡ଼ିଶା ବ୍ୟୁରୋ

ଚାକିରି ଓ ବିବାହ ହୋଇପାରୁ ନଥିଲେ କଣ କରିବେ ?

ନ୍ଧୁଗଣ ମଣିଷ ଜୀବନରେ କେବେ ସୁଖ ତ କେବେ ଦୁଖ ଆସିଥାଏ । ଯାହାର ପରିଣାମ ସ୍ୱରୂପ ମଣିଷ ଜୀବନରେ ସଫଳତା ଓ ବିଫଳତା ଲାଭ କରିଥାଏ । ଏମିତି ଦୁନିଆରେ କେଉଁ ବି ବ୍ୟକ୍ତି ନାହି ଯାହା ଜୀବନରେ କେବେଳ ସୁଖ ରହିଛି । ମଣିଷ ଦୁନିଆରେ ଜନ୍ମ ହୋଇଛି ମାନେ ତା ଜୀବନରେ ସୁଖ ଓ ଦୁଖ ଉଭୟ ଲାଗି ରହିବ । ଜୀବନରେ ସୁଖ ଶାନ୍ତି ପ୍ରାପ୍ତ କରିବା ପାଇଁ କେଉଁ କେଉଁ ନିୟମ ପାଳନ କରିବାକୁ ହୁଏ ଆସନ୍ତୁ ଜାଣିବା ।

୧- ପ୍ରତିଦିନ ଦୁଇ ଗ୍ଲାସ ଉସୁମ ପାଣି ପିଇଲେ ହଜମ ଭଲ ହେବା ସହିତ ହୃଦ ରୋଗ ଆଶଙ୍କା କମ ହୁଏ ।

୨- ଖାଇ ସାରିବା ପରେ ଗାଧାନ୍ତୁ ନାହିଁ କିମ୍ବା ସଙ୍ଗେ ସଙ୍ଗେ ଶୁଅନ୍ତୁ ନାହିଁ ଏହା ଶରୀର ପାଇଁ କ୍ଷତି କାରକ ହୋଇଥାଏ ।

୩- ବସିଲା ବେଳେ ଅଣ୍ଟା ସିଦ୍ଧା କରି ବସିଲେ ଅଣ୍ଟା ବିନ୍ଧି ଭଲ ହେବା ସହିତ ମେରୁଦଣ୍ଡ ଠିକ ରହେ ।

୪- ଘର ର ଡ୍ରଇଙ୍ଗ ରୁମ ରେ ସାଧୁ ସନ୍ଥ ଙ୍କ ଆଶୀର୍ବାଦ ଦେଖିବା ଫୋଟ ଲଗାଇଲେ ବହୁତ ଶୁଭ ହୋଇଥାଏ ।

୫- ଠାକୁର ଘରେ ଶଙ୍ଖ ରଖିଲେ ଏବଂ ଶଙ୍ଖ ବଜାଇଲେ ଘର ର ଆର୍ଥିକ ସମସ୍ୟା ଦୂର ହୋଇଥାଏ ।

 

୬- ଠାକୁର ଘରେ କର୍ପୁର ରଖିଲେ କିମ୍ବା ଜଳାଇଲେ ମନର ଅଶାନ୍ତି ଦୂର ହୋଇ ଶାନ୍ତି ଆସିଥାଏ ।

୭- ଯଦି ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟ ରେ ଝଗଡା ଲାଗୁଥାଏ ତେବେ ଶୁକ୍ରବାର ଦିନ ମାତା କାଳିଙ୍କ ର ଦର୍ଶନ କଲେ ଏହି ସମସ୍ୟା ଦୂର ହୋଇଥାଏ ।

୮- ତେବେ ଯେଉଁ ଜାଗାରେ ବର ଗଛ କିମ୍ବା ଅସ୍ତ ଗଛ ଅଛି ସେହି ଜାଗାରେ ଘର କଲେ ତାହା ଅଶୁଭ ହୋଇଥାଏ ।

୯- ନିଜ ମନକୁ ନିୟନ୍ତ୍ରଣ କରିପାରି ରଖୁଥିବା ଲୋକ ଜୀବନ ରେ ବହୁତ ସଫଳତା ହାସଲ କରିଥାଏ ।

୧୦- ଯଦି ଆପଣ ଙ୍କର କୈଣସି ଇଚ୍ଛା ପୁରଣ ହେଲା ନାହିଁ ତେବେ ଜାଣିବେ ଆପଣ ଙ୍କୁ ଆପଣ ଙ୍କ ର ଇଚ୍ଛା ଠାରୁ ବହୁତ ଅଧିକ କିଛି ମିଳିବାର ଅଛି ।

୧୧- ଯେଉଁ କାର୍ଯ୍ୟ ଆପଣ ଖୁସି ସହକାର ରେ କରନ୍ତି ସେହି କାର୍ଯ୍ୟ ଆପଣ ଙ୍କୁ ଖୁସି ଦେବା ସହ ଆପଣଙ୍କୁ ସଫଳତା ମଧ୍ୟ କରାଇଥାଏ ।

୧୨- ଓଁ ରାଂ ରାହାବେ ନମଃ .. ଏହି ମନ୍ତ୍ର ଜପ କଲେ ଧନ ହାନୀ ହୋଇ ନଥାଏ , ଓଁ ହଂ ହନୁମତେ ନମଃ । ଏହି ମନ୍ତ୍ର ଜପ କଲେ ଅଟକି ଯାଇ ରହିଥିବା ସମସ୍ତ କାର୍ଯ୍ୟ ଖୁବ ଶୀଘ୍ର ହୋଇଯାଏ ।

୧୩- ଶୋଇବା ଘରେ କେବେ ବି ଅଇଁଠା ବାସନ ରଖନ୍ତୁ ନାହିଁ ଏହା ଦ୍ୱାରା ଆପଣ ଙ୍କ ସ୍ୱାସ୍ଥ୍ୟ ଜନୀତ ସମସ୍ୟା ଦେଖା ଦେଇଥାଏ ।

୧୪- ଯଦି ଆପଣ ରାତି ରେ ଶୋଇବା ସମୟରେ ଖରାପ ସ୍ୱପ୍ନ ଦେଖୁଥାନ୍ତି ତେବେ ଆପଣ ଙ୍କ ବିଛଣା ତଳେ କିଛି ଲୁହା ଜିନିଷ ରଖି ଶୋଇବା ଭଲ ହୋଇଥାଏ ।

୧୫- ବିବାହ ବିଳମ୍ବ ହେଉଥିଲେ ଗୁରୁବାର ଦିନ ହଳଦୀ ରଙ୍ଗ ର ବସ୍ତ୍ର ଧାରଣ କରନ୍ତୁ ଏବଂ ଘରେ ରାଧାକୃଷ୍ଣ ଙ୍କର ମୁର୍ତ୍ତୀ ରଖନ୍ତୁ ।

 

୧୬- ଯଦି ଚାକିରୀ ମିଳୁ ନଥାଏ ତେବେ ପ୍ରତିଦିନ ସକାଳୁ ଉଠି ସାତ ପ୍ରକାର ର ଦାନା ମିଶାଇ ପକ୍ଷୀ ଙ୍କୁ ଖାଇବାକୁ ଦିଅନ୍ତୁ ।

୧୭- ସ୍ୱାମୀ ଏବଂ ସ୍ତ୍ରୀ ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଘରେ ରାଧାକୃଷ୍ଣ ଙ୍କ ର ଫୋଟ ଲଗାଇବା ଉଚିତ ।

୧୮- ଖାଇ ସାରିବା ପରେ ଥାଳି ରେ ହାତ ଧୁଅନ୍ତୁ ନାହିଁ ଏହା ଅମଙ୍ଗଳ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button