IBN ଓଡ଼ିଶା ବ୍ୟୁରୋ

୧୪ ବର୍ଷ ପରେ କମାଲ୍‌ କରିବ ଅକ୍ଷୟ-ପ୍ରିୟଦର୍ଶନ ଯୋଡ଼ି, ସାମ୍ନାକୁ ଆସିଲା ପ୍ରଥମ ଝଲକ

ମାଜ ଡିଜିଟାଲ ଡେସ୍କ: ପୁଣି ନିଜ କମେଡ଼ି ଅବତାରକୁ ଫେରୁଛନ୍ତି ଅଭିନେତା ଅକ୍ଷୟ କୁମାର। ସୋମବାର ନିଜ ଜନ୍ମଦିନ ଅବସରରେ ପ୍ରଶଂସକଙ୍କୁ ଭେଟି ସ୍ଵରୂପ ତାଙ୍କ ନୂଆ ଫିଲ୍ମ ‘ଭୂତ୍ ବଙ୍ଗଲା’ର ପ୍ରଥମ ଲୁକ୍ ଶେୟାର କରିଛନ୍ତି ଅକ୍ଷୟ। ଏହାର ନିର୍ଦ୍ଦେଶନା ଭାର ବହନ କରିଛନ୍ତି ପ୍ରିୟଦର୍ଶନ, ଯିଏ ଅକ୍ଷୟଙ୍କୁ କମେଡି ମାଧ୍ୟମରେ ଲୋକପ୍ରିୟ କରିଥିଲେ।

ଉଭୟ ଏକାଠି ‘ହେରା ଫେରି’, ‘ଭାଗମ ଭାଗ’ ଭଳି ଜବରଦସ୍ତ କମେଡି ଫିଲ୍ମ ଭେଟି ଦେଇଛନ୍ତି, ଯାହା ହିଟ୍ ହୋଇଛି।

ଗଣେଶ ଚତୁର୍ଥୀ ଅବସରରେ ତାଙ୍କର ଏହି ଆଗାମୀ ଚଳଚ୍ଚିତ୍ରର ସାମାନ୍ୟ ଝଲକ ଶେୟାର କରିଥିବା ଅକ୍ଷୟ କୁମାର ସୋମବାର ନୂଆ ଫିଲ୍ମ ଘୋଷଣା କରିଛନ୍ତି। ଏଥିସହ ପ୍ରଥମ ଝଲକ ମଧ୍ୟ ଦେଖାଇଛନ୍ତି। ତାଙ୍କର ନୂଆ ଚଳଚ୍ଚିତ୍ରର ନାମ ହେଉଛି ‘ଭୂତ୍ ବଙ୍ଗଲା’। ଏହାକୁ ‘କେପ୍ ଅଫ୍ ଗୁଡ୍ ଫିଲ୍ମସ୍’ ସହଯୋଗରେ ବାଲାଜୀ ଟେଲିଫିଲ୍ମସ୍ ଲିମିଟେଡ୍ ଦ୍ୱାରା ନିର୍ମାଣ କରାଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button