ରାଜ୍ୟ

ଭଡ଼ା ଘରୁ ଅଧ୍ୟାପିକାଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ଟକ : ବନ୍ଦ ଘରୁ ଅଧ୍ୟାପିକାଙ୍କ ମୃତଦେହ ଉଦ୍ଧାର । କଟକ ସିଡିଏ ସେକ୍ଟର ୯ ସ୍ଥିତ ଭଡ଼ା ଘରୁ ମୃତଦେହ ଉଦ୍ଧାର ମର୍କତନଗର ଥାନା ପୋଲିସ । ମୃତ ଅଧ୍ୟାପିକା ହେଲେ ନରାଜ ସ୍ଥିତ ଜାତୀୟ ଆଇନ ବିଶ୍ଵବିଦ୍ୟାଳୟର ପ୍ରଧ୍ୟାପିକା ଅନନ୍ୟା ଚକ୍ରବର୍ତ୍ତୀ । ଅନନ୍ୟାଙ୍କ ଘର ପଶ୍ଚିମବଙ୍ଗ ହୋଇଥିବା ବେଳେ ସେ କଟକସି ଡି ଏ ସେକ୍ଟର ୯ ରେ ଏକ ଭଡ଼ା ଘରେ ରହୁଥିଲେ ।

ଗତକାଲି ଘର ଭିତରୁ ଅନନ୍ୟାଙ୍କ ମୃତଦେହ ଉଦ୍ଧାର କରି ଏସ ସି ବି ନେଇ ଥିଲା ପୋଲିସ । ତାଙ୍କ ମୃତ୍ୟୁ ପଛର କାରଣ କଣ ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ । ଅପମୃତ୍ୟୁ ମାମଲା ରୁଜୁ କରି ମର୍କତ ନଗର ଥାନା ପୋଲିସର ତଦନ୍ତ ଆରମ୍ଭ ।

Related Articles

Leave a Reply

Your email address will not be published. Required fields are marked *

Back to top button