IBN ଓଡ଼ିଶା ବ୍ୟୁରୋ

ବିଦେଶରେ ବର୍ଷିଲେ ରାହୁଲ, ବିଜେପି କହିଲା ପୁରୁଣା ଅଭ୍ୟାସ

ନୂଆଦିଲ୍ଲୀ: ଆମେରିକା ଗସ୍ତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଲୋକସଭାରେ ବିରୋଧୀ ଦଳ ନେତା ଭାବେ ପ୍ରଥମ ଥର ପାଇଁ ଆମେରିକା ଗସ୍ତରେ ଯାଇ ରାହୁଲ ବିଭିନ୍ନ ପ୍ରସଙ୍ଗରେ ରଖିଛନ୍ତି ମତ । ଲୋକସଭା ନିର୍ବାଚନ ଫଳାଫଳ, ଭାରତ ଯୋଡ ଯାତ୍ରା, ଅର୍ଥନୀତି ଏମିତି ଅନେକ ପ୍ରସଙ୍ଗରେ ମତ ରଖିଛନ୍ତି ବିରୋଧୀ ଦଳ ନେତା । ଚୀନର ଅର୍ଥନୀତିକୁ ପ୍ରଶଂସା କରିଛନ୍ତି ।

ବିଜେପି ଓ ଆରଏସଏସ ବିରୋଧରେ ଟିପ୍ପଣୀ ରଖିଛନ୍ତି । ସେପଟେ, ରାହୁଲ ଗାନ୍ଧୀଙ୍କ ଟିକାଟିପ୍ପଣୀରେ ପ୍ରତିକ୍ରିୟାଶୀଳ ହୋଇଛି ବିଜେପି।

‘ଲୋକଙ୍କ ମନରୁ ବିଜେପି ଓ ମୋଦିଙ୍କ ଡର ଦୂର ହୋଇଛି’

ଆମେରିକାର ଟେକ୍ସାସରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଆରଏଏସ ଓ ବିଜେପିକୁ ଜୋରଦାର ଟାର୍ଗେଟ କରିଛନ୍ତି ରାହୁଲ । ଲୋକସଭା ନିର୍ବାଚନ ଫଳାଫଳ ପରେ ଲୋକଙ୍କ ମନରୁ ବିଜେପି ଓ ପ୍ରଧାନମନ୍ତ୍ରୀଙ୍କ ଡର ଦୂର ହୋଇଛି ବୋଲି କହିଛନ୍ତି ରାହୁଲ । ଆମେରିକାରେ ବି ସମ୍ବିଧାନ କଥା ଉଠାଇଛନ୍ତି । ବିଜେପି ସମ୍ବିଧାନ ଉଲ୍ଲଂଘନ କରୁଛି ଓ ଆରଏସଏସ ଭାରତକୁ ଗୋଟିଏ ବିଚାରର ଦେଶ ବୋଲି ମନେ କରୁଛି । ହେଲେ ଆମେରିକା ଭଳି ଭାରତରେ ମଧ୍ୟ ସମସ୍ତଙ୍କର ସ୍ୱପ୍ନ ଦେଖିବା ଅଧିକାର ରହିଛି । ସମସ୍ତଙ୍କୁ ଭାଗିଦାରୀର ସୁଯୋଗ ମିଳିବା ଦରକାର । ଆମେ ଏଥିପାଇଁ ଲଢେଇ କରୁଛୁ ବୋଲି ରାହୁଲ ଗାନ୍ଧୀ କହିଥିଲେ । ଭାରତର ପ୍ରଧାନମନ୍ତ୍ରୀ ଦେଶର ସମ୍ବିଧାନର ଅବମାନନା କରୁଛନ୍ତି । ଲୋକସଭା ନିର୍ବାଚନ ବେଳେ ଲୋକେ ଏକଥା ଭଲ ଭାବେ ବୁଝିପାରିଥିଲେ ବୋଲି ଦାବି କରିଛନ୍ତି ରାହୁଲ ।

ରୋଜଗାର ପ୍ରସଙ୍ଗରେ ଚୀନକୁ ପ୍ରଶଂସା

ବେକାରୀ ଓ ରୋଜଗାର ପ୍ରସଙ୍ଗରେ ମତ ରଖି ରାହୁଲ କହିଥିଲେ ଯେ, ବିଶ୍ୱରେ ସବୁଠି ଏଭଳି ସମସ୍ୟା ନାହିଁ । ପାଶ୍ଚାତ୍ୟ ଓ ଭାରତରେ ହିଁ ରୋଜଗାର ସମସ୍ୟା ରହିଛି । ଚୀନ୍ ଓ ଭିଏତନାମରେ ରୋଜଗାର ସମସ୍ୟା ନାହିଁ । ଚୀନ୍ ଏବେ ବୈଶ୍ୱିକ ଉତ୍ପାଦନରେ ଆଗୁଆ । ଭାରତରେ ଫୋନ୍‌, ଫର୍ନିଚର, କପଡାରେ ମେଡ୍ ଇନ୍ ଚାଇନା ଲେଖା ହେଉଛି । ଏହା ଏକ ବାସ୍ତବତା ବୋଲି ଟେକ୍ସାସରେ ରାହୁଲ କହିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button