IBN ଓଡ଼ିଶା ବ୍ୟୁରୋ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ, ଲାଗୁ ହୋଇଛି କିଛି ସର୍ତ୍ତ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବେଲ୍ । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ସିବିଆଇ ଦ୍ଵାରା ଗିରଫ ହୋଇଥିବା କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିଛି । ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମ୍ କୋର୍ଟ । ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଉଜ୍ଜଳ ଭୁୟନଙ୍କ ଖଣ୍ଡପୀଠରେ ଆସିଲା ରାୟ ।

ଟ୍ରାଏଲ କୋର୍ଟକୁ ମାମଲାର ଶୁଣାଣିରେ ସହଯୋଗ କରିବାକୁ ସର୍ତ୍ତ ରଖିଛନ୍ତି କୋର୍ଟ । ୧୦ ଲକ୍ଷ ଟଙ୍କା ଲେଖାଏ ୨ ମୁଚାଲିକାଙ୍କ ବଦଳରେ ଜାମିନ୍ ମିଳିଛି । CBI ଗିରଫଦାରୀକୁ ଚ୍ୟାଲେଞ୍ଜ କରିଥିଲେ ଅରବିନ୍ଦ କେଜ୍ରିୱାଲ । ତେବେ ଆଜି ତାଙ୍କୁ ବେଲ୍ ମିଳିଛି ଏବଂ ସେ ୧୫୬ ଦିନ ପରେ ଜେଲରୁ ବାହିରିବେ ।

ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଥିବା ବେଳେ ଏଥିନିମନ୍ତେ କିଛି ସର୍ତ୍ତ ବି ଲାଗୁ କରିଛନ୍ତି । ଜେଲ୍‌ରୁ ମୁକୁଳିବା ପରେ କେଜ୍ରିୱାଲ କୌଣସି ଫାଇଲ୍‌ ଉପରେ ଦସ୍ତଖତ କରି ପାରିବେନି। ଏଥିସହ କେଜ୍ରିୱାଲଙ୍କ କାର୍ଯ୍ୟାଳୟ ଯିବା ଉପରେ ବି ଲାଗିଛି ରୋକ୍‌ । ଏଥିସହ ଏହି ମାମଲାରେ ସେ କୌଣସି ବୟାନ ବା ଟିପ୍ପଣୀ ସାର୍ବଜନିକ ସ୍ଥାନରେ କରିପାରିବେନି।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେଜରିୱାଲଙ୍କୁ ଗତ ଜୁନ ୨୬ ତାରିଖ ଦିନ ଗିରଫ କରିଥିଲା ସିବିଆଇ । ମାର୍ଚ୍ଚ ୨୧ ତାରିଖରେ କେଜ୍ରିୱାଲଙ୍କୁ ପ୍ରଥମେ ଇଡି ଗିରଫ କରିଥିଲା । ସେ ଇଡି ମାମଲାରେ ଜେଲରେ ଥିବା ବେଳେ ସିବିଆଇ ଜୁନ ୨୬ ରେ ଆନୁଷ୍ଠାନିକ ଭାବେ ଗିରଫ କରିଥିଲା

Related Articles

Leave a Reply

Your email address will not be published. Required fields are marked *

Back to top button