IBN ଓଡ଼ିଶା ବ୍ୟୁରୋ

ମହାକାଶରେ ନୂଆ ଇତିହାସ, ୭୩୬ କିମି ଉପରେ ୨ ମହାକାଶଚାରୀଙ୍କ ସ୍ପେସୱାକ୍

ମହାକାଶରେ ନୂଆ ଇତିହାସ । ମହାକାଶରେ ଇତିହାସ ରଚିଲେ ଅନ୍ତରୀକ୍ଷ ଯାତ୍ରୀ । ପ୍ରଥମ ବ୍ୟାବସାୟିକ ସ୍ପେସ୍ ୱାକ୍ କରିଛନ୍ତି ଦୁଇ ଜଣ ମହାକାଶଚାରୀ କୋଟପିତି ଜାରେଡ ଇଜାକମ୍ୟାନ ଓ SpaceX ଇଞ୍ଜିନିୟର ସାରାହ ଗିଲିଜ୍ । ପ୍ରଥମ କମର୍ସିଆଲ ସ୍ପେସ ୱାକ୍ କରି ଇତିହାସ ରଚିିଛନ୍ତି । ତେବେ ମାନବ ଇତିହାସରେ ଏହା ଏକ ବିରଳ ରେକର୍ଡ ।

ମହାକାଶରେ ବୁଲି ଇତିହାସ ରଚିଲା ମନୁଷ୍ୟ । ଶିଳ୍ପପତି ଏଲନ୍ ମସ୍କଙ୍କ କମ୍ପାନୀ ସ୍ପେସ୍ ଏକ୍ସର ପୋଲାରିସ୍ ଡନ୍ ମିଶନରେ ଦୁଇ ଜଣ ମହାକାଶଚାରୀ ପୃଥିବୀର ପ୍ରାୟ ୭୩୬ କିମି ଉପରେ ସ୍ପେସୱାକ କରିଛନ୍ତି ।

ଏହି ସମୟରେ ମହାକାଶର ଯାନ ଘଣ୍ଟାପ୍ରତି ୨୫ ହଜାର କିମି ଥିଲା । ଏହା ବିଶ୍ବର ପ୍ରଥମ ଘରୋଇ ସ୍ପେଶୱାକ୍ । ବାଣିଜ୍ୟିକ ବ୍ୟବହାର ଲାଗି ପ୍ରସ୍ତୁତ ଉପକରଣ, ନବାନ୍ମେଷୀ ପ୍ରକ୍ରିୟା ଓ ସ୍ପେସ ଏକ୍ସର ଇଭା ସୁଟ୍ ବ୍ୟବହାର କରି ମହାକାଶଚାରୀ ଏହି କାର୍ଯ୍ୟ କରିଛନ୍ତି । କମ୍ପାନୀ ପକ୍ଷରୁ ଏହାର ଭିଡିଓ ସେୟାର କରାଯାଇଛି । ପୋଲାରିସ୍ ଡନ୍ ମିଶନ ଗତ ୧୦ ତାରିଖରେ ଆରମ୍ଭ ହୋଇଥିଲା । ଏଥିରେ ୪ ଜଣ ମହାକାଶଚାରୀ ମହାକାଶକୁ ଯାଇଥିଲେ ।

ଏମାନଙ୍କ ମଧ୍ୟରୁ ୨ ଜଣ ମିଶନ କମାଣ୍ଡର ଜାରେଡ ଇସାକମ୍ୟାନ ଓ ମିଶନ ସ୍ପେଶାଲିଷ୍ଟ ସାରା ଗିଲସ୍ ପ୍ରାୟ ୧୦ ମିନିଟ ପର୍ଯ୍ୟନ୍ତ କ୍ୟାପସୁଲରୁ ବାହାରକୁ ବାହାରି ଥିଲେ । ସ୍ପେସୱାକ ପରେ ଯାନର ଉପର ଭାଗ ବା ହ୍ୟାଚକୁ ବନ୍ଦ କରି ଦିଆଯାଇଥିଲା । ୫ ଦିନର ଏହି ଅଭିଯାନରେ ମହାକାଶଚାରୀ ଯେଉଁ କକ୍ଷକୁ ଯାଇଛନ୍ତି, ସେଠାକୁ ୫୦ ବର୍ଷରୁ ଅଧିକ ସମୟ ହେବ କୌଣସି ମହାକାଶଚାରୀ ଯାଇନାହାନ୍ତି । ଏହି ଅଭିଯାନରେ ୩୬ଟି ଗବେଷଣା ଓ ପରୀକ୍ଷଣ କରାଯିବ ।

ଏହି ସ୍ପେସ୍ ୱାଲ୍କିଂ ଟେଷ୍ଟ ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିଲା ​​ଯେଉଁଥିରେ ଚାଲିବା ଅପେକ୍ଷା ଅଧିକ ଷ୍ଟ୍ରେଚିଂ କରାଯାଇଥିଲା । ଯୋଜନା ଥିଲା ଯେ ଜାରେଡ୍ ଆଇଜାକ୍ମାନ କ୍ୟାପସୁଲରୁ ବାହାରକୁ ଆସିବେ, କିନ୍ତୁ ତାଙ୍କୁ ହାତ କିମ୍ବା ଗୋଡକୁ ପୁରା ସମୟ କ୍ୟାପସୁଲରେ ଲଗାଇ ରଖିବାକୁ ପଡିବ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସ୍ପେସ୍ ୱାକ୍ ରେ କେତେକ ଅଣ-ପେସାଦାର ମହାକାଶଚାରୀ ମଧ୍ୟ ଅଂଶଗ୍ରହଣ କରିଥିଲେ । କହିରଖୁଛୁ, ଏକ ସ୍ପେସ ୱାକ୍ ପାଇଁ ପ୍ରାୟ ୧୦୦ ମିଲିୟନ ଡଲାର ଖର୍ଚ୍ଚ ହୋଇଥାଏ ଯାହା ଭାରତୀୟ ମୁଦ୍ରାରେ ପ୍ରାୟ ୮୩୯ କୋଟିରୁ ଅଧିକ ହେବ ।

ସ୍ପେସ୍ ୱାକ୍ କ’ଣ?
ଯେତେବେଳେ ବି ଜଣେ ମହାକାଶଚାରୀ ମହାକାଶରେ ନିଜ ମହାକାଶଯାନରୁ ବାହାରି ଯାଆନ୍ତି, ଏହାକୁ ସ୍ପେସ୍ ୱାକ୍ କୁହାଯାଏ । ସ୍ପେସ୍ ୱାକକୁ EVA ଅର୍ଥାତ୍ ଏକ୍ସଟ୍ରାଭେକ୍ୟୁଲାର ଆକ୍ଟିଭିଟି କୁହାଯାଏ । ତଥାପି, ବେଳେବେଳେ ଏହା ବହୁତ ବଡ ସମସ୍ୟା ସୃଷ୍ଟି କରିପାରେ, ତେଣୁ ଏହାକୁ ଅତି ସତର୍କତାର ସହିତ କରାଯାଏ ।

 

Related Articles

Leave a Reply

Your email address will not be published. Required fields are marked *

Back to top button