IBN ଓଡ଼ିଶା ବ୍ୟୁରୋ

ଇସ୍ରାଏଲର ମିଲିଟାରୀ ବେସ୍‌ ଉପରେ ହେଜବୁଲ୍ଲାର ଆକ୍ରମଣ; ୪ସୈନିକ ମୃତ, ୫୮ଆହତ

ସମାଜ ଡିଜିଟାଲ ଡେସ୍କ: ଥମିବାର ନାଁ ନେଉନି ଇସ୍ରାଏଲ ଓ ହେଜବୁଲ୍ଲା ମଧ୍ୟରେ ସଂଘର୍ଷ। ଆତଙ୍କବାଦୀ ସଂଗଠନ ଲେବାନନ୍‌ ଓ ହେଜବୁଲ୍ଲା ବର୍ତ୍ତମାନ ଇସ୍ରାଏଲ ଉପରେ ପାଲଟା ଆକ୍ରମଣ କରିଛନ୍ତି। ଇସ୍ରାଏଲର ବିଭିନ୍ନ ସେନା କ୍ୟାମ୍ପ ଉପରେ ରକେଟ ଓ ଡ୍ରୋନ ମାଡ କରିଛି ହେଜବୁଲ୍ଲା। ଉତ୍ତର ଇସ୍ରାଏଲରେ ଥିବା ଇସ୍ରାଏଲ ଡିଫେନସ ଫୋର୍ସ ଉପରେ ଆକ୍ରମଣ ଯୋଗୁଁଁ ୪ଜଣ ଯବାନ ସହିଦ ହୋଇଥିବା ବେଳେ ୫୮ଜଣ ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ରବିବାର ବିଳମ୍ବିତ ରାତିରେ ଉତ୍ତର ଇସ୍ରାଏଲରେ ଭୟଙ୍କର ବିସ୍ଫୋରଣ ଶଦ୍ଦ ଶୁଣିବାକୁ ମିଳିଥିଲା। ଏହାପରେ ଇସ୍ରାଏଲା ମିଲିଟାରୀ ବେସ୍‌ ଉପରେ ହେଜବୁଲ୍ଲା ଆତଙ୍କୀ ସଂଗଠନ ଘନଘନ ରକେଟ ଓ ଡ୍ରୋନ୍‌ ମାଡ କରିଥିଲା। ଆକ୍ରମଣକୁ ହେଜବୁଲ୍ଲା ସ୍ୱୀକାର କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button