ଜାଣନ୍ତୁ.. କେମିତି ଲକ୍ ଓ ଅନ୍ଲକ୍ କରିବେ ନିଜର ଆଧାରକାର୍ଡ; ଆଉ ହେବେନି ଠକେଇର ଶିକାର..

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ଆଧାରକାର୍ଡ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ତେଣୁ ଆଧାରକାର୍ଡକୁ ସୁରକ୍ଷିତ ରଖିବା ନିତାନ୍ତ ଜରୁରୀ। ନଚେତ୍ ଆଧାରକାର୍ଡକୁ ବ୍ୟବହାର କରି ଠକାମି କରାଯାଇପାରିବ । କାରଣ ଆଧାରକାର୍ଡ ସହ ବ୍ୟାଙ୍କ ସମେତ ଅନେକ ସେବା ମଧ୍ୟ ଜଡିତ । ତେଣୁ ସୁରକ୍ଷିତ ନରଖି ଆଧାରକାର୍ଡକୁ ବ୍ୟବହାର କଲେ ଅନେକ କ୍ଷତି ସହ ଠକାମିର ଶିକାର ହେବାକୁ ପଡିଥାଏ।
ଜାଣନ୍ତୁ..
ଆଧାରକାର୍ଡର ଅସଲି ସଂଖ୍ୟା ବଦଳରେ ଭିଆଇଡିର ବ୍ୟବହାର କରନ୍ତୁ। ଏହା ୧୬ ଅଙ୍କର ଏକ ଅସ୍ଥାୟୀ କୋଡ୍ । ଯାହା ଆପଣଙ୍କ ବାସ୍ତବିକ୍ ଆଧାରନମ୍ବରକୁ ଲୁଚାଇ ରଖିଥାଏ । ଆଧାରକାର୍ଡରେ ଠିକଣା ରହିଥାଏ । ଏହାସହ ଅନ୍ୟାନ୍ୟ ତଥ୍ୟ ମଧ୍ୟ ଥାଏ । ଏହା ସୁରକ୍ଷିତ ରହିବା ଜରୁରୀ।
ଏହାକୁ ଭୁଲ୍ ଉପାୟରେ କେହି ବ୍ୟବହାର କରି ପାରିବେ ନାହିଁ । ଯେତେବେଳେ ବ୍ୟବହାର କରିବାକୁ ଚାହିଁବେ ଏହାକୁ ଅନ୍ଲକ୍ କରି ପାରିବେ।
କେମିତି କରିବେ ଲକ୍ ଓ ଅନ୍ଲକ୍..
ସର୍ବପ୍ରଥମେ ନିଜ ସ୍ମାର୍ଟ ଫୋନ୍ରେ ଏମ୍ଆଧାର ଆପ୍ ଡାଉନଲୋଡ୍ କରନ୍ତୁ ।
ଏହାପରେ ସାଇନ୍ ଅପ୍ କରିବା ପାଇଁ ନିଜ ଆଧାର ସହ ଜଡିତ ମୋବାଇଲ୍ ନମ୍ବରର ବ୍ୟବହାର କରନ୍ତୁ ।
ଏହାସହ ଆଧାରର ସମସ୍ତ ତଥ୍ୟ ଦେଇ ଯାଞ୍ଚ କରିବା ପରେ ବ୍ୟବହାର କରି ବାୟୋମେଟ୍ରିକକୁ ଲକ୍ କରିବା ପାଇଁ ବିକଳ୍ପ ଚୟନ କରି ପାରିବେ।
ଏମ୍-ଆଧାର ଆପ୍ରେ ନିଜ ପ୍ରୋଫାଇଲ୍ ତିଆରି କରନ୍ତୁ। ଏହାଦ୍ୱାରା ଆପଣଙ୍କ ନିକଟରେ ଡିଜିଟାଲ୍ ଆଧାରକାର୍ଡ ସବୁବେଳେ ଉପଲବ୍ଧ ରହିବ । ଏହା ସୁରକ୍ଷିତ ମଧ୍ୟ ରହିବ।