IBN ଓଡ଼ିଶା ବ୍ୟୁରୋ

ରାଜଧାନୀରେ ବାଣ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ, ବିଜ୍ଞପ୍ତି ଜାରି

ମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀରେ ବାଣ ଉପରେ ସଂପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଛି। ଏଥର ମଧ୍ୟ ଦୀପାବଳିରେ ଦିଲ୍ଲୀବାସୀଙ୍କୁ ବାଣ ମନା। ଶୀତ ଦିନେ ବୃଦ୍ଧି ପାଉଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଅକ୍ଟୋବର ୧୪ରୁ ଜାନୁୟାରୀ ୧, ୨୦୨୫ ପର୍ଯ୍ୟନ୍ତ ବାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଦିଲ୍ଲୀ ସରକାର। ବାଣ ଉତ୍ପାଦନ, ସଂରକ୍ଷଣ, ବିକ୍ରୟ ଏବଂ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି।

ଜାନୁୟାରୀ ୧, ୨୦୨୫ ପର୍ଯ୍ୟନ୍ତ ଅନଲାଇନ୍ ବାଣ ବିକ୍ରୟ ଏବଂ ଡେଲିଭରୀ ଉପରେ ମଧ୍ୟ ନିଷେଧାଦେଶ ଜାରି ରହିବ। ଏ ସମ୍ପର୍କରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିସହ ଦିଲ୍ଲୀବାସୀଙ୍କୁ ସହଯୋଗ ପାଇଁ ମଧ୍ୟ ଅନୁରୋଧ କରାଯାଇଛି। ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button