IBN ଓଡ଼ିଶା ବ୍ୟୁରୋ

ଟଏଲେଟରେ ମୋବାଇଲ ବ୍ୟବହାର କରୁଥିଲେ ହୋଇଯାଆନ୍ତୁ ସାବଧାନ ! ନହେଲେ ଏହାର ପରିମାଣ ହୋଇପାରେ ଭୟଙ୍କର !

ବନ୍ଧୁଗଣ ମୋବାଇଲର ଫୋନର କ୍ରେଜ଼ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାର ବ୍ୟବହାର ଆମକୁ ଅନେକ କ୍ଷେତ୍ରରେ ଆମ କାର୍ଯ୍ୟକୁ ଅଧିକ ସରଳ କରୁଛି । ଆଜିକାଲିର ସ୍ମାର୍ଟଫୋନ ବର୍ତ୍ତମାନ ସମୟରେ ଏତେ ଉପଯୋଗୀ ହୋଇପଡିଛି ତାକୁ ଗୋଟେ ଦିନ ବି ନିଜଠୁ ଦୁରେଇ ରଖିବା ଅସମ୍ଭବ ହେବା ଭଳି ଲାଗୁଛି । କିଛି ଲୋକ ନିଜ ମୋବାଇଲକୁ ଛାଡି ଗୋଟେ ମିନିଟ ବି ରହିପାରନ୍ତି ନାହିଁ । ସେମାନେ ଯୁଆଡେ ଯାଇଥାନ୍ତି । ନିଜ ଫୋନକୁ ନିଜ ସାଥିରେ ନେଇକି ଯାଇଥାନ୍ତି ।

ସକାଳର ଆରମ୍ଭ ସେମାନଙ୍କର ମୋବାଇଲ ଦେଖିବା ଠାରୁ ଆରମ୍ଭ ହେଉଥିବା ବେଳେ ରାତିରେ ଶୋଇବା ପୂର୍ବରୁ ସେମାନେ ଫୋନ ଦେଖିକି ହିଁ ଶୋଇଥାନ୍ତି । ଏମିତି କି ସେମାନେ ନିଜ ମୋବାଇଲକୁ ନିଜ ସହ ଟଏଲେଟ ପର୍ଯ୍ୟନ୍ତ ମଧ୍ୟ ନେଇକି ଚାଲିଯାଇଥାନ୍ତି । ହେଲେ କ’ଣ ଆପଣ ଜାଣନ୍ତି ? ମୋବାଇଲକୁ ଟଏଲେଟରେ ବ୍ୟବହାର କରିବା କିପରି କ୍ଷତିକାରକ ହୋଇପାରେ ? ତେବେ ମୋବାଇଲ ଫୋନକୁ ଟଏଲେଟରେ ବ୍ୟବହାର କରିବା ସେହି ବ୍ୟକ୍ତି ପାଇଁ କଣ ବିପଦକୁ ଡାକି ଆଣିପରେ ଆସନ୍ତୁ ସେ ସମ୍ପର୍କରେ ଜାଣିବା ।

ଆମେ ସାଧାରଣତଃ ନିଜ ମୋବାଇଲକୁ ଆଉ ଟିକେ ଆକର୍ଷଣୀୟ ଓ ଏହାର ସୁରକ୍ଷା ପାଇ ଏଥିରେ କଭର ପକାଇଥାଉ ଯାହା ପ୍ଲାଷ୍ଟିକ କିମ୍ବା ରବରରେ ତିଆରି ହୋଇଥାଏ । ହେଲଥ ଏକ୍ସପେର୍ଟ ମାନଙ୍କ କହିବା ଅନୁଯାୟୀ ଏହି ଦୁଇଟି ଜିନିଷ ଅର୍ଥାତ ପ୍ଲାଷ୍ଟିକ କିମ୍ବା ରବରର କଭର ଉପରେ ବ୍ୟାକଟେରୀଆ ମାନେ ଅତି ସହଜରେ ଆସି ଲାଗିପାରନ୍ତି ଏବଂ ଶୀଘ୍ର ଏଥିରୁ ଯାଇପାରନ୍ତି ନାହିଁ ।

ବହୁତ ଲୋକ ନିଜ ମୋବାଇଲକୁ ଟଏଲେଟରେ ବ୍ୟବହାର କରିଥାନ୍ତି । ତେବେ ପରବର୍ତ୍ତୀ ସମୟରେ ମଧ୍ୟ ଏହାକୁ ବ୍ୟବହାର କରିଥାନ୍ତି । ଏହାର କଭରରେ ଲାଗି ଆସିଥିବା ବ୍ୟାକଟେରୀଆ ଆମ ହାତ ମାଧ୍ୟମରେ ଆମ ଶରୀରକୁ ପ୍ରବେଶ କରି ଆମକୁ ରୋଗାକ୍ରାନ୍ତ କରାଇଥାନ୍ତି। କିଛି ଲୋକ ନିଜ ସହ ନିଜ ମୋବାଇଲକୁ ନେଇ ଟଏଲେଟ ଯିବାର ଅଭ୍ୟାସ ରଖିଥାନ୍ତି ଯାହା ପରବର୍ତ୍ତୀ ସମୟରେ ତାଙ୍କୁ ଅସୁସ୍ଥ କରାଇଥାଏ ।

ଏହା ଏକ ଇଲେକ୍ଟ୍ରୋନିକ ଜିନିଷ ହୋଇଥିବାରୁ ଏଥିରେ ଜୀବାଣୁ ମାନଙ୍କ ପ୍ରଭାବ ଅନେକ ମାତ୍ରାରେ ରହିଥାଏ । ତେଣୁ ଦୁନିଆର ବଡ ବଡ ଡାକ୍ତର ଏବଂ ସ୍ଵାସ୍ଥ ବିଶେଷଜ୍ଞ ମାନେ ଟଏଲେଟରେ ମୋବାଇଲ ବ୍ୟବହାର ନ କରିବାକୁ ଉପଦେଶ ଦେଇଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button